ଯେରୁଶେଲମ୍: ଇସ୍ରାଏଲରେ ଦୁର୍ନୀତି ଅଭିଯୋଗର ସାମ୍ନା କରୁଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ବିରୋଧ । ଶନିବାର ସନ୍ଧ୍ୟାରେ ଯେରୁଶେଲମରେଙ୍କ ବାସଭବନ ସାମ୍ନାରେ ଶହ ଶହ ଲୋକ ବିରୋଧ ପ୍ରଦର୍ଶନ କରିଥିଲେ। ତେବେ 7 ଜଣ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯିବା ପରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭକାରୀମାନେ ନେତାନ୍ୟାହୁଙ୍କୁ ‘ଅପରାଧ ମନ୍ତ୍ରୀ’ ବୋଲି କହିଥିଲେ । ଗିରଫ ହୋଇଥିବା 7 ଜଣଙ୍କ ମଧ୍ୟରେ ଇସ୍ରାଏଲ ବାୟୁସେନାର ଜଣେ ପୂର୍ବତନ ଜେନେରାଲ ମଧ୍ୟ ଅଛନ୍ତି।
ସେପଟେ ଏହି ବିକ୍ଷୋଭକୁ ବେଆଇନ ବୋଲି କହିଛି ପୋଲିସ । ଗତ ମାସରେ ନେତାନ୍ୟାହୁଙ୍କ ଉପରେ ଠକେଇ, ବିଶ୍ବାସଘାତକତା ଓ ଲାଞ୍ଚ ଅଭିଯୋଗରେ ଯେରୁଶେଲମ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ ଇସ୍ରାଏଲରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ମିଳିତ ଜାତିସଂଘର ନିଦ ହଜେଇ ଦେଇଛି ।
ଅନ୍ୟପଟେ ଇସ୍ରାଏଲରେ ଏକ କାରରେ ଦମ୍ପତିଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ଜାତିସଂଘର ମହାସଚିବ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ମଧ୍ୟ ନିନ୍ଦା କରିଛନ୍ତି।
ଏକ ରିପୋର୍ଟରେ କୁହାଯାଇଛି ଯେ 2019ରେ ଜାତିସଂଘ କର୍ମଚାରୀଙ୍କ ବିରୋଧରେ 175 ଟି ଯୌନ ଶୋଷଣ ଓ ଅସଦାଚରଣ ମାମଲା ରୁଜ୍ଜୁ ହୋଇଥିଲା । ସେହି ଅଭିଯୋଗଗୁଡିକ ମଧ୍ୟରୁ 16ଟି ନିଶ୍ଚିତ ହୋଇଥିବାବେଳେ 15 ଟି ମାମଲା ଭିତ୍ତିହୀନ ବୋଲି ଜଣାପଡିଛି। ଅବଶିଷ୍ଟ ଅନ୍ୟ ମାମଲା ଗୁଡିକର ତଦନ୍ତ ଚାଲିଛି।