ETV Bharat / international

ଭାସିଲା ସ୍ବେଜ କେନାଲରେ ଫସିଥିବା କାର୍ଗୋ ଜାହାଜ, ପ୍ରତି ଘଣ୍ଟାରେ କ୍ଷତି ହେଉଥିଲା 400 ମିଲିୟନ ଡଲାର - Suez Canal

ସ୍ବେଜ କେନାଲରେ ଦୀର୍ଘ 6 ଦିନରୁ ଫିସିଥିବା ବିଶାଲ କାର୍ଗୋ ଜାହାଜ ଶେଷରେ ଚାଲିଛି । 1300 ଫୁଟ ଲମ୍ବା କାର୍ଗୋ ଜାହାଜ ଫସିବା ଯୋଗୁଁ ଲୋହିତ ସାଗର ଓ ଭୂମଧ୍ୟ ସାଗରରେ ଟ୍ରାଫିକ ଜାମର ସ୍ଥିତି ଉପୁଜିଥିଲା । ଅଧିକ ପଢନ୍ତୁ...

ଭାସିଲା ସ୍ବେଜ କେନାଲରେ ଫସିଥିବା କାର୍ଗୋ ଜାହାଜ, ପ୍ରତି ଘଣ୍ଟାରେ କ୍ଷତି ହେଉଥିଲା 400 ମିଲିୟନ ଡଲାର

author img

By

Published : Mar 29, 2021, 8:50 PM IST

Updated : Mar 29, 2021, 10:57 PM IST

ନୂଆଦିଲ୍ଲୀ: ଲୋହିତ ସାଗର ଓ ଭୂମଧ୍ୟ ସାଗରକୁ ସଂଯୋଗ କରୁଥିବା ସ୍ବେଜ କେନାଲରେ ଦୀର୍ଘ 6 ଦିନରୁ ଫିସିଥିବା ବିଶାଲ କାର୍ଗୋ ଜାହାଜ ଶେଷରେ ଚାଲିଛି । ଏହି କାର୍ଗୋ ଜାହାଜ ବିଶ୍ବର ସବୁଠୁ ବଡ ମାଲବାହୀ କଣ୍ଟେନର ଜାହାଜ ମଧ୍ୟରୁ ଗୋଟିଏ । 'EVERGREEN' ନାଁରେ ଏହି ଜାହାଜ ଏସିଆ ଓ ୟୁରୋପ ମଧ୍ୟରେ ଚାଲିଥାଏ ।

ଅନେକ ପରିଶ୍ରମ ପରେ ଏହି କଣ୍ଟେନର ଜାହାଜକୁ ଷ୍ଟାର୍ଟ କରାଯାଇଛି । ଏନେଇ ଇଞ୍ଚ କେପ ସିପିଙ୍ଗ୍‌ ସର୍ଭିସେଜ ପକ୍ଷରୁ ଏହାର ସୂଚନା ଦିଆଯାଇଛି । ସ୍ବେଜ କେନାଲ ପ୍ରାଧିକରଣ ଏହା ପୂର୍ବରୁ ସୂଚନା ଦେଇଥିଲା ଯେ ବିସାଳକାୟ କଣ୍ଟେନର ଜାହାଜକୁ ଆଂଶିକରୂପେ ବାହାର କରାଯାଇଛି ।

ବିଶାଳକାୟ ଜାହାଜ ଫସିବା ଯୋଗୁଁ ଭାରତୀୟ ବାଣିଜ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଥିଲା । ଏହି ସଙ୍କଟ ସହ ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ସରକାର । ଅନ୍ୟ ଦେଶରୁ ଆମଦାନୀ ରପ୍ତାନୀରେ ଲାଗିଥିବା ଭାରତୀୟ ମାଲବାହୀ ଜାହାଜକୁ ସ୍ବେଜ କେନାଲ ଦେଇ ଯିବା ପରିବର୍ତ୍ତେ କେପ ଅଫ ଗୁଡ ହୋପ ଦେଇ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଧୂଳିଝଡ କାରଣରୁ କାର୍ଗୋ ଜାହାଜ ସ୍ବେଜ କେନାଲରେ ଫସିଯାଇଥିଲା । ଏହି 1300 ଫୁଟ ଲମ୍ବା କାର୍ଗୋ ଜାହାଜ ଫସିବା ଯୋଗୁଁ ଲୋହିତ ସାଗର ଓ ଭୂମଧ୍ୟ ସାଗରରେ ଟ୍ରାଫିକ ଜାମର ସ୍ଥିତି ଉପୁଜିଥିଲା । ଏହି କାରଣରୁ ଏଠାରେ ଫସିରହିଥିଲେ 150 ଜାହାଜ । ଆଉ ଏଥିମଧ୍ୟରୁ 13 ମିଲିୟନ ବ୍ୟାରେଲ ଅଶୌଧିତ ତୈଳ ଭର୍ତ୍ତି 10 ଟ୍ୟାଙ୍କର ଥିଲେ ସାମିଲ ।

ଜାହାଜ ଫସିରହିଥିବା କାରଣରୁ ଅନେକ ଦେଶକୁ ପେଟ୍ରୋଲିୟମ ପଦାର୍ଥର ଡେଲିଭରୀରେ ବିଳମ୍ବ ହେଉଥିଲା । କାର୍ଗୋ ଜାହାଜ ଫସିରହିବା ଫଳରେ ଅଶୌଧିତ ତୈଳର ମୂଲ୍ୟ ହୁ ହୁ ହୋଇ ବଢିଚାଲିଥିଲା ।

ଗତ 5 ଦିନରୁ ଏହି ବିଶାଳକାୟ ଜାହାଜକୁ ବାହାପର କରିବା ପାଇଁ ପ୍ରୟାସ ଜାରି ରହିଥିଲା । ଏହି ଜାହାଜ ଫସି ରହିବା କାରଣରୁ କଣ୍ଟେନର ଜାହାଜକୁ ଅନ୍ୟ ରୁଟ୍‌ରେ ଯାତ୍ରା କରିବାକୁ ପଡୁଥିଲା । ବିଶ୍ବର 12 ପ୍ରତିଶତ ବାଣିଜ୍ବିକ କାରବାର ସ୍ବେଜ କେନାଲ ଦେଇ ହୋଇଥାଏ । ଜାହାଜ ଫସି ରହିବା କାରଣରୁ ପ୍ରତି ଘଣ୍ଟାରେ ପାଖାପାଖି 400 ମିଲିୟନ ଡଲାର କ୍ଷତି ହେଉଥିଲା ।

Last Updated : Mar 29, 2021, 10:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.