ETV Bharat / international

ମିନିଆପୋଲିସ ବିକ୍ଷୋଭ ଲାଇଭ ଟେଲିକାଷ୍ଟ କରି ଗିରଫ ହେଲେ ସାମ୍ବାଦିକ - ପୋଲିସ ହେପାଜତରେ ଅଭିଯୁକ୍ତ ମୃତ

ଚର୍ଚ୍ଚାକୁ ଆସିଛି ଆମେରିକାରେ ପୋଲିସ ହେପାଜତରେ 46 ବର୍ଷୀୟ ଆଫ୍ରିକାନ-ଆମେରିକାନ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ଖବର । ଏନେଇ ମିନିଆପୋଲିସ ସହରରେ ଗତ ତିନି ଦିନ ଧରି ବିକ୍ଷୋଭ ଜାରି ରହିଛି ।

minneapolis protest, journalist arrested on air, journalist arrested in america, accussed died in custody, black-white men conflict in america, ମିନିଆପୋଲିସ ବିକ୍ଷୋଭ, ସିଧାପ୍ରସାରଣରେ ଗିରଫ ହେଲେ ସାମ୍ବାଦିକ, ଆମେରିକାରେ ସାମ୍ବାଦିକ ଗିରଫ, ପୋଲିସ ହେପାଜତରେ ଅଭିଯୁକ୍ତ ମୃତ, ଆମେରିକାରେ ଶ୍ବେତ-ଅଣଶ୍ବେତଙ୍କ ବିବାଦ
ମିନିଆପୋଲିସ ବିକ୍ଷୋଭ ଲାଇଭ ଟେଲିକାଷ୍ଟ କରି ଗିରଫ ହେଲେ ସାମ୍ବାଦିକ
author img

By

Published : May 30, 2020, 11:01 PM IST

ୱାଶିଂଟନ: ଚର୍ଚ୍ଚାକୁ ଆସିଛି ଆମେରିକାରେ ପୋଲିସ ହେପାଜତରେ 46 ବର୍ଷୀୟ ଆଫ୍ରିକାନ-ଆମେରିକାନ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ଖବର । ଏନେଇ ମିନିଆପୋଲିସ ସହରରେ ଗତ ତିନି ଦିନ ଧରି ବିକ୍ଷୋଭ ଜାରି ରହିଛି । ଏପରି ସ୍ଥିତିରେ ସମ୍ପୃକ୍ତ ସ୍ଥାନରୁ ସିଧାସଳଖ ବା ଲାଇଭ ପ୍ରଦର୍ଶନ ପାଇଁ ଆସଥିବା ଓମାର ଜିମେନେଜ ନାମକ ଜନୈକ ସାମ୍ବାଦିକଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ ଜର୍ଜ ଏକ ନକଲି 20 ଡଲାରର ବିଲ ମିନିଆପୋଲିସର ସୁପରମାର୍କେଟରେ ବ୍ୟବହାର କରିବା ଅଭିଯୋଗରେ ପୋଲିସ ତାଙ୍କୁ ସୋମବାର ଗିରଫ କରିଥିଲା । ଏହି ମାମଲାକୁ ଶ୍ବେତକାୟ-ଅଣଶ୍ବେତକାୟ ବର୍ଣ୍ଣଗତ ମାମଲା ନେଇ ଲୋକେ ବିକ୍ଷୋଭ ଆରମ୍ଭ କରିଥିଲେ । ଯାହାର ସିଧାପ୍ରସାରଣ ପାଇଁ ଜିମେନେଜ ବିକ୍ଷୋଭ ସ୍ଥଳରେ ପହଞ୍ଚି ଲାଇଭ ଟେଲିକାଷ୍ଟ ଆରମ୍ଭ କରିଥିଲେ । ଯେଉଁ ସ୍ଥାନରୁ ଜର୍ଜଙ୍କୁ ଗିରଫ କରଯାଇଥିଲା ସେଠାରେ ଏକ ପୋଲିସ ଷ୍ଟେସନକୁ ବିକ୍ଷୋଭକାରୀମାନେ ପୋଡି ଦେଇଥିବା ବେଳେ ଏମାନଙ୍କୁ ପୋଲିସ ଗିରଫ ପ୍ରକ୍ରିୟା ଆରମ୍ଭ କରିଥିଲା ।

ଏହାକୁ ଜିମେନେଜ ନିଜ କ୍ୟାମେରାରେ କଏଦ କରୁଥିବା ଦେଖି ପୋଲିସ ଅଫିସର କ୍ରୋଧାନ୍ବିତ ହୋଇ ତାଙ୍କୁ ସିଧାପ୍ରସାରଣ ମଧ୍ୟରେ ଗିରଫ କରିଥିଲା । ଏହି ଭିଡିଓରେ ଜିମେନେଜ ବାରମ୍ବାର ପୋଲିସଙ୍କୁ ଅନୁରୋଧ କରି କହୁଥିଲେ କି ସିଧାପ୍ରସାରଣ ଜାରି ରହିଛି । ଆପଣଙ୍କୁ ଇଚ୍ଛା ମୁତାବକ କ୍ୟାମେରା ପଛକୁ ନିଆଯାଇପାରିବ । ହେଲେ ଏହାକୁ ଅଣଦେଖା କରି ପୋଲିସ ତାଙ୍କୁ ଗିରଫ କରିଥିଲା ।

ଆମେରିକାର ସମ୍ବିଧାନ ଅନୁଯାୟୀ ନାଗରିକଙ୍କୁ ନିଜ ମତ ଦେବାର ପ୍ରଥମ ଅଧିକାର ରହିଛି । ତେବେ ସମ୍ପୃକ୍ତ ଘଟଣାରେ ମିନେସୋତା ରାଜ୍ୟପାଳ ଭୂଲ ସ୍ବୀକାର କରି ଘଟଣାକୁ ଅଗ୍ରହଣୀୟ ପ୍ରକାଶ କରିଛନ୍ତି । ଏଥିସହ ସମ୍ପୃକ୍ତ ଘଟଣାରେ ସମସ୍ତ ଦାୟିତ୍ବ ନେଇ ଏଦିଗରେ ଶୀଘ୍ର ପଦକ୍ଷେପ ନେବା ପାଇଁ କହିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.