ETV Bharat / international

କୋରୋନାକୁ ରୋକିବା ପାଇଁ ଉହାନରେ ହେଲା 1 ମିଲିୟନ ନ୍ୟୁକ୍ଲିକ ଏସିଡ ଟେଷ୍ଟ

author img

By

Published : May 19, 2020, 8:21 PM IST

ଚୀନର ହୁବେଇ ପ୍ରାନ୍ତର ରାଜଧାନୀ ଉହାନରେ କୋରୋନାର ଉତ୍ପତ୍ତି ହୋଇଥିବା କୁହାଯାଉଥିବା ବେଳେ ଏଠାରେ ଗତ କିଛି ଦିନ ହେବ ବଢି ଚାଲିଥିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହାର ସମାଧାନ ସ୍ବରୂପ ଉହାନରେ 1 ମିଲିୟନ ନ୍ୟୁକ୍ଲିକ ଏସିଡ ଟେଷ୍ଟ କରାଯାଇଛି ।

corona fight in wuhan, nuclic acid testing in wuhan, nuclic acid testing, corona in china, corona update, ଉହାନରେ କୋରୋନା ମୁକାବିଲା, ଉହାନରେ ନ୍ୟୁକ୍ଲିକ ଏସିଡ ଟେଷ୍ଟିଂ, ନ୍ୟୁକ୍ଲିକ ଏସିଡ ଟେଷ୍ଟିଂ, ଚୀନରେ କୋରୋନା, କୋରୋନା ଅପଡେଟ
କୋରୋନାକୁ ରୋକିବା ପାଇଁ ଉହାନରେ ହେଲା 1 ମିଲିୟନ ନ୍ୟୁକ୍ଲିକ ଏସିଡ ଟେଷ୍ଟ

ଉହାନ: ଚୀନର ହୁବେଇ ପ୍ରାନ୍ତର ରାଜଧାନୀ ଉହାନରେ କୋରୋନାର ଉତ୍ପତ୍ତି ହୋଇଥିବା କୁହାଯାଉଥିବା ବେଳେ ଏଠାରେ ଗତ କିଛି ଦିନ ହେବ ବଢି ଚାଲିଥିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ଆକ୍ରାନ୍ତଙ୍କଠାରେ ରୋଗର ଲକ୍ଷଣ ଦେଖାଯାଉନଥିବା ବେଳେ ଏହା ଉହାନ ପାଇଁ ଚିନ୍ତାର କାରଣ ପାଲଟିଥିଲା । ଯାହାର ସମାଧାନ ସ୍ବରୂପ ଉହାନରେ 1 ମିଲିୟନ ନ୍ୟୁକ୍ଲିକ ଏସିଡ ଟେଷ୍ଟ କରାଯାଇଛି ।

ଏହି ଟେଷ୍ଟ ଦ୍ବାରା ଦେଖାଯାଇଥିଲା କି ଲକ୍ଷଣବିହୀନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ଏପ୍ରିଲ ମାସରେ ଏକ ମିଲିୟନ ଲୋକଙ୍କ ମଧ୍ୟରେ 660 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଟେଷ୍ଟ ପରେ ବର୍ତ୍ତମାନ 1 ମିଲିୟନରେ ଆକ୍ରାନ୍ତ ସଂଖ୍ୟା 46କୁ ହ୍ରାସ ପାଇଥିବା ଦେଖାଯାଇଛି । ଏହି ନ୍ୟୁକ୍ଲିକ ଟେଷ୍ଟ ଦ୍ବାରା ଏହା ମଧ୍ୟ ଦେଖିଯାଇଛି କି ଦ୍ବାରା ଆକ୍ରାନ୍ତଙ୍କ ମଧ୍ୟରେ ଲକ୍ଷଣବିହୀନଙ୍କଠାରେ କୋରୋନାର ପ୍ରଭାବ ଅପେକ୍ଷାକୃତ କମ ରହିଥାଏ । ସାଧାରଣ ଚିକିତ୍ସା ଦ୍ବାରା ଏହାର ନିରାକରଣ ହୋଇପାରେ ।

ଗ୍ଲୋବାଲ ଟାଇମ୍ସ ଏହି ଟେଷ୍ଟିଂକୁ ନେଇ କହିଛି କି ଏପ୍ରିଲ ମାସରେ ଦେଖାଯାଇଥିଲା କି 11000 ଲୋକଙ୍କ ମଧ୍ୟରେ 5 ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡିର ଉପସ୍ଥିତି ଦେଖିବାକୁ ମିଳିଥିଲା । ଏହି ସମାନ ପ୍ରକ୍ରିୟା ଅନୁଯାୟୀ ଉହାନର 11 ମିଲିୟନ ଲୋକଙ୍କ ମଧ୍ୟରୁ 5 ଲକ୍ଷ ଲୋକେ ଆଣ୍ଟିବଡି ସହାୟତାରେ କୋରୋନାର ସଫଳ ମୁକାବିଲା କରିଥିବା କୁହାଯାଇପାରେ । ତେବେ ଉହାନରେ ବର୍ତ୍ତମାନ କୋରୋନା ମୁକାବିଲା ପାଇଁ ସାମୂହିକ ଟେଷ୍ଟିଂ କରାଯାଉଥିବା ନେଇ ସୂଚନା ରହିଛି । ଏହା ମାଗଣାରେ କରାଯାଉଥିବା ବେଳେ ମେ 25ରେ ଶେଷ ହେବା ନେଇ ସୂଚନା ରହିଛି । ମେ 9ରେ ସହରରେ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଟେଷ୍ଟିଂ ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.