ଚଣ୍ଡିଗଡ଼: ଅବସରପ୍ରାପ୍ତ ଆଇଏଏସ ଅଫିସରଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ- ଇଡି ରେଡ୍ । ମିଳିଲା କୋଟି କୋଟି ଟଙ୍କାର ହୀରା ଓ ସୁନା ଅଳଙ୍କାର । ଏହି ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ନାଁରେ ରହିଛି ହାଉସିଂ ସ୍କାମ ଅଭିଯୋଗ। କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା ଏହି ପୂର୍ବତନ IAS ଅଫିସର କିଏ? ଯାହାଙ୍କ ଘରୁ ଏତେ ସବୁ ସମ୍ପତ୍ତି ମିଳିଛି, ଆସନ୍ତୁ ଜାଣିବା।
![ED Raid On Ex IAS House](https://etvbharatimages.akamaized.net/etvbharat/prod-images/20-09-2024/22494471_.jpg)
କିଏ ସେହି ପୂର୍ବତନ IAS?
ପୂର୍ବରୁ ନୋଏଡା ଅଥୋରିଟିର ସିଇଓ ଥିବା ଏହି ଅବସରପ୍ରାପ୍ତ IAS ହେଉଛନ୍ତି ମହିନ୍ଦର ସିଂ। ତାଙ୍କ ନାଁରେ 300କୋଟି ଟଙ୍କାର ହାଉସିଂ ସ୍କାମ ଅଭିଯୋଗ ରହିଛି। ରେଡ୍ ବେଳେ ତାଙ୍କ ଘରୁ ମିଳିଛି 7କୋଟି ଟଙ୍କାର ସୁନା ଅଳଙ୍କାର, 12 କୋଟି ଟଙ୍କାର ହୀରା ଏବଂ 1 କୋଟି ଟଙ୍କାର ନଗଦ ଟଙ୍କା। ସୂଚନା ଅନୁସାରେ, ଉତ୍ତରପ୍ରଦେଶରେ BSP ସରକାର ସମୟରେ ନୋଏଡା ଅଥୋରିଟିର ସିଇଓ ରହିଥିଲେ ମହିନ୍ଦର। ଏହାସହ ସେ ଗ୍ରେଟର ନୋଏଡା, ଯମୁନା ଅଥୋରିଟିର ଚେୟାରମ୍ୟାନ ମଧ୍ୟ ରହିଛନ୍ତି। ଯେତେବେଳେ ସୁପରଟେକ୍ ସ୍କାମ ଏବଂ ଅମରାପଲ୍ଲୀ ସ୍କାମ କଥା ସାମନାକୁ ଆସିଲା ସେହି ସମୟରେ ମହିନ୍ଦର ସିଂଙ୍କ ସମ୍ପୃକ୍ତି କଥା ଜଣାପଡ଼ିଥିଲା।
ଚଣ୍ଡିଗଡ଼ ସମେତ 11 ସ୍ଥାନରେ ରେଡ୍:
ଗତ କିଛି ଦିନ ମଧ୍ୟରେ ଚଣ୍ଡିଗଡ଼ ସମେତ ଦିଲ୍ଲୀ,ମିରଟ ଏବଂ ନୋଏଡା ବଳି 11 ସ୍ଥାନରେ ଚଢାଉ ହୋଇଛି। ଏହାରି ମଧ୍ୟରେ ଲୋଟସ-300 ପ୍ରୋଜେକ୍ଟ ସହ ଜଡିତ ଅଧିକାରୀଙ୍କ ସମ୍ପତ୍ତିର ଛାନଭିନ ଚଳାଇଛି ତଦନ୍ତକାରୀ ସଂସ୍ଥା।
![ED Raid On Ex IAS House](https://etvbharatimages.akamaized.net/etvbharat/prod-images/20-09-2024/22494471_.jpeg)
ଲୋଟସ-300 ପ୍ରକଳ୍ପ କ'ଣ?
ଲୋଟସ-300 ପ୍ରକଳ୍ପରେ 300କୋଟି ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ ରହିଥିଲା। ଯାହାକୁ ନେଇ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ଇଡି। ଏହି ମାମଲାରେ ପୂର୍ବତନ ଆଇଏସଙ୍କ ବିଷୟରେ ଅଧିକ ଖୋଳତାଡ କରାଯାଉଛି।
ଏହା ବି ପଢନ୍ତୁ...Vigilance Raid: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି - vigilance raid in rayagada |
ନୋଏଡା ଅଥୋରିଟିର ବହୁ ଅଫିସରଙ୍କ ବଢିପାରେ ଅଡୁଆ:
ମହିନ୍ଦର ସିଂଙ୍କ ସମେତ ଅନ୍ୟ ଅଫିସର ଓ ବିଲଡରଙ୍କ ନାଁ ଏହି କେଳେଙ୍କାରୀରେ ସାମିଲ ଥିବା ନେଇ ଅଭିଯୋଗ ରହିଛି। ଏହି ମାମଲାର ଖୋଳତାଡ ଜାରି ରହିଥିବାବେଳେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି।
ଅନ୍ୟ ଅବସରପ୍ରାପ୍ତ IASଙ୍କ ଘରୁ ବି ହୀରା ଜବତ:
ବର୍ତ୍ତମାନ ସୁଦ୍ଧା ଆଦିତ୍ୟ ଗୁପ୍ତା ଓ ଆଶିଷ ଗୁପ୍ତାଙ୍କ ମିରଟ ସ୍ଥିତ ବାସଭବନରେ ରେଡ୍ ସରିଥିବାବେଳେ ସେମାନଙ୍କ ନିକଟରୁ ମଧ୍ୟ କୋଟି କୋଟି ଟଙ୍କାର ହୀରା ଅଳଙ୍କାର ଜବତ ହୋଇଛି। ସେପଟେ ପୂର୍ବ ଆଇଏସ ଅଧିକାରୀଙ୍କ ନାଁ ସ୍ମାରକ ନିର୍ମାଣ ଘୋଟାଲା ସହ ମଧ୍ୟ ଜଡିତ ରହିଛି। ଏନେଇ ଭିଜିଲାନ୍ସ ନୋଟିସ ଜାରି କରିଥିବାବେଳେ ସେହି ସମୟରେ ସମ୍ପୃକ୍ତ ଅବସରପ୍ରାପ୍ତ IAS ବିଦେଶରେ ଥିବା ଜଣାପଡ଼ିଥିଲା।