ETV Bharat / entertainment

ZHZB BO Collection Day 9: ମନ ଜିତୁଛି ବିକି-ସାରାଙ୍କ କେମେଷ୍ଟ୍ରି, 45 କୋଟି ପାର୍ କଲାଣି ଆୟ

author img

By

Published : Jun 11, 2023, 10:42 AM IST

ଲୋକପ୍ରିୟତା ହାସଲ କରୁଛି ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଫିଲ୍ମ 'ଜରା ହଟକେ ଜରା ବଚକେ'। ଫିଲ୍ମ 9 ଦିନ ମଧ୍ୟରେ 45 କୋଟିରୁ ଅଧିକ ଆୟ କରିସାରିଲାଣି । ଖୁବଶୀଘ୍ର 50କୋଟି କ୍ଲବରେ ହେବ ସାମିଲ । ଅଧିକ ପଢନ୍ତୁ

ଦର୍ଶକଙ୍କ ମନ ଜିତୁଛି ବିକି-ସାରାଙ୍କ କେମେଷ୍ଟ୍ରି, 45କୋଟିରୁ ପାର୍ କଲାଣି ଆୟ

ହାଇଦ୍ରାବାଦ: ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଜରା ହଟକେ ଜରା ବଚକେ' ବକ୍ସ ଅଫିସରେ ଧମାକା କରୁଛି । ପ୍ରଥମ ଦିନରୁ ସାରା ଅଲି ଖାନ ଏବଂ ଭିକି କୌଶଲଙ୍କ ଲଭ କେମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ପ୍ରତିଦିନ ଫିଲ୍ମର ସଂଗ୍ରହ ଭଲ ହେବାରେ ଲାଗିଛି । ଫିଲ୍ମ ରିଲିଜର ଆଜକୁ 9 ଦିନ ବିତିଗଲାଣି । ହେଲେ ଫିଲ୍ମର କ୍ରେଜ କମିବାର ନା ଧରୁନି । 9ମ ଦିନରେ ଫିଲ୍ମ 45କୋଟିରୁ ଅଧିକ ଆୟ କରିସାରିଲାଣି । ଖୁବଶୀଘ୍ର 50 କୋଟି କ୍ଲବରେ ସାମିଲ ହେବାକୁ ପ୍ରସ୍ତୁତ ହେଉଛି ।

ସୂଚନା ଅନୁଯାୟୀ, ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଫିଲ୍ମ ଜରା ହଟକେ ଜରା ବଚକେ ନବମ ଦିନରେ 5.50 କୋଟି ରୋଜଗାର କରିଛି । ଏହା ପରେ ଫିଲ୍ମର ମୋଟ ସଂଗ୍ରହ 46.27 କୋଟିକୁ ବୃଦ୍ଧି ପାଇଛି । ଏହି ଫିଲ୍ମଟି 50 କୋଟି କ୍ଲବରେ ସାମିଲ ହେବାକୁ ମାତ୍ର 4 କୋଟି ଦୂରରେ ଥିବାବେଳେ ଆଜି ରବିବାର ଛୁଟିଦିନ ଥିବାରୁ ଏହା 50 କୋଟି ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।

ରୋଜଗାର ବିଷୟରେ କହିବାକୁ ଗଲେ, ଏହା ପ୍ରଥମ ଦିନରେ 5.49 କୋଟି, ଦ୍ୱିତୀୟ ଦିନରେ 7.50 କୋଟି, ତୃତୀୟ ଦିନରେ 9.9 କୋଟି, ଚତୁର୍ଥ ଦିନରେ 4.4 କୋଟି, ପଞ୍ଚମ ଦିନରେ 3.87 କୋଟି, ଷଷ୍ଠ ଦିନରେ 3.51 କୋଟି, ସପ୍ତମ ଦିନରେ 3.24 କୋଟି ରୋଜଗାର କରିଛି । ଅଷ୍ଟମ ଦିନରେ 3.42 କୋଟି ଏବଂ ନବମ ଦିନରେ 5.50 କୋଟି ଆୟ କରିଛି । ଫିଲ୍ମର ମୋଟ ଆୟ 46.27 କୋଟିକୁ ବୃଦ୍ଧି ପାଇଛି ।

ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'ଜରା ହଟକେ ଜରା ବଚକେ' ଏକ ମଧ୍ୟବିତ୍ତ ଦମ୍ପତିଙ୍କ କାହାଣୀ, ଯେଉଁମାନେ ନିଜ ଘର ନିଜ ପରିବାରଠାରୁ ଦୂରରେ ରହିବାକୁ ଚାହାଁନ୍ତି । ଫ୍ଲାଟ ପାଇବା ପାଇଁ ସେମାନେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ର ଲାଭ ଉଠାଇବାକୁ ଛାଡପତ୍ର ଦେବାକୁ ବାଧ୍ୟ ହେଉଛନ୍ତି । ସେମାନେ ଛାଡପତ୍ର ହେଉଛି କି ନାହିଁ? ଫିଲ୍ମ ଦେଖିବା ପରେ ହିଁ ଏହା ଜଣା ପଡିବ । ତେବେ ରୋଜଗାର ଦୃଷ୍ଟିରୁ ରୋମାଣ୍ଟିକ କମେଡି ଫିଲ୍ମ 'ଜରା ହଟକେ ଜାରା ବଚକେ' ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରୁଛି । ଆଜି ଛୁଟିଦିନରେ ଫିଲ୍ମ 50 କୋଟି ମାର୍କ ଅତିକ୍ରମ କରିବ ବୋଲି ନିର୍ମାତାମାନେ ଆଶା କରୁଛନ୍ତି । ତେବେ ଏହା 'ଉରି: ସର୍ଜିକାଲ୍ ଷ୍ଟ୍ରାଇକ୍' ପରେ 'ଜରା ହଟକେ ଜରା ବଚକେ' ବିକିଙ୍କ ଅଭିନୀତ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.