ETV Bharat / international

କୋରୋନା ମୁକାବିଲା: ଆଇଏମଏଫ ଦେବ 25 ରାଷ୍ଟ୍ରଙ୍କୁ ଋଣ

author img

By

Published : Apr 14, 2020, 11:26 PM IST

କୋରୋନା ବିପତ୍ତିର ମୁକାବିଲା ପାଇଁ ଅନ୍ତଃରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ଯୋଗାଇବ ଋଣ । ବିଶ୍ବର 25 ରାଷ୍ଟ୍ରକୁ ଏହି ଋଣ ଦେବା ପାଇଁ ସୋମବାର ଘୋଷଣା କରିଛି ଆଇଏମଏଫ ।

corona fight, IMF, IMF helps fight corona, COVID-19, financial help for corona fight, କୋରୋନା ମୁକାବିଲା, ଆଇଏମଏଫ, କୋରୋନା ମୁକାବିଲାରେ ଆଇଏମଏଫର ସାହାଯ୍ୟ, କୋଭିଡ-19, କୋରୋନା ମୁକାବିଲାରେ ଆର୍ଥିକ ସହାୟତା
କୋରୋନା ମୁକାବିଲା: ଆଇଏମଏଫ ଦେବ 25 ରାଷ୍ଟ୍ରଙ୍କୁ ଋଣ

ୱାଶିଂଟନ: କୋରୋନା ବିପତ୍ତିର ମୁକାବିଲା ପାଇଁ ଅନ୍ତଃରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ଯୋଗାଇବ ଋଣ । ବିଶ୍ବର 25 ରାଷ୍ଟ୍ରକୁ ଏହି ଋଣ ଦେବା ପାଇଁ ସୋମବାର ଘୋଷଣା କରିଛି ଆଇଏମଏଫ । ଏହି ରାଶି ଦ୍ବାରା ଆଗାମୀ 6 ମାସ ପର୍ଯ୍ୟନ୍ତ ରାଷ୍ଟ୍ରମାନେ ନିଜ ଋଣ ବୋଝକୁ ହାଲୁକା କରିପାରିବେ । ଏଥିସହ ଦେଶରେ ଆବଶ୍ୟକୀୟ ମେଡିକାଲ ସାମଗ୍ରୀର ଅଭାବକୁ ମଧ୍ୟ ଦୂର କରାଯାଇପାରିବ ।

ପ୍ରତି ରାଷ୍ଟ୍ରରେ ଅସହାୟଙ୍କୁ ବାଣ୍ଟିବା ପାଇଁ ରହିଥିବା ରିଲିଫର ଆବଶ୍ୟକତା ମଧ୍ୟ ଏହି ରାଶି ଦ୍ବାରା ପୂରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି କାର୍ଯ୍ୟକାରୀ ସମ୍ପାଦକ କ୍ରିଷ୍ଟାଲିନା ଜର୍ଜିଏଭା । ଆଫ୍ରିକା, ଆଫଗାନିସ୍ତାନ, ୟେମେନ, ନେପାଳ ଓ ହୈତୀ ଆଦି ରାଷ୍ଟ୍ରରେ ଏହି ଋଣ ରାଶି ପ୍ରଦାନ କରାଯିବ । ଏଥିସହ ଶକ୍ତିଶାଳୀ ରାଷ୍ଟ୍ରଗୁଡିକୁ ଆସନ୍ତା ମେ 1ରୁ ଜୁନ 2021 ପର୍ଯ୍ୟନ୍ତ ଅପେକ୍ଷାକୃତ ଦୁର୍ବଳ ରାଷ୍ଟ୍ରଠାରୁ କୌଣସି ରାଷ୍ଟ୍ରାୟତ୍ତ ବା ଋଣ ରାଶି ଆଦାୟ ନକରିବା ପାଇଁ ବିଶ୍ବ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି ।

ସୂଚନା ମୁତାବକ ଆଇଏମଏଫ ପ୍ରଦାନ କରିବାକୁ ଥିବା ଏହି ଋଣ ରାଶି ଆଇଏମଏଫର କାଟାଷ୍ଟ୍ରୋଫ କଣ୍ଟେନମେଣ୍ଟ ଆଣ୍ଡ ରିଲିଫ ଟ୍ରଷ୍ଟ (ସିସିଆରଟି) ଦ୍ବାରା ବିତରଣ ହେବ । ପୂର୍ବରୁ 2015 ମସିହାରେ ଯେବେ ଆଫ୍ରିକାରେ ଇବୋଲା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲ । ସେହି ସମୟରେ ଏହି ସିସିଆରଟି ନିର୍ମାଣ ହୋଇଥିଲା । ବର୍ତ୍ତମାନ ଏହା କୋରୋନା ମୁକାବିଲା ପାଇଁ ପୁନଃନିର୍ମାଣ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.