ETV Bharat / international

ଇଟାଲୀରେ କୋରୋନା କହର: ଗୋଟିଏ ଦିନରେ 49 ମୃତ - କୋରୋନା କହର

କୋରୋନା ଭାଇରସରେ ପ୍ରଭାବିତ ସାରା ବିଶ୍ବ । 85ଟି ଦେଶକୁ ବ୍ୟାପିଥିବା ଏହି କୋରାନା ଚୀନ ପରେ ଇଟାଲୀରେ ସର୍ବାଧିକ ପ୍ରକୋପ ଦେଖିବାକୁ ମିଳିଛି ।

ଇଟାଲୀରେ କୋରୋନା କହର
ଇଟାଲୀରେ କୋରୋନା କହର
author img

By

Published : Mar 7, 2020, 2:40 PM IST

ବେଜିଂ: ସମଗ୍ର ବିଶ୍ବକୁ ଆତଙ୍କିତ କରି ରଖିଛି କୋରୋନା ଭାଇରସ(covid-19) । 90ଟି ଦେଶକୁ ସଂକ୍ରମିତ କରିଛି ଭାଇରସ । ଚୀନ ପରେ ଯଦି କୌଣସି ଦେଶ ଏହି ଭାଇରସରେ ପ୍ରକୋପରେ କଲବଲ ହେଉଛି ସେ ହେଉଛି ଇଟାଲୀ । କାରଣ ଗୋଟିଏ ଦିନରେ ଅର୍ଥାତ ଗତ ଶୁକ୍ରବାର 49ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଗତ 2 ସପ୍ତାହ ମଧ୍ୟରେ 197ଜଣଙ୍କ ଜୀବନ ଯାଇଛି ।

ଇଟାଲୀରେ ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା କୋରୋନା ମାମଲା 4636 ସାମ୍ନାକୁ ଆସିଛି । ଦକ୍ଷିଣ କୋରିଆ ଓ ଇରାନରେ ମଧ୍ୟ ମାତ୍ରାଧିକ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେପଟେ, କୋରୋନା ମୁକାବିଲା ନେଇ ଇଟାଲୀ ସରକାର କଡା ନଜର ରଖିଛନ୍ତି । ତେବେ ବର୍ତ୍ତମାନ ଇଟାଲୀର 22ଟି ସ୍ଥାନରେ ସଂକ୍ରମଣ ହୋଇଥିବା ସୂଚନା ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧାର ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 98 ହଜାର 123ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 3 ହଜାର 385ରେ ପହଞ୍ଚିଛି । ଗତ ଗୁରୁବାର ସୁଦ୍ଧା 613ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବାବେଳେ 39 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା 33 ଜଣଙ୍କ ଠାରେ କୋରୋନା ପଜେଟିଭ ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.