ETV Bharat / international

କୋରୋନା ମୃତକଙ୍କ ପାଇଁ ୟୁକେର ନୀରବ ପ୍ରାର୍ଥନା - ୟୁକେର କୋରୋନା

କୋରୋନା ଯୁଦ୍ଧରେ ଅନେକଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ପ୍ରାଣ ହରାଇଛନ୍ତି ଅନେକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ ଆଗଧାଡିର କର୍ମୀ । ଏମାନଙ୍କ ଅବଦାନ ପାଇଁ ଏମାନଙ୍କୁ ଦେଶ ସବୁବେଳେ ମନେ ରଖିବ ବୋଲି ପ୍ରକାଶ କରି ମଙ୍ଗଳବାର ଏକ ମିନିଟର ନୀରବ ପ୍ରାର୍ଥନା କରିଛି ୟୁକେ ।

silent prayer for corona deceased, uk holds silent prayer for corona deceased, silent prayer, corona un uk, coronavirus news, କୋରୋନା ମୃତକଙ୍କ ପାଇଁ ନିରବ ପ୍ରାର୍ଥନା,  କୋରୋନା ମୃତକଙ୍କ ପାଇଁ ୟୁକେର ନିରବ ପ୍ରାର୍ଥନା, ନିରବ ପ୍ରାର୍ଥନା, ୟୁକେର କୋରୋନା, କୋରୋନା ଭାଇରସ ନ୍ୟୁଜ୍‌
କୋରୋନା ମୃତକଙ୍କ ପାଇଁ ୟୁକେର ନୀରବ ପ୍ରାର୍ଥନା
author img

By

Published : Apr 28, 2020, 9:31 PM IST

ଲଣ୍ଡନ: କୋରୋନା ଯୁଦ୍ଧରେ ଅନେକଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ପ୍ରାଣ ହରାଇଛନ୍ତି ଅନେକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ ଆଗଧାଡିର କର୍ମୀ । ଏମାନଙ୍କ ଅବଦାନ ପାଇଁ ଏମାନଙ୍କୁ ଦେଶ ସବୁବେଳେ ମନେ ରଖିବ ବୋଲି ପ୍ରକାଶ କରି ମଙ୍ଗଳବାର ଏକ ମିନିଟର ନୀରବ ପ୍ରାର୍ଥନା କରିଛି ୟୁକେ । ସକାଳ 11ଟା ସମୟରେ ହୋଇଥିବା ଏହି ନୀରବ ପ୍ରାର୍ଥନାରେ ଦେଶବାସୀ ଯୋଗ ଦେଇ ପ୍ରାଣ ହରାଇଥିବା କର୍ମୀଙ୍କୁ ଅବଦାନକୁ ମନେ ପକାଇଥିଲେ । ସେପଟେ ସୋମବାର ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ମଧ୍ୟ ଏହି ନୀରବ ପ୍ରାର୍ଥନାରେ ସାମିଲ ହୋଇଥିଲେ ।

ସୂଚନା ଅନୁୟାୟୀ ଦେଶରେ ଏପର୍ଯ୍ୟନ୍ତ 100ରୁ ଊର୍ଦ୍ଧ୍ବ ଏନଏଚଏସ ଓ କେୟାର ଷ୍ଟାଫ୍‌ଙ୍କ କୋରୋନାରେ ମୃତ୍ୟୁ ହୋଇଛି । ସେପଟେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 1,58,348 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 21,092ରେ ପହଞ୍ଚିଛି । ସୋମବାର ଦେଶରେ 360 ନୂଆ ମୃତ୍ୟୁ ମାମଲା ସାମନାକୁ ଆସିଥିବା ବେଳେ ସେଥିରେ ରହିଥିଲେ 82 ଜାତୀୟ ସ୍ବାସ୍ଥ୍ୟ ସେବା କର୍ମଚାରୀ ଓ 16 କେୟାର ଷ୍ଟାଫ । ତେବେ ଦେଶରେ ପାଳନ ହୋଇଥିବା ନୀରବ ପ୍ରାର୍ଥନାର ଜଣେ ଆୟୋଜକଙ୍କ କହିବାନୁଯାୟୀ ବର୍ତ୍ତମାନ ସମୟରେ କୋରୋନା ଚିକିତ୍ସାରେ ନିୟୋଜିତ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ସାମଗ୍ରୀ ଯଥା ପିପିଇ ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି ।

ଅନ୍ୟପଟେ ଏନଏଚଏସ ଇଂଲଣ୍ଡ ମେଡିକାଲ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ଏହି ନୀରବ ପ୍ରାର୍ଥନା ଦର୍ଶାଉଛି କି ପ୍ରାଣ ହରାଇଥିବା ପ୍ରତ୍ୟେକଙ୍କ ଅବଦାନ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ । ପ୍ରାଣ ବଦଳରେ ଦେଶକୁ ଦେଇଥିବା ସେବା ପାଇଁ ଦେଶ ସବୁବେଳେ ସେମାନଙ୍କୁ ମନେ ରଖିବ । ତେବେ ଏହି ନୀରବ ପ୍ରାର୍ଥନା ସମୟରେ ଦେଶର ଅନେକ ଡାକ୍ତରଖାନାରେ ଏକ ପତାକାକୁ ଅର୍ଦ୍ଧନମିତ କରାଯାଇ ଉଡାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.