ଢାକା: କୋଭିଡ-19 ଟିକା ପାଇଁ ବାଂଲାଦେଶ ବିଶ୍ବ ବ୍ୟାଙ୍କରୁ 500 ମିଲିୟନ ଡଲାର ସହାୟତା ମାଗିଛି। ଟିକା କ୍ରୟ, ସଂରକ୍ଷଣ, ପରିବହନ ଏବଂ ବଣ୍ଟନ ପାଇଁ ଏହି ଟଙ୍କା ବ୍ୟବହାର କରାଯିବ । ଚଳିତ ଆର୍ଥିକ ବର୍ଷରେ ବାଂଲାଦେଶ ପାଇଁ IDA 19 ଅଧୀନରେ ବିଶ୍ବ ବ୍ୟାଙ୍କ ଦ୍ବାରା ଆବଣ୍ଟିତ ପାଣ୍ଠି ସହିତ ଏହି ରାଶି ଜଡିତ ।
ଶନିବାର ଏକ ସରକାରୀ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ବାଂଲାଦେଶ ଏବଂ ବିଶ୍ବ ବ୍ୟାଙ୍କ ମଧ୍ୟରେ ଅକ୍ଟୋବର 22 ରେ ଉଭୟଙ୍କ ବାର୍ଷିକ ବୈଠକର ଏହି ବିଷୟରେ ଆଲୋଚନା କରାଯାଇଥିଲା। କୋଭିଡ-19 ର ପ୍ରଭାବକୁ ଦୂର କରିବା ପାଇଁ ବାଂଲାଦେଶ, କୋଭିଡ-19 ପୁନରୁଦ୍ଧାର ଏବଂ ପ୍ରତିକ୍ରିୟା ପ୍ରକଳ୍ପ ଅଧୀନରେ ଜରୁରୀ ଭିତ୍ତିରେ 250 ମିଲିୟନ ଡଲାର ମୁକ୍ତ କରିବାକୁ ବିଶ୍ବ ବ୍ୟାଙ୍କକୁ ଅନୁରୋଧ କରିଛି।
ଶ୍ରମ ବଜାର, ଆର୍ଥିକ ଏବଂ ସାମାଜିକ କ୍ଷେତ୍ର ଉପରେ କୋଭିଡ-19 ପ୍ରଭାବକୁ ହ୍ରାସ କରିବାକୁ ବାଂଲାଦେଶ ଚଳିତ ଆର୍ଥିକ ବର୍ଷରେ 250 ମିଲିୟନ ଡଲାରର ତୃତୀୟ କିସ୍ତି ଶୀଘ୍ର ବଣ୍ଟନ କରିବାକୁ ବିଶ୍ବ ବ୍ୟାଙ୍କକୁ ଅନୁରୋଧ କରିଛି ବାଂଲାଦେଶ ।