ETV Bharat / entertainment

ZHZB Collection: ଦ୍ୱାଦଶ ଦିନରେ ଏତିକି ଆୟ କଲାଣି ଫିଲ୍ମ 'ଜରା ହଟକେ ଜରା ବଚକେ'

author img

By

Published : Jun 14, 2023, 1:36 PM IST

ବିକି ସାରାଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ'ର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ଫିଲ୍ମ 60 କୋଟି ଛୁଇଁବାକୁ ଅଳ୍ପ ଦୂରରେ ରହିଛି । ଫିଲ୍ମଟି 12ଦିନ ମଧ୍ୟରେ 58 କୋଟିରୁ ଅଧିକ ଆୟ କରିସାରିଲାଣି । ଅଧିକ ପଢନ୍ତୁ,

ଦ୍ୱାଦଶ ଦିନରେ  58 କୋଟିରି ଅଧିକ ଆୟ କଲାଣି ଫିଲ୍ମ 'ଜରା ହଟକେ ଜରା ବଚକେ'

ମୁମ୍ବାଇ: ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ' 10 ଦିନ ମଧ୍ୟରେ 50 କୋଟି ଟଙ୍କା ରୋଜଗାର କରି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି । ଦର୍ଶକଙ୍କ ମଧ୍ୟରେ ଫିଲ୍ମର ଦିନୁକୁ ଦିନ କ୍ରେଜ ବଢିବାରେ ଲାଗିଛି । 40କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବର୍ତ୍ତମାନ 58 କୋଟିରୁ ଅଧିକ ଆୟ କରି ସଫଳତା ସହ ଲୋକପ୍ରିୟତା ହାସଲ କରିଛି ।

ବିକି-ସାରାଙ୍କ ଅଭିନୀତ ଏହି ଫିଲ୍ମଟି ରିଲିଜ୍ ହେବାର ଆଜି 13 ତମ ଦିନରେ ପହଞ୍ଚିଛି । ଫିଲ୍ମ 58 କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି। ଏହି ଚଳଚ୍ଚିତ୍ରଟି ଏକାଦଶ ଦିନରେ 2.70 କୋଟି ଟଙ୍କା ବ୍ୟବସାୟ କରିଥିଲା, କିନ୍ତୁ ଦ୍ୱାଦଶ ଦିନରେ ଫିଲ୍ମର ରୋଜଗାରରେ ସାମାନ୍ୟ ହ୍ରାସ ପାଇଛି । 2.52 କୋଟି ଟଙ୍କ ଆୟ କରି ଫିଲ୍ମଟି ବର୍ତ୍ତମାନ ମୋଟ 58.77 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଜରା ହଟକେ ଜରା ବଚକେ: ବକ୍ସ ଅଫିସ କଲେକ୍ସନ

ଦିନ 1- 5.49 କୋଟି

ଦିନ 2- 7.20 କୋଟି

ଦିନ 3- 9.90 କୋଟି

ଦିନ 5- 4.14 କୋଟି

ଦିନ 6- 3.87 କୋଟି

ଦିନ 7- 3.51 କୋଟି

ଦିନ 8- 3.24 କୋଟି

ଦିନ 9- 5.76 କୋଟି

ଦିନ 10- 7.02 କୋଟି

ଦିନ 11- 2.70 କୋଟି

ଦିନ 12- 2.52 କୋଟି

ମୋଟ 58.77 କୋଟି ଟଙ୍କାକୁ ବୃଦ୍ଧି ପାଇଛି

ନିକଟରେ ଫିଲ୍ମର ଆୟ 50କୋଟି ପାର୍ ନେଇ ନିର୍ମାତା ଏକ ପାର୍ଟିର ଆୟୋଜନ କରିଥିଲେ । ଏଥିରେ ବିକି-ସାରାଙ୍କ ସମେତ ଅନେକ ବଲିଉଡ ସେଲିବ୍ରିଟି ନଜର ଆସିଥିଲେ । ଏହି ପାର୍ଟିରେ ଅଭିନେତ୍ରୀ କ୍ରିତି ସାନନ୍, ତମନ୍ନା ଭାଟିଆ ଏବଂ ବରୁଣ ଶର୍ମା, ସୋନାକ୍ଷୀ ସିହ୍ନା ଏବଂ ତାଙ୍କ ରୁମର ବୟଫ୍ରେଣ୍ଡ ଜାହିର ଇକବାଲଙ୍କ ସମେତ ଅନେକ ସେଲିବ୍ରେଟି ମଧ୍ୟ ସାମିଲ ହୋଇଥିଲେ । ଜରା ହଟକେ ଜରା ବଚକେ ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଏକ ପାରିବାରିକ କମେଡି ଡ୍ରାମା ଫିଲ୍ମ । ଏଥିରେ ଉଭୟ କଳାକାର ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିଛନ୍ତି । ଏଥିରେ ଉଭୟଙ୍କ ରୋମାଣ୍ଟିକ ସିନ୍‌ ଦେଖିବାକୁ ମିଳିଛି । ବିକି କୌଶଲ ଏବଂ ସାରା ଅଲି ଖାନ ଏହି ଫିଲ୍ମରେ କପିଲ ଏବଂ ସୌମ୍ୟା ଭୂମିକାରେ ନଜର ଆସିଥିବା ବେଳେ ଏମାନଙ୍କ ବ୍ୟତୀତ ଇନାମୁଲହକ୍, ନୀରଜ ସୁଦ, ରାକେଶ ବେଦୀ, ଶରିବ ହାଶ୍ମୀ, ସୁସ୍ମିତା ମୁଖାର୍ଜୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ନିଜର ବଳିଷ୍ଠ ଭୂମିକାରେ ଅଭିନୟ ସହ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ତେବେ ବିକି ସାରାଙ୍କ ସମେତ ଅନ୍ୟ କଳାକାରଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିବା ଦେଖିବାକୁ ମିଳିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.