ETV Bharat / international

ଆତ୍ମସମର୍ପଣ କଲେ ଆଇଏସଆଇଏସର 31 ଆତଙ୍କବାଦୀ - ଆଇଏସଆଇଏସ ଆତଙ୍କବାଦୀ

ଆଫଗାନିସ୍ତାନ ସେନା ଦ୍ବାରା ଚଲାଯାଇଥିବା ଅଭିଯାନରେ ଭୟଭୀତ ହୋଇ ଆତ୍ମସମର୍ପଣ କଲେ ଆଇଏସଆଇଏସର 31 ଆତଙ୍କବାଦୀ । ସେମାନଙ୍କ ସହ  62 ମହିଳା ଏବଂ ଶିଶୁ ଥିବା ଜଣାପଡିଛି ।

ISIS terrorists
ପ୍ରତିକାତ୍ମକ ଫଟୋ
author img

By

Published : Dec 1, 2019, 2:53 PM IST

କାବୁଲ: ଆତଙ୍କବାଦୀଙ୍କ ଉପରେ ଭାରି ପଡିଲେ ଆଫଗାନ ସେନା । ଆଫଗାନିସ୍ତାନ ସେନା ଦ୍ବାରା ଚଲାଯାଇଥିବା ଅଭିଯାନରେ ଭୟଭୀତ ହୋଇ ଆତ୍ମସମର୍ପଣ କଲେ ଆଇଏସଆଇଏସର 31 ଆତଙ୍କବାଦୀ । ସେମାନଙ୍କ ସହ 62 ମହିଳା ଏବଂ ଶିଶୁ ଥିବା ଜଣାପଡିଛି । ଶନିବାର ଆଫଗାନିସ୍ତାନ ସେନା ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ ଏହି ସୂଚନା ପ୍ରଦାନ କରାଯାଇଛି ।

ଏହି ଆତଙ୍କବାଦୀ ଅଚିନ ଜିଲ୍ଲାର ସୁରକ୍ଷାକର୍ମୀଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ । ତେବେ ଗତ କିଛି ସପ୍ତାହରୁ ଆଇଏସଆଇଏସ ଆତଙ୍କବାଦୀଙ୍କ ବିରୋଧରେ ଆଫଗାନ ସେନା ସ୍ବତନ୍ତ୍ର ଅପରେଶନ ଆରମ୍ଭ କରିଛନ୍ତି । ଯାହା ଫଳରେ ଶହ ଶହ ଆତଙ୍କବାଦୀ ପ୍ରତି ସପ୍ତାହରେ ଆତ୍ମସମର୍ପଣ କରୁଛନ୍ତି ।

ନଭେମ୍ବର 16 ରେ 18 ଇସଲାମିକ ଷ୍ଟେଟ ଆତଙ୍କବାଦୀ 24 ମହିଳା ଏବଂ 31 ଶିଶୁଙ୍କ ସମେତ ଆତ୍ମସମର୍ପଣ କରିଥିଲେ । ଏହା ପୂର୍ବରୁ ଗୋଟିଏ ସପ୍ତାହ ମଧ୍ୟରେ 241 ଜଣ ଆଇଏସ ଆତଙ୍କବାଦୀ ଆଇଗାନ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.