ETV Bharat / international

ବାଧ୍ୟତାମୂଳକ ମାସ୍କ ବ୍ୟବହାର ବିରୋଧରେ ଲଣ୍ଡନରେ ବିକ୍ଷୋଭ - ଇଂଲଣ୍ଡରେ ମାସ୍କ ବାଧ୍ୟତାମୂଳକକୁ ବିରୋଧ

ଇଂଲଣ୍ଡରେ କୋରୋନା ମୁକାବିଲା ପାଇଁ ନୂଆ ନୀତି । ବିନା ମାସ୍କରେ ଗ୍ରାହକଙ୍କୁ ଦୋକାନରେ ପ୍ରବେଶ ଉପରେ ଲାଗିଛି କଟକଣା । ଯାହାକୁ ବିରୋଧରେ କରି ଇଂଲଣ୍ଡରେ ଆରମ୍ଭ ହୋଇଛି ବିକ୍ଷୋଭ । ଅଧିକ ପଢନ୍ତୁ ...

protest in england, mask compulsary in shops of england, oppose to mask compulsory in england, protest for anti mask in england, ଇଂଲଣ୍ଡରେ ବିକ୍ଷୋଭ, ଇଂଲଣ୍ଡ ଦୋକାନରେ ମାସ୍କ ବାଧ୍ୟତାମୂଳକ, ଇଂଲଣ୍ଡରେ ମାସ୍କ ବାଧ୍ୟତାମୂଳକକୁ ବିରୋଧ, ଇଂଲଣ୍ଡରେ ମାସ୍କ ବାଧ୍ୟତାମୂଳକ ନିୟମ ପାଇଁ ବିକ୍ଷୋଭ
ବାଧ୍ୟତାମୂଳକ ମାସ୍କ ବ୍ୟବହାର ବିରୋଧରେ ଲଣ୍ଡନରେ ବିକ୍ଷୋଭ
author img

By

Published : Jul 20, 2020, 8:30 PM IST

ଲଣ୍ଡନ: କୋରୋନା ମହାମାରୀ ସହ ଲଢିବା ପାଇଁ ଇଂଲଣ୍ଡରେ ଜାରି ହୋଇଛି କିଛି କଟକଣା । ଯେଉଁଥିରୁ ଗୋଟିଏ ହେଉଛି ଦୋକାନଗୁଡିକୁ ଯିବାକୁ ହେଲେ ଗ୍ରାହକମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୀତି । ଚଳିତ ସପ୍ତାହରୁ ଲାଗୁ ହେବାକୁ ଥିବା ଏହି କଟକଣାକୁ ଅନେକ ବ୍ୟବସାୟୀ ବିରୋଧ କରିଥିବା ବେଳେ ସୋମବାର ସ୍ଥାନୀୟ ହାଇଡ ପାର୍କରେ ଏକତ୍ରିତ ହୋଇଛନ୍ତି ପ୍ରାୟ 100 ବିକ୍ଷୋଭକାରୀ ।

ଏହା ପୂର୍ବରୁ ସ୍କଟଲାଣ୍ଡରେ ଏହି ନିୟମ ଲାଗୁ କରାଯାଇଛି । ଯାହା ଆସନ୍ତା ଜୁଲାଇ 24ରୁ ଇଂଲଣ୍ଡରେ ଲାଗୁ ହେବା ନେଇ ଘୋଷଣା ହୋଇଛି । ତେବେ ଏହି ନିୟମ ଅନୁଯାୟୀ ଯଦି କୌଣସି ଦୋକାନରେ କୌଣସି ଗ୍ରାହକ ବିନା ମାସ୍କରେ ଦେଖାଯାଆନ୍ତି, ତେବେ ସେମାନଙ୍କୁ ସେହି ଦୋକାନରୁ ବାହାରକୁ ଯିବାକୁ ପଡିବ କିମ୍ବା 100 ପାଉଣ୍ଡର ତଣ୍ଡ ଗଣିବାକୁ ହେବ । ସେପଟେ ଏହି ନିୟମକୁ ବିରୋଧ କରି ବିକ୍ଷୋଭକାରୀମାନେ ପାଟି ଦେଖାଯିବା ଭଳି ମାସ୍କକୁ ଚିରି ମୁହଁରେ ପିନ୍ଧିଥିବା ଦେଖାଯାଇଥିଲା ।

ଆନ୍ଦୋଳନରେ ବିକ୍ଷୋଭକାରୀମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରା ଦେଉଥିବା ଦେଖାଯାଇଥିଲା । ଏଥିରେ ସେମାନେ ନିୟମକୁ ବିରୋଧ କରି କହିଥିଲେ କି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ଏବଂ ଏହା ଆଗାମୀ ଦିନରେ ସାଧାରଣ ଜୀବନର ଅଂଶ ପାଲଟିପାରିବ ନାହିଁ । ଏଥିସହ ଅନ୍ୟ ଜଣେ ବିକ୍ଷୋଭକାରୀଙ୍କ ଟିସାର୍ଟରେ ମାନବ ଅଧିକାର ବଞ୍ଚାଇବା ସହ 5ଜି ଓ ଟୀକାକରଣକୁ ମନା କରୁଥିବା ଲେଖା ରହିଥିବା ଦେଖାଯାଇଥିଲା । ସେପଟେ ଅନ୍ୟ ଜଣେ ମହିଳାଙ୍କ ଟିସାର୍ଟରେ ସମସ୍ତ ପ୍ରସଙ୍ଗଙ୍କୁ ନେଇ ପ୍ରଶ୍ନ କରିବା ପାଇଁ ଲେଖାଯାଇଥିଲା ।

ସରକାରଙ୍କ ଦ୍ବାରା ଘୋଷଣା ହୋଇଥିବା ଏହି ନୂଆ ନିୟମକୁ ମାନିବା ପାଇଁ ଲୱୋକେ ବାଧ୍ୟ ବୋଲି ସରକାର ନାରା ଦେଉଥିବା ବେଳେ ସାଧାରଣ ଲୋକେ ସରକାରଙ୍କ ଏପରି ଆଚରଣକୁ ବିରୋଧ କରିଛନ୍ତି । ତେଣେ ବ୍ୟବସାୟୀମାନେ ଏହାକୁ ବିରୋଧ କରି କହିଛନ୍ତି କି ସେମାନେ ଦିନ ତମାମ ଶହ ଶହ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ବେଳେ ଏହି ମାସ୍କ ବାଧ୍ୟତାମୂଳକ ନିୟମ ସେମାନଙ୍କ ପାଇଁ ପ୍ରଥମେ ବାଧ୍ୟତାମୂଳକ ରହିବା କଥା । କିନ୍ତୁ ସରକାର ଏହାର ଠିକ୍‌ ବିପରୀତ ଅର୍ଥାତ ଗ୍ରାହକମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ଯାହାର ବର୍ତ୍ତମାନ କୌଣସି ଆବଶ୍ୟକତା ନାହି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.