ୱାଶିଂଟନ: ଗତ ମେ’ ମାସରେ ମିନିଆପୋଲିସ ପୋଲିସ ହାଜତରେ ଆଖୁ ବୁଜିଥିଲେ ଆଫ୍ରିକାନ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡ । ଯାହାଙ୍କ ମୃତ୍ୟୁ ପରେ ତେଜିଥିଲା ଜାତିଆଣ ବିରୋଧୀ ଆନ୍ଦୋଳନ । ତେବେ ଜର୍ଜଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲାଯାଉଥିବା ପୋଲିସ ଅଧିକାରୀ ବର୍ତ୍ତମାନ ଗିରଫ ଜେଲରେ ଥିବା ବେଳେ ତାଙ୍କ ବିରୋଧରେ ଲାଗିଛି ଟ୍ୟାକ୍ସ ଫାଙ୍କିବା ଅଭିଯୋଗ । କେବଳ ପୋଲିସ ଅଧିକାରୀ ନୁହେଁ ତାଙ୍କ ସ୍ତ୍ରୀଙ୍କ ଉପରେ ମଧ୍ୟ ଲାଗିଛି ଏହି ଅଭିଯୋଗ ।
ସୂଚନା ଅନୁଯାୟୀ ଡେରେକ ଚାଉଭିନଙ୍କ କ୍ରୋଶର ଶିକାର ହୋଇ ଜର୍ଜଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହି ଅଭିଯୋଗ ପରେ ଡେରେକଙ୍କ ସମେତ ଅନ୍ୟ କିଛି ମିନିଆପୋଲିସ ପୋଲିସ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାରପ କରାଯିବା ସହ ଜେଲରେ ଭର୍ତ୍ତି କରାଯାଇଥିଲା । ହେଲେ ଗୁରୁବାର ଡେରେକଙ୍କ ବିରୋଧରେ ଆସିଛି ଟ୍ୟାକ୍ସ ଫାଙ୍କିବା ଅଭିଯୋଗ । ଜର୍ଜଙ୍କ ହତ୍ୟା ଘଟଣା ପରେ ଡେରେକଙ୍କୁ ଛାଡପତ୍ର ଦେଇଥିବା ପତ୍ନୀ କେଲିଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ଆସିଛି । ଅଭିଯୋଗ ମୁତାବକ ଉଭୟେ ଏକାଧିକ ଚାକିରୀ କରୁଥିବା ବେଳେ ସରକାରଙ୍କ ନିଜ ପ୍ରକୃତ ଆୟ ଲୁଚାଇ ରଖିଛନ୍ତି । ଏଥିସହ ଟ୍ୟାକ୍ସ ଜମା କରିବାରେ ମଧ୍ୟ ଉଭୟେ ହେରଫେର କରିଥିବା ଅଭିଯୋଗ ହୋଇଛି ।
ଏହି ଅଭିଯୋଗ ମୁତାବକ ଉଭୟେ ମିନିଆପୋଲିସ ରାଜ୍ୟ ସରକାରଙ୍କୁ ଲୁଚାଇ ବେଆଇନ ଭାବେ 38,000ଡଲାର ଗଚ୍ଛିତ ରଖିଛନ୍ତି । ସେପଟେ ଉଭୟଙ୍କ ବିରୋଧରେ ଆୟ ସମ୍ବନ୍ଧୀୟ ଭୁଲ ତଥ୍ୟ ଯୋଗାଇବା ଅଭିଯୋଗରେ 6 କାଉଣ୍ଟ ଓ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ 3 କାଉଣ୍ଟ ଚାର୍ଜ କରାଯାଇଛି । ଏଥିସହ 2014ରୁ 2019 ମଧ୍ୟରେ ଉଭୟେ ନିଜ ପ୍ରକୃତ ଆୟରୁ ପ୍ରାୟ 464,433 ଡଲାରର କମ ଆୟ ଦର୍ଶାଇଥିବା ଜଣା ପଡିଛି ।
ସେପଟେ ଡେରେକ ନିଜ ପୋଲିସ ଚାକିରୀ ବ୍ୟତୀତ ଅଧିକାଂଶ ସମୟ ଅଫ ଡ୍ୟୁଟି ଓ ଏକ୍ସଟ୍ରା ଡ୍ୟୁଟି କରି ଅର୍ଥ ହଡପ କରୁଥିବା ଦେଖାଯାଇଛି । ଏହାବ୍ୟତୀତ ସେ ଏକ ରୋସ୍ତୋରାଁରେ ଛୁଟି ଦିନମାନଙ୍କରେ ମଧ୍ୟ ଚାକିରୀ କରୁଥିବା ଜଣା ପଡିଛି । ଯାହାର ଆୟର ସେ କୌଣସି ହିସାବ ଦେଖାଇନାହାନ୍ତି ।
@IANS