ETV Bharat / international

ଆମେରିକା ବର୍ଣ୍ଣବୈଷମ୍ୟ ବିକ୍ଷୋଭକୁ ନେଇ ଏମିତି କହିଲେ ପୁଟିନ

ଆମେରିକାରେ ଜାରି ରହିଥିବା ଜାତିଆଣ ବିବାଦକୁ ନେଇ ସୋମବାର ମୁହଁ ଖୋଲିଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଆମେରିକାରେ ଜାରି ରହିଥିବା ଆନ୍ଦୋଳନ ଏକ ବଡ ଓ ଗଭୀର ସମସ୍ୟାର ମୁଳଦୁଆ ବୋଲି ପୁଟିନ ମତ ଦେଇଛନ୍ତି ।

russian president vladimir putin, american riots, putin react on american riots, putin reacts on anti-racism protest, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଆମେରିକାରେ ଆନ୍ଦୋଳନ, ଆମେରିକା ଆନ୍ଦୋଳନରେ ପୁଟିନଙ୍କ ପ୍ରତିକ୍ରିୟା, ଜାତିଆଣ ବିବାଦରେ ପୁଟିନଙ୍କ ପ୍ରତିକ୍ରିୟା
ଆମେରିକାରେ ଜାତିଆଣ ବିବାଦ ଗଭୀର ସମସ୍ୟାର ଚିହ୍ନ: ପୁଟିନ
author img

By

Published : Jun 15, 2020, 10:48 PM IST

ମସ୍କୋ: ଆମେରିକାରେ ଜାରି ରହିଥିବା ଜାତିଆଣ ବିବାଦକୁ ନେଇ ସୋମବାର ମୁହଁ ଖୋଲିଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଆମେରିକାରେ ଜାରି ରହିଥିବା ଆନ୍ଦୋଳନ ଏକ ବଡ ଓ ଗଭୀର ସମସ୍ୟାର ମୂଳଦୁଆ ବୋଲି ପୁଟିନ ମତ ଦେଇଛନ୍ତି । ସୋମବାର ଏକ ସାକ୍ଷାତକାରରେ ଏପରି କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାର ବିନ୍ଦୁ ପାଲଟିଛନ୍ତି ପୁଟିନ ।

ଆମେରିକାରେ ଅନେକ ବର୍ଷ ହେବ ଏହି ଆନ୍ଦୋଳନ ଚାଲିଆସିଥିଲେ ବି 2017 ମସିହାରେ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବା ପରଠାରୁ ଏହି ଆନ୍ଦୋଳନ ତେଜିବାରେ ଲାଗିଛି । ସେପଟେ ଏହି ସମ୍ବେଦନଶୀଳ ବିଷୟରେ ଲୋକଙ୍କ ବଢୁଥିବା କ୍ରୋଧ ଦେଶରେ ଚାଲିଥିବା ଅନେକ ଘରୋଇ ବିବାଦର ଏକ ବଡ ରୂପାନ୍ତରଣ କହିଲେ କିଛି ଭୁଲ ହେବ ନାହିଁ ବୋଲି ପୁଟିନ ଦୃଢୋକ୍ତି ଦେଇଛନ୍ତି ।

ଆଫ୍ରିକାନ-ଆମେରିକୀୟଙ୍କ ନ୍ୟାୟ ଓ ଅଧିକାର ପାଇଁ ଲଢେଇ ଦୀର୍ଘ ଦିନର ହୋଇଥିବା ବେଳେ ଏହାକୁ ଋଷିଆ ସବୁବେଳେ ସମର୍ଥନ କରିଆସିଛି । ହେଲେ ବର୍ତ୍ତମାନ ସମୟରେ ଆନ୍ଦୋଳନର ରୂପରେଖ ବଦଳି ହିଂସାତ୍ମକ ହେବାରେ ଲାଗିଛି । ଯାହାକୁ ଋଷିଆ କେବେ ହେଲେ ପ୍ରୋତ୍ସାହନ ଦେବ ନାହିଁ । ନା କେବେ ଏହାକୁ ବରଦାସ୍ତ କରିବ । କେବଳ ଆମେରିକା ନୁହେଁ, ବିଶ୍ବର ବିଭିନ୍ନ ପ୍ରାନ୍ତରେ ଏହି ବିଷୟ ଏବେ ମୁଖ୍ୟ ଆକର୍ଷଣ ପାଲଟିଥିବା ବେଳେ ଆମେରିକାରେ ସ୍ଥିତି କିଛି ବେଶୀ ହିଁ ଗମ୍ଭୀର ପାଲଟିଛି । ହୁଏତ ଆଗକୁ ଏହା ଦେଶ ପାଇଁ ଏକ ବଡ ସମସ୍ୟା ପାଲଟିପାରେ ବୋଲି ପୁଟିନ ମତ ଦେଇ ଆଶଙ୍କା ପ୍ରକାଶ କରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.