ETV Bharat / international

ନିଜକୁ ଶାସନ କରିବା ପାଇଁ ସକ୍ଷମ ନୁହଁନ୍ତି ପାଲେଷ୍ଟାଇନବାସୀ: ହ୍ବାଇଟହାଉସ ପରାମର୍ଶଦାତା - wh advisor

ପାଲେଷ୍ଟାଇନ ଅଧିବାସୀଙ୍କ ସମ୍ପର୍କରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ହ୍ବାଇଟହାଉସର ବରିଷ୍ଠ ପରାମର୍ଶଦାତା ଜାରେଡ୍ କୁସନର। ଏନେଇ ସେ କହିଛନ୍ତି ନିଜକୁ ନିଜେ ଶାସନ କରିବା ପାଇଁ ସକ୍ଷମ ନୁହଁନ୍ତି ପାଲେଷ୍ଟାଇନବାସୀ ।

ଫାଇଲ ଫଟୋ
author img

By

Published : Jun 4, 2019, 1:34 PM IST

ୱାଶିଂଟନ: ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ସ୍ବତନ୍ତ୍ର ରାଷ୍ଟ୍ର ଗଠନ କରିବା ପାଇଁ ଉଦ୍ୟମ ଚଳାଇ ଆସିଥିବା ପାଲେଷ୍ଟାଇନବାସୀଙ୍କ ସମ୍ପର୍କରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ହ୍ବାଇଟହାଉସର ବରିଷ୍ଠ ପରାମର୍ଶଦାତା ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଜ୍ବାଇଁ ଜାରେଡ୍ କୁସନର । ଯାହାର ପ୍ରଭାବରେ ବିଶ୍ବ ରାଜନୀତି ହୋଇପାରେ ସରଗରମ ।

ଏନେଇ ମତ ରଖି ରବିବାର ସେ କହିଛନ୍ତି, " ନିଜେ ନିଜକୁ ଶାସନ କରିବାକୁ ହେଲେ ଆତ୍ମ ନିର୍ଣ୍ଣୟ କରିବାର ଅଧିକାର ଥିବା ଦରକାର । ଅର୍ଥାତ ନିଜେ ନିଷ୍ପତ୍ତି ନେଇ ପାରୁଥିବା ଦରକାର । ଯାହା ପାଲେଷ୍ଟାଇନ ଅଧିବାସୀଙ୍କ ପାଖରେ ନାହିଁ । ଯେଉଁଥି ପାଇଁ ସେମାନେ ନିଜକୁ ଶାସନ କରିବା ସକ୍ଷମ ନୁହଁନ୍ତି । "

ଜାରେଡ୍ କୁସନର, ଆମେରିକ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ବାଇଟହାଉସ ପକ୍ଷରୁ ମଧ୍ୟ ଏସୀୟାରେ ଶାନ୍ତି ପ୍ରତିଷ୍ଠା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପ୍ରସଙ୍ଗରେ ଆମେରିକା ନିଜର ନୀତି ସ୍ପଷ୍ଟ କରି ସାରିଛି । ଦୁଇ ରାଷ୍ଟ୍ର ଗଠନକୁ ଆମେ ସମର୍ଥନ ଜଣାଉଛୁ । ଏପରିକି ସ୍ବତନ୍ତ୍ର ପାଲେଷ୍ଟାଇନ ରାଷ୍ଟ୍ର ଗଠନ ଦିଗରେ ଆମେ ରହିଛୁ । ମାତ୍ର ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ଭାବେ ଘୋଷଣା କରିବା ସପକ୍ଷରେ ରହିଛି ଆମେରିକା ।

ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି ପାଲେଷ୍ଟାଇନର ନେତୃମଣ୍ଡଳୀ । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ ମହମ୍ମଦ ସାତ୍ତେହ୍ୟା କହିଛନ୍ତି ରାଜନୈତିକ ଦୃଷ୍ଟିକୋଣରୁ ଏହାର ସମାଧାନ ହେବା ଦରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.