ETV Bharat / international

Ukraine war: ମିସାଇଲ ମାଡରେ ଦୋହଲିଗଲା ଆପାର୍ଟମେଣ୍ଟ - କିବରେ ଆପାର୍ଟମେଣ୍ଟରେ ରୁଷର ମିଶାଇଲ ମାଡ

ୟୁକ୍ରେନରେ ରାଜଧାନୀ କିଭ ଆଡକୁ ଅଗ୍ରସର ହେଉଛି ଋଷ ସେନା । ଏହାରି ମଧ୍ୟରେ ଗତକାଲି(ଶନିବାର) ଦିନ ଧ୍ବଂସର ତାଣ୍ଡବ ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ

Ukraine war: କିବରେ ଆପାର୍ଟମେଣ୍ଟରେ ରୁଷର ମିଶାଇଲ ମାଡ

author img

By

Published : Feb 27, 2022, 10:16 AM IST

କିଭ: ୟୁକ୍ରେନ ରାଜଧାନୀ କିଭ ଆଡକୁ ଅଗ୍ରସର ହେଉଛି ଋଷ ସେନା । ଏହାରି ମଧ୍ୟରେ ଗତକାଲି(ଶନିବାର) ଦିନ ଧ୍ବଂସଲୀଳା ଦେଖିବାକୁ ମିଳିଛି। ଶତାଧିକ ଘର ମାଟିରେ ମିଶିଯାଇଥିବା ବେଳେ ଚାରିଆଡ଼େ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ମୃତାହତଙ୍କ ସଂଖ୍ୟା ଏଯାଏଁ ସୂଚନା ମିଳିନଥିବା ବେଳେ ଏକ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତ ହୋଇଛି ।

ଏନେଇ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଡିମାଇତ୍ରୋ କୁଲେବା ଏକ ଫଟୋ ଟ୍ବିଟ କରି ସୂଚନା ଦେଇଛନ୍ତି । କିଭ ଭଳି ଶାନ୍ତିପୂର୍ଣ୍ଣ ସହରକୁ ଋଷୀୟ ସେନାର ଆକ୍ରମଣ ଏବଂ କ୍ଷେପଣାସ୍ତ୍ର ମାଡ଼ର ଆତଙ୍କ ଭିତରେ ଆଉ ଗୋଟିଏ ରାତି ବିତେଇବାକୁ ପଡ଼ିଲା । ତେଣୁ ଏଭଳି ଯୁଦ୍ଧଖୋର ଋଷକୁ ସବୁ ଦେଶ ବାସନ୍ଦ କରନ୍ତୁ ଏବଂ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବା ସହ ତୈଳ କାରବାର ଉପରେ ପ୍ରତିବନ୍ଧକ ଲଗାଯାଉ ବୋଲି କୁଲେବା ଟ୍ବିଟ ମାଧ୍ୟମରେ ବର୍ଷିଛନ୍ତି ।

  • Kyiv, our splendid, peaceful city, survived another night under attacks by Russian ground forces, missiles. One of them has hit a residential apartment in Kyiv. I demand the world: fully isolate Russia, expel ambassadors, oil embargo, ruin its economy. Stop Russian war criminals! pic.twitter.com/c3ia46Ctjq

    — Dmytro Kuleba (@DmytroKuleba) February 26, 2022 " class="align-text-top noRightClick twitterSection" data=" ">

ସେହିପରି କିଭର ୨ଟି ବିମାନ ବନ୍ଦରରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି । ଗୋଟିଏ କ୍ଷେପଣାସ୍ତ୍ର ଜୁଲିଆନି ବିମାନ ବନ୍ଦର ନିକଟରେ ମାଡ ହୋଇଥିବା ବେଳେ ଅନ୍ୟଟି ସେବାଷ୍ଟୋପୋଲ ନିକଟରେ ମାଡ଼ ହୋଇଛି । ଏହି କ୍ଷେପଣାସ୍ତ୍ର ମାଡ଼ ପରେ ସହରରେ ଭୟଙ୍କର ବିସ୍ପୋରଣର ଶବ୍ଦ ହୋଇଥିଲା । ଘରୁ ନବାହାରିବାକୁ ବାରମ୍ବାର ୟୁକ୍ରେନ ଅଧିକାରୀଙ୍କ ପକ୍ଷରୁ ନିବେଦନ କରାଯାଉଛି ।

ଅନେକ ସହର ଉପରେ ଆକ୍ରମଣ କରିବା ପରେ ବର୍ତ୍ତମାନ ରାଜଧାନୀ କିଭ ଆଡକୁ ଅଗ୍ରସର ହେଉଛନ୍ତି ଋଷ ସେନା । କିଭ ଠାରୁ ୩୦ କିଲୋମିଟର ଦକ୍ଷିଣ ପଶ୍ଚିମ ଦିଗରେ ଭାସିଲ୍କିଭ ସହରରେ ଯୁଦ୍ଧ ହୋଇଥିବା ନେଇ ୟୁକ୍ରେନ ସେନାବାହିନୀ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.