ETV Bharat / international

Russia-Ukraine Crisis: ୟୁକ୍ରେନକୁ ଆର୍ଥିକ ସହାୟତା ଯୋଗାଇବ ବିଶ୍ବ ବ୍ୟାଙ୍କ - ୟୁକ୍ରେନ ଋଷିଆ ଯୁଦ୍ଧ

ୟୁକ୍ରେନ-ଋଷିଆ ମଧ୍ୟରେ ଜାରି ରହିଛି ଲଢେଇ । ଋଷିଆର ଆକ୍ରମଣରେ ୟୁକ୍ରେନ କ୍ଷତି ସହିଥିବାରୁ ଆର୍ଥିକ କ୍ଷେତ୍ରରେ ସହାୟତା ଯୋଗାଇବାକୁ ବିଶ୍ବ ବ୍ୟାଙ୍କ ପ୍ରସ୍ତୁତ ଥିବା ଏକ ବିବୃତ୍ତିରେ କହିଛି । ଅଧିକ ପଢନ୍ତୁ

Russia-Ukraine War Crisis: ୟୁକ୍ରେନକୁ ଆର୍ଥୀକ ସହାୟତା ଯୋଗାଇବାକୁ ବିଶ୍ବ ବ୍ୟାଙ୍କ ପ୍ରସ୍ତୁତ

author img

By

Published : Feb 25, 2022, 10:52 AM IST

ଓ୍ବାସିଂଟନ: ୟୁକ୍ରେନ-ଋଷିଆ ମଧ୍ୟରେ ଜାରି ରହିଛି ଯୁଦ୍ଧ । କ୍ଷେପଣାସ୍ତ୍ର ମାଡ କରି ୟୁକ୍ରେନର ୭୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧ୍ବସଂବିଧ୍ବସ୍ତ କରିଦେଇଛି ଋଷିଆ । ଯୁଦ୍ଧରେ 137 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 316 ଆହତ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୂଚନା ଦେଇଛନ୍ତି । ଏହାରି ମଧ୍ୟରେ ଯୁକ୍ରେନ ରାଜନୈତିକ ଓ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ୟୁକ୍ରେନର ଏହି ମହାବିପତ୍ତି ସମୟରେ ତୁରନ୍ତ ଆର୍ଥିକ ସହାୟତା ଯୋଗାଇବାକୁ ବିଶ୍ୱ ବ୍ୟାଙ୍କ ପ୍ରସ୍ତୁତ ହୋଇଛି । ଏନେଇ ଗୁରୁବାର ଏକ ବିବୃତ୍ତିରେ କହିଛି ବିଶ୍ବ ବ୍ୟାଙ୍କ ।

ବିବୃତ୍ତି ଅନୁଯାୟୀ, ଋଷିଆର ଆକ୍ରମଣ ଯୋଗୁଁ ୟୁକ୍ରେନ ବ୍ୟାପକ କ୍ଷତି ସହିଛି । ତେଣୁ ଆମେ ୟୁକ୍ରେନକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛୁ । ବିକାଶ ସହଭାଗୀମାନଙ୍କ ସହିତ ବିଶ୍ବ ବ୍ୟାଙ୍କ ଗ୍ରୁପ୍ ସମସ୍ତ ଆର୍ଥିକ ସହାୟତା ଏବଂ ବୈଷୟୀକ ସହାୟତା କରିବା ନେଇ କହିଛି । ବିଶ୍ବ ବ୍ୟାଙ୍କ ଗ୍ରୁପ୍‌ର ପ୍ରେସିଡେଣ୍ଟ ଡାଭିଡ ମାଲପାସ୍ ଗୁରୁବାର ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ ୟୁକ୍ରେନରେ ଋଷିଆର ଆକ୍ରମଣ ଯୋଗୁଁ କ୍ଷୟକ୍ଷତି ହେବା ସହ ଅନେକଙ୍କ ଜୀବନ ଯାଇଛି ।

ଏଥିସହ ୟୁକ୍ରେନରେ ଏବେ ଭୟାବଗହ ପରିସ୍ଥିତି ସୃଷ୍ଟି ହୋଇଛି । ଆମେ ମଧ୍ୟ ଏଥି ପାଇଁ ଭୟଭୀତ ଅଛୁ । ୟୁକ୍ରେନ ସହ ଆମେ ସହଭାଗୀ ଅଟୁ । ଏଭଳି ସ୍ଥିତିରେ ଆମେ ସାହାର୍ଯ୍ୟ ପାଇଁ ପୁରା ପ୍ରସ୍ତୁତ ରହିଛୁ । ଋଷର ଏହି ଆକ୍ରମଣ ୟୁକ୍ରେନର ଅର୍ଥନୈତିକ ବିକାଶ ଓ ସାମାଜିକ କ୍ଷେତ୍ରରେ ପ୍ରଭାବ ପକାଇବ ବୋଲି କହିଛି ବିଶ୍ବ ବ୍ୟାଙ୍କ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.