ETV Bharat / international

କୋରୋନା ମୁକାବିଲା: ଆଗେଇ ଆସିଲେ ଅବସରପ୍ରାପ୍ତ କର୍ମଚାରୀ

author img

By

Published : Mar 30, 2020, 7:20 PM IST

ଦେଶ ସେବାର ନିଚ୍ଛୁକ ଉଦାହରଣ । ଅବସରରେ ପରେ ବି ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବାରେ ଯୋଗ ଦେଲେ 20 ହଜାରରୁ ଊର୍ଦ୍ଧ୍ବ ସ୍ବାସ୍ଥ୍ୟକର୍ମୀ । ଅଧିକ ପଢନ୍ତୁ...

କୋରୋନା ମୁକାବିଲା: ଆଗେଇ ଆସିଲେ ଅବସରପ୍ରାପ୍ତ କର୍ମଚାରୀ
କୋରୋନା ମୁକାବିଲା: ଆଗେଇ ଆସିଲେ ଅବସରପ୍ରାପ୍ତ କର୍ମଚାରୀ

ଲଣ୍ଡନ: ବ୍ରିଟେନରେ ଭୟଙ୍କର ହେଉଛି କୋରୋନା ସ୍ଥିତି । ଦିନ ଗଡିବା ସହ ଗଡୁଛି ମୁଣ୍ଡ । ହସ୍ପିଟାଲେର ଭର୍ତ୍ତି ହେବାରେ ଲାଗିଛନ୍ତି ଶହ ଶହ ରୋଗୀ । କୋରୋନାକୁ କାବୁ କରାଯାଇ ପାରୁନଥିବାବେଳେ, ଉତ୍କଟ ହେଉଛି ସ୍ବାସ୍ଥ୍ୟ ସମସ୍ୟା । ଏହି ଘଡିସନ୍ଧି ମୂହୁର୍ତ୍ତରେ ଦେଶ ସେବା ପାଇଁ ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବାକୁ ଫେରିଛନ୍ତି ପ୍ରାୟ 20,000ରୁ ଊର୍ଦ୍ଧ୍ବ ଅବସରପ୍ରାପ୍ତ କର୍ମଚାରୀ । ଏନେଇ ସୂଚନା ଦେଇଛନ୍ତି, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

ଏନଏଚଏସକୁ ଫେରିଥିବା ଡାକ୍ତର, ନର୍ସ ଏବଂ ଅନ୍ୟ ପୂର୍ବତନ ବୃତ୍ତିଗତ ତଥା 750,000 ଜନସାଧାରଣ ଯେଉଁମାନେ ମହାମାରୀ ସମୟରେ ଦେଶକୁ ସାହାଯ୍ୟ କରିବାକୁ ସ୍ବେଚ୍ଛାକୃତ ଭାବେ ଯୋଗ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇ ଟ୍ବିଟର ଏକ ପୋଷ୍ଟ କରିଥିଲେ ଜନସନ । ଏହା ସହ ସେ ଲେଖଛନ୍ତି, ଆମେ ଏକତ୍ରିତ ହୋଇ କୋରୋନା ମୁକାବାଲି କରିବୁ ଏବଂ ନିଶ୍ଚୟ ଏଥିରେ ସଫଳ ହେବୁ ।

ସୂଚନାଯୋଗ୍ୟ, ବୋରିସ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇ କ୍ବାରେଣ୍ଟିନରେ ରହିଥିଲେ । ଏପରିକି ବ୍ରିଟେନର ସ୍ବାସ୍ଥ୍ୟ ସଚିବଙ୍କ ଠାରେ ମଧ୍ୟ କୋରୋନା ପଜେଟିଭ ମିଳିଛି । ସେପଟେ ସାମାଜିକ ଦୂରତ୍ବକୁ ବଢାଇବାକୁ ଯାଇ 95 ପ୍ରତିଶତ ସେବା ହ୍ରାସ କରାଯିବା ସହ ବସ ସେବାକୁ ମଧ୍ୟ 75 ପ୍ରତିଶତ କମାଯାଇଛି । ସୋମବାର ସୁଦ୍ଧା, ବ୍ରିଟେନରେ 19,784 ଜଣ କୋରୋନା ଭାଇରସ୍ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ 1,231 ଜଣଙ୍କର ମୃତ୍ୟୁ ଘଟିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.