ETV Bharat / international

ମାତୃତ୍ବ ଦିବସରେ ମାଆଙ୍କୁ ଶୁଭେଚ୍ଛା, କ୍ବାରେଣ୍ଟାଇନ ସେଣ୍ଟର ବାହାରେ ଗାଇଲେ ଗୀତ

କ୍ବାରେନଣ୍ଟାଇନରେ ଅଛନ୍ତି 4000 ମହିଳା । ଆଉ ବାହାରେ ଗୀତ ଗାଉଛନ୍ତି ମାରିଆଚି ବ୍ୟାଣ୍ଡ । ମାତୃତ୍ବ ଦିବସରେ ସେଣ୍ଟ୍ରାଲ ଆମେରିକାର ସାଲଭାଡୋରରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ ।

ମାତୃତ୍ବ ଦିବସରେ ମାଆଙ୍କୁ ଶୁଭେଚ୍ଛା, କ୍ବାରେନଣ୍ଟାଇନ ସେଣ୍ଟର ବାହାରେ ଗାଇଲେ ଗୀତ

author img

By

Published : May 11, 2020, 4:47 PM IST

ୱାଶିଂଟନ: ମାରାତ୍ମକ କୋରୋନା ଭାଇରସ ଯୋଗୁଁ ଚାରିଆଡେ ଲକଡାଉନ । ପର୍ବପର୍ବାଣୀ ଠୁ ଆରମ୍ଭ କରି ଉତ୍ସବ ଆଦି ସବୁକିଛି ଠପ ହୋଇ ଯାଇଛି । ଗତକାଲି ମାତୃତ୍ବ ଦିବସ ଥିବାବେଳେ କ୍ବାରେଣ୍ଟାଇନ ସେଣ୍ଟରରେ ଯେଉଁ ମହିଳାମାନେ ରହୁଛନ୍ତି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏକ ଟ୍ରୁପ ।

ମାତୃତ୍ବ ଦିବସରେ ମାଆଙ୍କୁ ଶୁଭେଚ୍ଛା, କ୍ବାରେନଣ୍ଟାଇନ ସେଣ୍ଟର ବାହାରେ ଗାଇଲେ ଗୀତ

ଆଣ୍ଟିଗୁଆ କସ୍କାଟଲାନ ପୌରପାଳିକାର ଏକ ହୋଟେଲରେ ମାରିଆଚି ବ୍ୟାଣ୍ଡ ଗୀତ ଗାଇ ପିଆନୋ ବଜାଇ ସମସ୍ତ ମାଆ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଯାହାକୁ ଦେଖି ମହିଳାମାନେ ଭାବ ବିହ୍ବଳ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ଥିଲା । ଆଉ ଏକ ଅଦ୍ଭୁତପୂର୍ବ ଭଲପାଇବା ଦେଖିବାକୁ ମିଳିଥିଲା । ଦୂରତା ସତ୍ତ୍ବେ ବି ଏହି ଗୀତ ଶୁଣି ସମସ୍ତଙ୍କ ଆଖି ଓଦା ହୋଇଯାଇଥିଲା । ସେହି କ୍ବାରେଣ୍ଟାଇନ ସେଣ୍ଟରରେ ପାଖାପାଖି 4000 ମହିଳା ରହୁଛନ୍ତି ବୋଲି ସୂଚନା ରହିଛି ।

ସାଲଭାଡୋରର ରାଷ୍ଟ୍ରପତି ନୟିବ ବୁକେଲେ ଲକଡାଉନକୁ ଅଧିକ କଡାକଡି କରିଛନ୍ତି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ହେଲେ ଲୋକେ ବାହାରକୁ ଯାଉଛନ୍ତି । ରବିବାର ସୁଦ୍ଧା ଏଠାରେ 889 କୋଭିଡ ମାମଲା ଥିବାବେଳେ 17 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.