ETV Bharat / international

ଇସ୍ରାଏଲ ନିର୍ବାଚନରେ ନମୋ ନମୋ

author img

By

Published : Jul 29, 2019, 3:29 AM IST

ସେପ୍ଟେମ୍ବର ମାସରେ ଇସ୍ରାଏଲରେ ହେବାକୁ ଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ବ୍ୟବହାର କରି ପ୍ରଚାର କରୁଥିବା ନଜର ଆସିଛନ୍ତି । ଏନେଇ ନେତାନ୍ୟାହୁ ଟ୍ୱିଟରରେ ଭିଡିଓ ଜାରି କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର @netanyahu

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ ସଧାରଣଙ୍କ ହୃଦୟ ଜିତି ପ୍ରଚଣ୍ଡ ବହୁମତ ସହିତ ଦ୍ବିତୀୟ ଥର କ୍ଷମତାକୁ ଫେରିଥିବା ବେଳେ ଇସ୍ରାଏଲରେ ଏବେ ମୋଦିଙ୍କ ଦବଦବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ଟ୍ବିଟର @netanyahu

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ନିର୍ବାଚନର ଖାସ କଥା ହେଉଛି ଯେ ନେତାନ୍ୟାହୁ ନିଜ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଋଷ ରାଷ୍ଟ୍ରପତି ପୁତିନଙ୍କ ପୋଷ୍ଟର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟର ଜରିଆରେ ନେତାନ୍ୟାହୁ ନିଜ ବିଦେଶ ନୀତିର ଉପଲବ୍ଧିକୁ ଦର୍ଶାଇବାକୁ ପ୍ରୟାସ କରିଛନ୍ତି ।

ନେତାନ୍ୟାହୁ ବିଶ୍ବ ନେତାଙ୍କ ସହିତ ଭେଟୁଥିବା ସମୟର ଭିଡିଓ ଜାରି କରିଛନ୍ତି । ଭିଡିଓରେ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦି, ଡୋନାଲ୍ଡ ଟ୍ରମ୍ପ ଓ ପୁତିନଙ୍କ ସହିତ ଭେଟୁଥିବା ନଜର ଆସିଛନ୍ତି ।

ଇସ୍ରାଏଲରେ ଚଳିତ ବର୍ଷ ଏପ୍ରିଲରେ ନିର୍ବାଚନ ହୋଇଥିଲା । ନିର୍ବାଚନରେ ନେତାନ୍ୟାହୁଙ୍କ ପାର୍ଟିକୁ ପୂର୍ଣ୍ଣ ବହୁମତ ମିଳିନଥିଲା । ମେଣ୍ଟ ଗଠନ କରିବାକୁ ମଧ୍ୟ ସେ ଅସମର୍ଥ ଥିଲେ । ଇସ୍ରାଏଲରେ ସେପ୍ଟେମ୍ବର ମାସରେ ପୁଣି ଥରେ ନିର୍ବାଚନ ହେବାକୁ ଅଛି ।

BHADRAK BREAKING :
16 ନମ୍ବର ଜାତୀୟ ରାଜପଥ ନଳାଙ୍ଗ ଠାରେ ଜଳିଗଲା ପିକଅପ ଭ୍ଯାନ। ଭ୍ଯାନ ରେ ମୃଦୁ ପାନିଅ ଲିଚି ବୋଝେଇ ହୋଇଥିବା ସୂଚନା। ଅଳ୍ପକେ ବର୍ତ୍ତିଲା ଡ୍ରାଇଭର। 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.