ୱାଶିଂଟନ: ଆମେରିକାର କାର୍ଲିଫର୍ଣ୍ଣିଆ ରାଜ୍ୟରେ ସନ୍ଦିଗ୍ଧ ଖଲିସ୍ତାନୀ ସମର୍ଥକମାନେ ଗୋଟେ ପରେ ଗୋଟେ ତିନୋଟି ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିଛନ୍ତି । ହିନ୍ଦୁ ଆମେରିକାନ ଫାଉଣ୍ଡେସନ (ଏଚଏଏଫ) ଶୁକ୍ରବାର ଦିନ ଏକ୍ସରେ ଏକ ପୋଷ୍ଟ ଜରିଆରେ କହିଛି ଯେ, ଖଲିସ୍ତାନୀ ସମର୍ଥକମାନେ ହେୱାର୍ଡରେ ଥିବା ଶେରାୱାଲୀ ମନ୍ଦିରରେ ଭଙ୍ଗାରୁଜା କରିବା ସହ ଭାରତ ବିରୋଧୀ ଓ ଖଲିସ୍ତାନ ସମର୍ଥନରେ ସ୍ଲୋଗାନ ଲେଖିଛନ୍ତି ।
ହିନ୍ଦୁ ଆଡଭୋକେସି ଗ୍ରୁପ କହିଛନ୍ତି ଯେ, ୨ ସପ୍ତାହ ପୂର୍ବରୁ ନେୱାର୍କରେ ମଧ୍ୟ ସ୍ବାମୀ ନାରାୟଣ ମନ୍ଦିର ବାହାର କାନ୍ଥରେ ଏହିଭଳି ଭାରତ ବିରୋଧୀ ସ୍ଲୋଗାନ ଲେଖିବା ସହ ଫଟୋ ମଧ୍ୟ ଲଗାଯାଇଥିଲା । ସେହିପରି ଉକ୍ତ କ୍ଷେତ୍ରରେ ୧ ସପ୍ତାହ ପୂର୍ବରୁ ଶିବ ଦୁର୍ଗା ମନ୍ଦିରରେ ମଧ୍ୟ ଚୋରିର ସୂଚନା ମିଳିଛି । ମନ୍ଦିର କାନ୍ଥରେ କଳା ସ୍ୟାହିରେ ଗ୍ରାଫିଟି ସ୍ପ୍ରେ ଦ୍ବାରା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଅପଶବ୍ଦ ଲେଖିଛନ୍ତି ଏବଂ ଖଲିସ୍ତାନର ପ୍ରଶଂସା କରାଯାଇଛି । ହିନ୍ଦୁ ଆଡଭୋକେ୍ସି ଗ୍ରୁପ କହିଛନ୍ତି କି, ଏହି ମାମଲାକୁ ତଦନ୍ତ ପାଇଁ ମନ୍ଦିରର ପ୍ରମୁଖମାନଙ୍କୁ, ଅଲମେଡା ପୋଲିସ ବିଭାଗ ଓ ନ୍ୟାୟ ବିଭାଗର ନାଗରିକ ଅଧିକାର ବିଭାଗର ସମ୍ପର୍କରେ ଅଛନ୍ତି । ଖଲିସ୍ତାନ ସମର୍ଥକଙ୍କ ଅରାଜକ ତତ୍ତ୍ବ ଠାରୁ ବଢୁଥିବା ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଏଚଏଏଫ ସମ୍ପୂର୍ଣ୍ଣ ଆମେରିକାରେ ମନ୍ଦିର ପ୍ରଶାସନକୁ ସେଫ୍ଟି ଗାଇଡ ଡାଉନଲୋଡ କରିବାକୁ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ... ଆରବ ସାଗରରେ ମାର୍କୋସ କମାଣ୍ଡୋଙ୍କ ସଫଳ ଅପରେସନ, 15 ଭାରତୀୟ କ୍ର୍ୟୁ ମେମ୍ବର ସୁରକ୍ଷିତ ଉଦ୍ଧାର
ବିଦେଶ ବିଭାଗର ଦକ୍ଷିଣ ଓ ମଧ୍ୟ ଏସିଆ ମାମଲାର ବ୍ୟୁରୋ ସୋସିଆଲ ମିଡିଆ ଏକ୍ସ ପୋଷ୍ଟ ଜରିଆରେ କହିଛନ୍ତି ଯେ, ଆମେ କାର୍ଲିଫର୍ଣ୍ଣିଆରେ ଶ୍ରୀ ସ୍ବାମୀନାରାୟଣ ମନ୍ଦିରରେ ହୋଇଥିବା ଭଙ୍ଗାରୁଜାକୁ କଡା ନିନ୍ଦା କରୁଛୁ ଏବଂ ଏହି ଘଟଣା ପଛରେ ଥିବା ଉପଦ୍ରବୀ ତତ୍ତ୍ବକୁ ଧରିବା ପାଇଁ ନେୱାର୍କ ପୋଲିସର ପ୍ରୟାସକୁ ସ୍ବାଗତ କରୁଛୁ । ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏହାକୁ କଡା ନିନ୍ଦା କରିବା ସହ ବିଚ୍ଛିନ୍ନତାବାଦୀଙ୍କୁ ସ୍ଥାନ ନ ମିଳିବା ଆବଶ୍ୟକ ବୋଲି କହିଛନ୍ତି ।
ହିନ୍ଦୁ ଆଡଭୋକେ୍ସି ଗ୍ରୁପ କହିଛନ୍ତି ଯେ, ଆମେରିକାରେ ବଢୁଥିବା ହିନ୍ଦୁ ଫୋବିଆକୁ ରୋକିବା ପାଇଁ ତତ୍କାଳ ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । କିନ୍ତୁ ପରିତାପର ବିଷୟ ଏହିକି ଯେ ନିୟମିତ ଭାବେ ସରକାରୀ ଅଧିକାରୀ, ମିଡିଆ ଓ ଅନ୍ୟ ସମୂହମାନେ ଏହି ସମସ୍ୟାକୁ କମ୍ ଭାବେ ମୂଲ୍ୟାୟନ କରି ନଜର ଅନ୍ଦାଜ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ