ETV Bharat / international

ଜୁମ୍ ମିଟିଂ ସମୟରେ ଶାରୀରିକ ସମ୍ପର୍କ ରଖି ଧରାପଡିଲେ ଫିଲିପାଇନ୍ସର ସରକାରୀ ଅଧିକାରୀ - Philippines Government Official Caught Having Sex with Secretary During Zoom Meeting

ଫିଲିପାଇନ୍ସର ଜଣେ ସରକାରୀ କର୍ମଚାରୀ ଜୁମ ଆପ୍‌ ରେ ମିଟିଂ ସମୟରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ଶାରୀରିକ ସମ୍ପର୍କ ରଖିବାବେଳେ ଧରାପଡିଛନ୍ତି । ଫଳରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ଜଣାପଡିଛି । ଏନେଇ ଅନ୍ତରାଜୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଜୁମ୍ ମିଟିଂ ସମୟରେ ଶାରୀରିକ ସମ୍ପର୍କ ରଖି ଧରାପଡିଲେ ଫିଲିପାଇନ୍ସର ସରକାରୀ ଅଧିକାରୀ
ଜୁମ୍ ମିଟିଂ ସମୟରେ ଶାରୀରିକ ସମ୍ପର୍କ ରଖି ଧରାପଡିଲେ ଫିଲିପାଇନ୍ସର ସରକାରୀ ଅଧିକାରୀ
author img

By

Published : Aug 28, 2020, 6:27 PM IST

ମାନିଲା: ଫିଲିପାଇନ୍ସର ଜଣେ ସରକାରୀ କର୍ମଚାରୀ ଜୁମ ଆପ୍‌ ରେ ମିଟିଂ ସମୟରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ଶାରୀରିକ ସମ୍ପର୍କ ରଖିବାବେଳେ ଧରାପଡିଛନ୍ତି । ଫଳରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ଜଣାପଡିଛି । ଏନେଇ ଅନ୍ତରାଜୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ତେବେ ରିପୋର୍ଟ ଅନୁଯାୟୀ, ଗୁରୁବାର କ୍ୟାଭାଇଟ୍ ପ୍ରଦେଶର ଫାତିମା ଡୋସ୍ ଗ୍ରାମ ପରିଷଦର ଅଧିକାରୀ କ୍ୟାପଟେନ୍ ଜିସୁ ଏଷ୍ଟିଲ୍ ତାଙ୍କ କ୍ୟାମେରା ଅନ୍‌ ଥିବାର ସେ ଜାଣି ନଥିଲେ । ଫଳରେ ଏହି ଘଟଣା ଏବେ ସାମ୍ନାକୁ ଆସିଛି ।

ଫୁଟେଜରୁ ଜଣାପଡିଛି ଯେ ବୈଠକ ଚାଲିଥିବା ବେଳେ ବ୍ୟକ୍ତି ଜଣକ କୋଠରୀର ଏକ କୋଣରେ ଶାରୀରିକ ସମ୍ପର୍କ ରଖିଥିଲେ । ଏହି କାର୍ଯ୍ୟ କରିବା ପୂର୍ବରୁ ଏଷ୍ଟିଲ୍ କ୍ୟାମେରା ବନ୍ଦ କରିବାକୁ ଏକ ପ୍ରୟାସ ପରି କ୍ୟାମେରା ନିକଟକୁ ଯାଇଥିବା ଦେଖିବାକୁ ମିଳିଛି । କିନ୍ତୁ ପ୍ରକୃତରେ କ୍ୟାମେରା ବନ୍ଦ ହୋଇ ନଥିବାରୁ ଏହା ରେକର୍ଡ ହୋଇଯାଇଛି ।

ଅଗଷ୍ଟ 26 ରେ ହୋଇଥିବା ଏହି କଲ୍ ନିୟମିତ ପରିଷଦ ବୈଠକର ଏକ ଅଂଶ ବୋଲି ଜଣାଯାଇଛି । କ୍ୟାମେରା ଚାଲିଥିବା ଜାଣି ନଥିବାରୁ ଏଷ୍ଟିଲ ଏବଂ ମହିଳା ଶାରୀରିକ ସମ୍ପର୍କ ରଖୁଥିବାବେଳେ ଅନ୍ୟ ଅଂଶଗ୍ରହଣକାରୀମାନେ ପରିଷଦ ବୈଠକ ଜାରି ରଖିଥିଲେ । ଏହି କାର୍ଯ୍ୟ ପରେ ଏଷ୍ଟିଲ୍ କଲ୍ ରେ ଯୋଗ ଦେଇଥିଲେ । କିନ୍ତୁ ଏହି କଲ୍‌ରେ ଯୋଗ ଦେଇଥିବା ଜଣେ କର୍ମଚାରୀ ଏହି ଘଟଣାକୁ ରେକର୍ଡ କରିଥିଲେ । ଏବଂ ମିଟିଂ ଶେଷରେ ଭିଡିଓକୁ ସାର୍ବଜନୀନ କରିଥିଲେ । ଯାହା ଦ୍ୱାରା କିଛି ଗ୍ରାମବାସୀ ଅସଦାଚରଣ ପାଇଁ ଅଧିକାରୀଙ୍କୁ ବହିଷ୍କାର କରିବାକୁ ଆବେଦନ କରିଥିଲେ।

ଭାଇରାଲ ହୋଇଥିବା ଏହି ଭିଡିଓ ସ୍ଥାନୀୟ ଖବର ଚ୍ୟାନେଲରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ଅନୁଯାୟୀ ଏହି ଯୋଡି କ୍ଷମା ମାଗିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏଷ୍ଟିଲଙ୍କୁ ତାଙ୍କ କର୍ତ୍ତବ୍ୟରୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ଏହାପୂର୍ବରୁ ବ୍ରାଜିଲରୁ ରିଓ ଡି ଜେନେରିଓ ନଗର ପରିଷଦର ଜୁମ୍ ବୈଠକରେ ଏକ ଯୋଡି ଶାରୀରିକ ସମ୍ପର୍କ ରଖୁଥିବା ଘଟଣା ସାମନାକୁ ଆସିଥିଲା ।

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.