ETV Bharat / international

Russia Ukraine War: କିଭର ମୁଖପାତ୍ରଙ୍କ ସହ କଥା ହେବ ଋଷ ପ୍ରତିନିଧି ମଣ୍ଡଳୀ - ଋଷିଆ ଓ ୟୁକ୍ରେନ ଯୁଦ୍ଧ

ଶେଷରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସହ କଥା ହେବା ପାଇଁ ନିଜର ପ୍ରତିନିଧି ମଣ୍ଡଳୀ ପଠାଇବା ପାଇଁ ପ୍ରସ୍ତୁତ ରହିଛନ୍ତି । ଋଷିଆର ଉଚ୍ଚ ପଦସ୍ଥ ପ୍ରତିନିଧି ମଣ୍ଡଳ କିଭର ମିନସ୍କ ଠାରେ କିଭ-କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ ସହ କଥା ହେବେ । ଅଧିକ ପଢନ୍ତୁ

Russia Ukraine War: କିଭର ମୁଖପାତ୍ରଙ୍କ ସହ କଥା ହେବ ଋଷ ପ୍ରତିନିଧି ମଣ୍ଡଳୀ

author img

By

Published : Feb 25, 2022, 10:21 PM IST

ନୂଆଦିଲ୍ଲୀ: ଶେଷରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସହ କଥା ହେବା ପାଇଁ ନିଜର ପ୍ରତିନିଧି ମଣ୍ଡଳୀ ପଠାଇବା ପାଇଁ ପ୍ରସ୍ତୁତ ରହିଛନ୍ତି । ଋଷର ଉଚ୍ଚ ପଦସ୍ଥ ପ୍ରତିନିଧି ମଣ୍ଡଳୀ କିଭର ମିନସ୍କ ଠାରେ କିଭ-କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ ସହ କଥା ହେବେ । ଏନେଇ ଭାରତରେ ଅବସ୍ଥାପିତ ଋଷ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଅନ୍ୟପଟେ ଏହି ଆଲୋଚନରେ କ'ଣ ନିଷ୍କର୍ସ ବାହରିବା ତାହାକୁ ସମଗ୍ର ବିଶ୍ବ ଜାଣିବା ଅପେକ୍ଷାରେ ରହିଛି । ଏପଟେ ପ୍ରାୟ ଯୁଦ୍ଧର ୩୬ ଘଣ୍ଟା ପରେ ୟୁକ୍ରେନ ସହ ଋଷ ଆଲୋଚନା ପାଇଁ ରାଜି ହୋଇଛି । ତେବେ ଏହି ଆଲୋଚନ ପରେ ଯୁଦ୍ଧରେ ବିରାମ ଲାଗୁଛି କି ତାହା ପରବର୍ତ୍ତୀ ସମୟରେ ଜଣାପଡିବ ।

ଅପରପକ୍ଷେ ଏହି ଯୁଦ୍ଧରେ ଉଭୟ ପକ୍ଷର ଅନେକ ପ୍ରାଣହାନୀ ହୋଇଥବା ଜଣାପଡିଛି । ସେହିପରି ଋଷର ପ୍ରାୟ ୧ହଜାର ସୈନ୍ୟଙ୍କୁ ମାରିଥିବା ୟୁକ୍ରେନ ପ୍ରତିରକ୍ଷା ବିଭାଗ ପକ୍ଷରୁ ଦାବି କରାଯାଇଛି । ଏହା ସହ ୟୁକେ ସଶସ୍ତ୍ର ବାହିନୀର ମନ୍ତ୍ରୀ ଜେମ୍ସ ହେପେପି ସଂସଦରେ କହିଛନ୍ତି ଯେ, ୪ଶହ ୫୦ଜଣ ଋଷ ସୈନ୍ୟଙ୍କର ମୃତ୍ୟୁ ହୋଇଥିବା ବେଳେ ଅତିକମ୍‌ରେ ୟୁକ୍ରେନର ୧ଶହ ୯୪ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ ଏଥିମଧ୍ୟରୁ ୫୭ଜଣ ୟୁକ୍ରେନ ନାଗରିକଙ୍କ ମୃତ୍ୟ ହୋଇଥିବା ୟୁକେ ସଂସଦରେ ଜେମ୍ସ ହେପେପି କହିଛନ୍ତି । ସେହିଭଳି ୟୁନାଇଟେଡ୍‌ ନେସନ୍‌ କହିଛି ଅତିକମ୍‌ରେ ୨୫ ଜଣ ୟୁକ୍ରେନ ନାଗରିକଙ୍କ ମୃତ୍ୟ ହୋଇଥିବା ବେଳେ ୧୦୨ଜଣ ଏୟାରଷ୍ଟ୍ରାଇକ୍‌ ଆକ୍ରମଣରେ ଆହତ ହୋଇଛନ୍ତି । ଏପଟେ ୟୁକ୍ରେନ ସସସ୍ତ୍ର ବାହିନୀର ୨ଶହ ଜଣ ସୈନ୍ୟଙ୍କୁ ଋଷିଆ ସେନା ବନ୍ଦୀ କରିଥିବା ଋଷ ଦାବି କରିଛି ।

ଅନ୍ୟପଟେ ୧୩ ଜଣ ୟୁକ୍ରେ୍ନ ସୈନ୍ୟଙ୍କର ମୃତ୍ୟୁ ହୋଇଥିବା କହିଛି ଋଷ । ଏଥିସହ ଗତକାଲି ୪୦ ଜଣ ଋଷ ସସସ୍ତ୍ର ବାହୀନର ସୈନ୍ୟଙ୍କର ମୃତ୍ୟ ହୋଇଥିବା ଦାବି କରିଛି ୟୁକ୍ରେନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.