ETV Bharat / international

ଇଟାଲୀକୁ ଗ୍ରାସିଲାଣି କୋରୋନା; 2 ମୃତ, 79 ଆକ୍ରାନ୍ତ

ମହାମାରୀ ରୂପ ନେଇଥିବା କୋରୋନା କେବଳ ଚୀନ ନୁହେଁ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି । ଇଟାଲୀ ଓ ସାଉଥକୋରିଆ ଏବେ ସାଙ୍ଘାତିକ ରୂପ ନେଉଛି ଏହି ଭାଇରସ । ଅଧିକ ପଢନ୍ତୁ...

author img

By

Published : Feb 23, 2020, 10:14 AM IST

Updated : Feb 23, 2020, 10:30 AM IST

coronavirus
ଇଟାଲୀକୁ ଗ୍ରାସିଲାଣି କୋରୋନା

ହୁବାଇ: ଚୀନରେ ମୃତ୍ୟୁର ଜାଲ ବିଛାଇଛି କୋରୋନା ଭାଇରସ । ପ୍ରାଣୀଘାତୀ ଭାଇରସର କବଳରେ କେବଳ ଚୀନ ନୁହେଁ ସାରା ବିଶ୍ବ ଅଣାୟତ୍ତ। ଏଯାବତ ଚୀନରେ 2346ଜଣଙ୍କ ଜୀବନ ନେଇଥିବା ଏହି ଭାଇରସ ଇଟାଲୀ ଓ ସାଉଥ କୋରିଆକୁ ମଧ୍ୟ ବ୍ୟାପିବା ଆରମ୍ଭ କରିଦେଇଛନ୍ତି ।

ଉହାନରୁ ଉତ୍ପତ୍ତି ହୋଇଥିବା ଏହି ଘାତକ ଏବେ ଇଟାଲୀରେ 2ଜଣଙ୍କ ପ୍ରାଣ ନେବା ସହ 79ଜଣକୁ ଆକ୍ରାନ୍ତ କଲାଣି। ଯଦ୍ବାରା ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଭୟରେ ସମସ୍ତ ସ୍କୁଲ,କଲେଜ ଓ ରାସ୍ତାଘାଟ ବନ୍ଦ ପଡିଛି । ଏପରିକି ସାଉଥକୋରିଆ ମଧ୍ୟ କୋରୋନା ପଞ୍ଝାରେ ଆସିଯାଇଛି । ସେଠାରେ 559 ଜଣ ଆକ୍ରାନ୍ତ ହେବା ସହ 4 ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି । ସେପଟେ, ହୁବାଇରେ କେବଳ ଆକ୍ରାନ୍ତ ସଂଖ୍ୟା 64 ହଜାରରେ ପହଞ୍ଚିବା ସହ ହୁବାଇ ସ୍ବାସ୍ଥ୍ୟ କମିଶନଙ୍କ ଅନୁଯାୟୀ, 15 ହଜାର 299 ଜଣ ଏହି ରୋଗରୁ ସୁସ୍ଥ ହେଉଛନ୍ତି ।

ଏହା ସହ ଗତ 24 ଘଣ୍ଟା ମଧ୍ୟରେ 630 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରୋନାରେ ଆକ୍ରାନ୍ତ ହୋଇ 96ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ, ଚୀନ ସରକାର ଏହି ରୋଗର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିବା ସହ ଯାତାୟାତକୁ ବ୍ୟାନ କରାଯାଇଛି ।

ସୌଜନ୍ୟ:@ANI

Last Updated : Feb 23, 2020, 10:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.