ETV Bharat / international

ଲୋ-ରିସ୍କ ଏରିଆରେ ସାମିଲ ହେଲା ଉହାନ

author img

By

Published : Apr 19, 2020, 11:28 PM IST

ଚୀନର ଉହାନରୁ ନିଜର ପ୍ରଳୟଙ୍କରୀ ଲୀଳା ଆରମ୍ଭ କରିଥିବା କୋରୋନା ସଂକ୍ରମଣକୁ ନେଇ ଏବେ ଚୀନରେ ଜାରି ହୋଇଛି କିଛି ଗାଇଡଲାଇନ । ଏହି କ୍ରମରେ ରବିବାର ଉହାନକୁ ଲୋ-ରିସ୍କ ଏରିଆ ଭାବେ ଘୋଷଣା କରାଯାଇଛି ।

low-risk area, corona in wuhan, low-risk area wuhan, corona in china, coronavirus news, ଲୋ-ରିସ୍କ ଏରିଆ, ଉହାନରେ କୋରୋନା, ଲୋ-ରିସ୍କ ଏରିଆ ଉହାନ, ଚୀନରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌
ଲୋ-ରିସ୍କ ଏରିଆରେ ସାମିଲ ହେଲା ଉହାନ

ବେଜିଂ: ଚୀନର ଉହାନରୁ ନିଜର ପ୍ରଳୟଙ୍କରୀ ଲୀଳା ଆରମ୍ଭ କରିଥିବା କୋରୋନା ସଂକ୍ରମଣକୁ ନେଇ ଏବେ ଚୀନରେ ଜାରି ହୋଇଛି କିଛି ଗାଇଡଲାଇନ । ଯେଉଁଥିରେ ସ୍ପଷ୍ଟ କରାଯାଇଛି କି ଗତ 14 ଦିନ ମଧ୍ୟରେ ଯେଉଁ ସ୍ଥାନଗୁଡିକରେ ନୂଆ ସଂକ୍ରମଣ ଚିହ୍ନଟ ହୋଇନାହିଁ । ସେହି ଅଞ୍ଚଳ ଗୁଡିକୁ ଲୋ-ରିସ୍କ ଏରିଆ ଭାବେ ଘୋଷଣା କରାଯିବ । ଏହି ଘୋଷଣା ଅନୁଯାୟୀ ରବିବାର ଉହାନକୁ ଲୋ-ରିସ୍କ ଏରିଆ ଭାବେ ଘୋଷଣା କରାଯାଇଛି ।

ତେବେ ଆଶ୍ଚର୍ଯ୍ୟର କଥା କି ମାତ୍ର କିଛି ଦିନ ତଳେ ଉହାନରେ କୋରୋନା ଜନିତ ଆକ୍ରାନ୍ତ ସଂଖ୍ୟାକୁ 50 ପ୍ରତିଶତ ବଢାଯାଇଥିଲା । ଆଉ ଏହାର ଠିକ ଗୋଟିଏ ଦିନ ପରେ ଉହାନକୁ ଲୋ-ରିସ୍କ ଏରିଆ ଭାବେ ଘୋଷଣା କରାଯାଇଛି । ବର୍ତ୍ତମାନ ଚୀନରେ 16 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ଦେଶରେ କୌଣସି ଅଞ୍ଚଳରେ 50ରୁ କମ କିମ୍ବା ଅଧିକ ଆକ୍ରାନ୍ତ ଯଦି ଚିହ୍ନଟ ହୁଅନ୍ତି ତେବେ ସେହି ଅଞ୍ଚଳକୁ ମିଡ-ରିସ୍କ ଏରିଆ ଭାବେ ଘୋଷଣା କରାଯିବ । ସମାନ ଭାବେ ଅଣାୟତ୍ତ ଭାବେ ସଂକ୍ରମିତ ସଂଖ୍ୟା ବଢୁଥିବା ଅଞ୍ଚଳକୁ ହାଇ ରିସ୍କ ଅଞ୍ଚଳ ଭାବେ ଘୋଷଣା କରାଯିବା ନେଇ ଗାଇଡଲାଇନ ଜାରି ହୋଇଛି । ବର୍ତ୍ତମାନ ଚୀନରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 82,735ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ 1041 ଜଣ ଏବେ ଚିକିତ୍ସିତ ହେଉଛନ୍ତି ଏବଂ 77,062 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି । ଏଥିସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 4632ରେ ସ୍ଥିର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.