ETV Bharat / international

‘ପାକିସ୍ତାନ ସହି ପାରିବନି ଲମ୍ବା ଲକଡାଉନ୍, କୋରୋନା ସହ ବଞ୍ଚିବାକୁ ପଡିବ’ - ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶନିବାର କହିଛନ୍ତି ଯେ କୋରୋନା ଭାଇରସ ଯୋଗୁଁ ଲଗାଯାଇଥିବା ଲକଡାଉନରେ 150 ମିଲିୟନରୁ ଅଧିକ ପାକିସ୍ତାନୀ ପ୍ରଭାବିତ ହୋଇଛନ୍ତି।

imran khan
ପାକିସ୍ତାନ
author img

By

Published : May 16, 2020, 5:34 PM IST

ଲାହୋର: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶନିବାର କହିଛନ୍ତି ଯେ କୋରୋନା ଭାଇରସ ଯୋଗୁଁ ଲଗାଯାଇଥିବା ଲକଡାଉନରେ 150 ମିଲିୟନରୁ ଅଧିକ ପାକିସ୍ତାନୀ ପ୍ରଭାବିତ ହୋଇଛନ୍ତି। ଏହାସହ ପଡୋଶୀ ସରକାରଙ୍କୁ ସର୍ବସାଧାରଣ ପରିବହନକୁ ପୁନର୍ବାର ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ଇମ୍ରାନ ଖାନ ପୁଣିଥରେ ଦୋହରାଇଛନ୍ତି ଯେ ପାକିସ୍ତାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇପାରିବ ନାହିଁ।

କୋରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଇମ୍ରାନ ଖାନ କହିଛନ୍ତି ଯେ ଆମେରିକା, ୟୁରୋପ ଓ ଚୀନ ଭଳି ପାକିସ୍ତାନ ଲକଡାଉନ୍ କାର୍ଯ୍ୟକାରୀ କରିପାରିବ ନାହିଁ। ସେ କହିଛନ୍ତି ଯେ ପୂର୍ବରୁ ଏହି ଲକଡାଉନ୍ ଦେଶର ଅର୍ଥନୈତିକ ସ୍ଥିତିକୁ ଗୁରୁତର ଭାବରେ ପ୍ରଭାବିତ କରିଛି ।

ଅନ୍ୟପକ୍ଷେ ସେ କହିଛନ୍ତି, ‘ପୂର୍ବ ଅପେକ୍ଷା ପାକିସ୍ତାନ କୋରୋନା ସଂଖ୍ୟାରେ ଭଲ ସ୍ଥିତିରେ ଅଛି । ମାମଲା ସଂଖ୍ୟା ବଢିବାରେ ଲାଗିବ । ମାତ୍ର ଯେତିକି ସଂଖ୍ୟା ଅନୁମାନ କରିଥିଲୁ ସେତିକି ସଂଖ୍ୟାରୁ କମ୍ ରହିଛି’। ପାକିସ୍ତାନରେ ବର୍ତ୍ତମାନ 38 ହଜାର 292 ଜଣ ଆକ୍ରାନ୍ତ ଥିବା ବେଳେ 821ଜଣଙ୍କ ମୃତ୍ୟୁ ହୋଇଛି ।

ସେ ଏହା ମଧ୍ୟ କହିଛନ୍ତି ଯେ କୋରୋନା ଉପରେ ଧ୍ୟାନ ଦିଆଯାଉଥିବାରୁ ଅନ୍ୟ ରୋଗରେ ଅବହେଳା କରାଯାଉଛି । ଶିଶୁମାନଙ୍କର ଟିକାକରଣ 50 ପ୍ରତିଶତ ହ୍ରାସ ପାଇଥିବା ବେଳେ ପୋଲିଓ ବିରୋଧୀ ଅଭିଯାନରେ ମଧ୍ୟ ଅବହେଳା ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.