ETV Bharat / international

କଲୋମ୍ବିଆ: ବିମାନ ଦୁର୍ଘଟଣାରେ 12 ମୃତ

ଆମେରିକାର କଲୋମ୍ବିଆରେ ବିମାନ ଦୁର୍ଘଟଣାରେ 12 ଜଣଙ୍କର ମୃତ୍ୟୁ ଘଟିଛି ।

author img

By

Published : Mar 10, 2019, 12:04 PM IST

ପ୍ରତୀକାତ୍ମକ ଫଟୋ

ୱାସିଂଟନ: ଆମେରିକାର କଲୋମ୍ବିଆରେ ଏକ ବିମାନ ଦୁର୍ଘଟଣାରେ 12 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ଆମେରିକାର ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ମୁତାବକ ସାନ ଜୋଶ ଡେଲ ଗ୍ବାଭିଆରେ ଠାରୁ ଭିଲ୍ଲାଭିସେନସିଓକୁ ଉଡ଼ାଣ ଭରିଥିଲା । ତେବେ ପୂର୍ବାହ୍ଣ ସାଢେ 10ଟା ସମୟରେ ବିମାନ ପକ୍ଷରୁ ଜରୁରୀକାଳୀନ ଯୋଗାଯୋଗ କରାଯାଇଥିଲା । ମାତ୍ର ଏହା ପରେ ଆଉ ଯୋଗାଯୋଗ ହୋଇପାରିନଥିଲା ।

ପରେ ବିମାନଟି ଦୁର୍ଘଟଣାର ସମ୍ମୁଖିନ ହୋଇଥିବ ସୂଚନା ମିଳିଥିଲା । ତେବେ ବିଭାଗ ପକ୍ଷରୁ ମୃତାହତଙ୍କ ପରିଚୟ ଖୋଜା ଚାଲିଛି । ତେବେ ଏହି ଦୁର୍ଘଟଣାର ସଠିକ ତଥ୍ୟ ମିଳିପାରିନାହିଁ ।

09.03.2019
Radhakanta Mohanty,Kendrapada(AVB)
Slug-Press meet Srikanta Jena
Anchor-ଦାବି ଦୋହରାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଶ୍ରୀକାନ୍ତ ଜେନା।ଏଥର  ନିବେଦନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ହକ ମାଗିଛନ୍ତି ଶ୍ରୀକାନ୍ତ।ଗତମାସ କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ଅବସରରେ ଯୋଗଦେଇ କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ ଶ୍ରୀକାନ୍ତ।ଆସନ୍ତାକାଲି କେନ୍ଦ୍ରାପଡ଼ାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ଥିବାରୁ ଏହାର ଦିନକ ପୁର୍ବରୁ ଶ୍ରୀ ଜେନା କେନ୍ଦ୍ରାପଡା ଗରାପୁରରେ ଥିବା ଡାକବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ ଜରିଆରେ ଜିଲ୍ଲାରେ ବିଶ୍ୱବିଦ୍ୟାଳୟ,ମେଡିକାଲ କଲେଜ ଓ ସୁପର ସ୍ପେସଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।ଏଥିସହିତ ହରିଦାସପୁର-ପାରାଦ୍ୱୀପ ରେଳପଥ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବିଷେଦାଗାର ପ୍ରକାଶ କରିଛନ୍ତି ଶ୍ରୀକାନ୍ତ।୧୯୯୬ ମସିହାରୁ ଏହି ରେଳପଥ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର କରାଯାଇଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଦୀର୍ଘ ୨୩ ବର୍ଷ ପରେ ମଧ୍ୟ ଏହି ରେଳପଥ କାର୍ଯ୍ୟକ୍ଷମ ହୋଇପାରିନାହିଁ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ଜେନା।ଶ୍ରୀକାନ୍ତ ଜେନା, ପୁଣିଥରେ କେନ୍ଦ୍ରାପଡାରୁ ପ୍ରତିନିଧିତ୍ୱ କରିବେ କି ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ଶ୍ରୀକାନ୍ତ ଆଉ ପ୍ରତ୍ୟକ୍ଷ ରାଜନୀତି କରିବେ ନାହିଁ, ଲୋକଙ୍କ ପାଇଁ ଲଢ଼ିବେ ଓ ରାଜନୀତିକୁ ନୂଆ ମୁହଁର ଆବଶ୍ୟକତା ରହିଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ଜିଲ୍ଲାରେ ନବୋଦୟ ବିଦ୍ୟାଳୟ,କେନ୍ଦ୍ରୀୟ ବିଦ୍ୟାଳୟ,ଇଞ୍ଜିନିୟରିଂ କଲେଜ ଆଦି ସେ ପ୍ରତିଷ୍ଠା କରିଥିବା ଦାବି କରିଥିଲେ।ଆହୁରିମଧ୍ୟ ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ସହ ଆଲୋଚନା କରି କେନ୍ଦ୍ରାପଡ଼ାରେ ସୁପର ସ୍ପେସଲିଟି ହସ୍ପିଟାଲ ନିର୍ମାଣ କରିବା ପାଇଁ ସ୍ଥିର କରିଥିଲେ ଓ ଏଥିପାଇଁ ଜିଲ୍ଲାପାଳଙ୍କ ଏକ ନିବେଦନ ପତ୍ରର ଆବଶ୍ୟକତା ଥିଲା।କିନ୍ତୁ ବାରମ୍ବାର ଜିଲ୍ଲାପାଳଙ୍କୁ କହିଥିଲେ ମଧ୍ୟ ତତ୍କାଳୀନ ଜିଲ୍ଲାପାଳ ପତ୍ରଟିଏ ଲେଖିଲେ ନାହିଁ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି ଶ୍ରୀକାନ୍ତ।
ବାଇଟ-ଶ୍ରୀକାନ୍ତ ଜେନା(ପୂର୍ବତନ କେନ୍ଦ୍ରମନ୍ତ୍ରୀ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.