ETV Bharat / international

ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଲଗାଇବା ବ୍ରିଟେନକୁ ପଡିବ ମହଙ୍ଗା

author img

By

Published : Jul 13, 2020, 4:26 AM IST

ଚଳିତ ସପ୍ତାହ ଆରମ୍ଭରେ ୟୁକେ 49 ଜଣ ଉତ୍ତର କୋରିଆ ନାଗରିକ ଓ କେତେର ଅନୁଷ୍ଠାନ ଉପରେ ଏହାର ନୂଆ ମାନବ ଅଧିକାର ନିୟମ ଅନୁଯାୟୀ ପ୍ରତିବନ୍ଧକ ଲଗାଇଥିଲା । ଯାହାକୁ ଖୋଲାଖୋଲି ଅପରାଧ ବୋଲି ଘୋଷଣା କରିଛି ଉତ୍ତର କୋରିଆ । ଅଧିକ ପଢନ୍ତୁ...

uk's sanction on north korea, uk-north korea relation, north korea slams uk, ଉତ୍ତର କୋରିଆ ଉପରେ ୟୁକେର ପ୍ରତିବନ୍ଧକ, ଉତ୍ତର କୋରିଆ-ୟୁକେ ସମ୍ପର୍କ, ୟୁକେକୁ ଉତ୍ତର କୋରିଆର ନିନ୍ଦା
ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଲଗାଇବା ବ୍ରିଟେନକୁ ପଡିବ ମହଙ୍ଗା

ସିଓଲ: ନିକଟରେ ଉତ୍ତର କୋରିଆ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛି ୟୁକେ । ଉତ୍ତର କୋରିଆର ନାଗରିକଙ୍କ ସମେତ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ୟୁକେର ପ୍ରତିବନ୍ଧକକୁ କଡା ନିନ୍ଦା କରିଛି ଉତ୍ତର କୋରିଆ । ୟୁକେର ଏହି ପଦକ୍ଷେପ ପାଇଁ କ୍ରୋଧାନ୍ବିତ ହୋଇ ପ୍ୟୋଙ୍ଗ୍ୟାଙ୍ଗ ପ୍ରକାଶ କରିଛି କି ୟୁକେକୁ ଏହାର ପରିଣାମ ଭୋଗିବାକୁ ହେବ ।

ସୂଚନା ମୁତାବକ ଚଳିତ ସପ୍ତାହ ଆରମ୍ଭରେ ୟୁକେ 49 ଜଣ ଉତ୍ତର କୋରିଆ ନାଗରିକ ଓ କେତେର ଅନୁଷ୍ଠାନ ଉପରେ ଏହାର ନୂଆ ମାନବ ଅଧିକାର ନିୟମ ଅନୁଯାୟୀ ପ୍ରତିବନ୍ଧକ ଲଗାଇଥିଲା । ଯାହାକୁ ଖୋଲାଖୋଲି ଅପରାଧ ବୋଲି ଘୋଷଣା କରିଛି ଉତ୍ତର କୋରିଆ । ତେବେ ୟୁକେ ଦ୍ବାରା ଲଗା ଯାଇଥିବା ପ୍ରତିବନ୍ଧକ ପଛରେ ଉତ୍ତର କୋରିଆର ଅନେକ କୂଟନୀତି ଦାୟୀ ଥିବା ନେଇ ଆକଳନ କରାଯାଉଛି ।

ଉତ୍ତର କୋରିଆରେ ବାଧ୍ୟତାମୂଳକ ମଜୁରୀରେ ନାଗରିକଙ୍କୁ ନିୟୋଜନ, ଅତ୍ୟାଚାର, ଦେଶର ଗୁଲାଗରେ କଏଦୀଙ୍କୁ ହତ୍ୟା ଆଦି ଘଟଣା ଜାରି ରହିଥିବା ବିଶ୍ବାସ କରି ୟୁକେ ଏହିପରି ପ୍ରତିବନ୍ଧକ ଜାରି କରିଥିଲା । ତେଣୁ ଏପରି କାର୍ଯ୍ୟକଳାପରେ ସମ୍ପୃକ୍ତ ଅନୁଷ୍ଠାନ ବା ନାଗରିକଙ୍କୁ ୟୁକେରେ ପ୍ରବେଶ ଉପରେ କଟକଣା ଲଗାଯିବା ସହ ବ୍ରିଟିଶ ବ୍ୟାଙ୍କରୁ ଆର୍ଥିକ ସହାୟତା ଉପରେ ମଧ୍ୟ ରୋକ ଲଗାଯାଇଛି ।

ଏନେଇ ପ୍ୟୋଙ୍ଗ୍ୟାଙ୍ଗର ସରକାରୀ ଗଣମାଧ୍ୟମ କୋରିଆନ ସେଣ୍ଟ୍ରାଲ ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ମୁତାବକ ୟୁକେର ଏହି ପଦକ୍ଷେପକୁ ଉତ୍ତର କୋରିଆ ଆକ୍ରାମକ ଓ ଆମେରିକାର ଶତ୍ରୁ ନୀତି ଅନୁସରଣକାରୀ ବୋଲି ଆକ୍ଷେପ କରିଛି । ଏଥିସହ କିଛି ଉତ୍ତର କୋରିଆର ବିଶ୍ବାସଘାତକଙ୍କ ଦ୍ବାରା ଜାରି ହୋଇଥିବା ଫାବ୍ରିକେଶନ ଯୋଗୁଁ ଏହି ପ୍ରତିବନ୍ଧକ ଜାରି ହୋଥିବା ମଧ୍ୟ କୁହାୟାଉଛି । ତେଣୁ ୟୁକେର ଏହି ପଦକ୍ଷେପକୁ ଅପମାନଜନକ କୁହାଯିବା ସହ ଅନ୍ତରୀଣ ମାମଲରେ ହସ୍ତକ୍ଷେପ କରାଯାଇଥିବା ଉତ୍ତର କୋରିଆ ଚେତାବନା ଦେଇ ୟୁକେର ପଦକ୍ଷେପକୁ ତୀବ୍ର ନିନ୍ଦା କରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.