ମସ୍କୋ: କୋରୋନା ଭାଇରସ୍ ଋଷରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଅଧିକାରୀଙ୍କ ଅନୁଯାୟୀ, ଋଷରେ ମୋଟ କୋରୋନୋଭାଇରସ୍ ମାମଲା ବୁଧବାର 3 ଲକ୍ଷ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ 8,764 ଟି ନୂଆ ମାମଲା ରହିଛି । ଜରୁରୀକାଳୀନ ଟାସ୍କଫୋର୍ସ କହିଛି ଯେ ଦେଶରେ ମୋଟ ମାମଲା ବର୍ତ୍ତମାନ 308,705 ରହିଛି ।
ଦେଶରେ 135 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କୋରୋନାରେ ମୋଟ ମୃତ୍ୟୁସଂଖ୍ୟା 2,972 କୁ ବୃଦ୍ଧି ପାଇଛି । ଏହାସହ ସଦ୍ୟତମ ସୂଚନା ଅନୁସାରେ 9,262 ଜଣଙ୍କ ଆରୋଗ୍ୟ ହୋଇଥିଲା ବେଳେ ମୋଟ 85,392 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି ।
ରାଜଧାନୀ ମସ୍କୋରେ ତାଲାବନ୍ଦ, ବିଦେଶୀ ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳ ଏବଂ ରେଳ ଚଳାଚଳ ସ୍ଥଗିତ ରଖିବା ଭଳି କଡା ପଦକ୍ଷେପ ସତ୍ତ୍ବେ ଋଷ କୋରୋନା ସଂକ୍ରମଣ ମାମଲାରେ ଦ୍ବିତୀୟ ସ୍ଥାନରେ ରହିଛି।
ଗତ ଡିସେମ୍ବରରେ ଚାଇନାରେ ଆରମ୍ଭ ହେବା ପରଠାରୁ ଏହି ମହାମାରୀ 200ରୁ ଉର୍ଦ୍ଧ୍ବ ଦେଶ ତଥା ଅଞ୍ଚଳର 323,400 ରୁ ଅଧିକ ଲୋକଙ୍କ ଜୀବନ ନେଇଛି । ଆମେରିକା ଏବଂ ୟୁରୋପ ବର୍ତ୍ତମାନ ବିଶ୍ବର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ରହିଛନ୍ତି ।
@IANS