ETV Bharat / entertainment

ZHZB Box Office Collection: ଚାଲିଛି ସାରା-ବିକିଙ୍କ ଯାଦୁ, 5ମ ଦିନରେ ଆୟ 30କୋଟି ପାର୍

author img

By

Published : Jun 7, 2023, 11:11 AM IST

ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବାରେ ଲାଗିଛି ସାରା ଏବଂ ବିକିଙ୍କ ଅଭିନୀତ 'ଜରା ହଟକେ ଜରା ବଚକେ' ଫିଲ୍ମ । 5ମ ଦିନ ମଧ୍ୟରେ ଫିଲ୍ମ 30କୋଟିରୁ ଅଧିକ ରୋଜଗାର କରି ବେଶ ଲୋକପ୍ରିୟତା ହାସଲ କଲାଣି । ଅଧିକ ପଢନ୍ତୁ

ଥିଏଟରରେ ସାରା-ବିକିଙ୍କ ଚାଲିଛି ଯାଦୁ, 5ମ ଦିନରେ ଫିଲ୍ମର ଆୟ 30କୋଟି ପାର୍

ହାଇଦ୍ରାବାଦ: ଥିଏଟରରେ କମାଲ କରୁଛି ଲକ୍ଷ୍ମଣ ଉତ୍ତେକରଙ୍କ ରୋମାଣ୍ଟିକ ପାରିବାରିକ ଡ୍ରାମା ଫିଲ୍ମ 'ଜରା ହଟକେ ଜରା ବଟକେ' । ଫିଲ୍ମଟି ଉଦଘାଟନୀ ସପ୍ତାହରେ ବହୁତ ଭଲ ଆୟ କରିଥିବା ବେଳେ ଦ୍ବିତୀୟ ସପ୍ତାହରେ ମଧ୍ୟ ଭଲ ପ୍ରଦର୍ଶନ କରିବାରେ ଲାଗିଛି । 'ଦ କେରଳ ଷ୍ଟୋରୀ' ଏବଂ 'ସ୍ପାଇଡର୍-ମ୍ୟାନ୍: ଦି ସ୍ପାଇଡର୍-ଭର୍ସ'ର ପ୍ରତିଯୋଗିତା ସତ୍ତ୍ବେ ଫିଲ୍ମ ବକ୍ସ ଅଫିସରେ ତାର ସଫଳତା ଜାରି ରଖିଛି । ପଞ୍ଚମ ଦିନ ମଧ୍ୟରେ ଫିଲ୍ମ 30 କୋଟିରୁ ଅଧିକ ଆୟ କରି ସଫଳତାର ସହ ଆଗକୁ ବଢୁଛି ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁଯାୟୀ, 'ଜରା ହଟକେ ଜରା ବଚକେ' 5ମ ଦିନରେ ଅର୍ଥାତ୍ ମଙ୍ଗଳବାର ଦିନ 3.87 କୋଟି ବ୍ୟବସାୟ କରିଛି । ଅନ୍ୟପକ୍ଷରେ ଏହି ଫିଲ୍ମ ସୋମବାର 4.14 କୋଟି ରୋଜଗାର କରିଥିଲା। ପୂର୍ବ ସପ୍ତାହ ଅପେକ୍ଷା କମ ଆୟ ରହିଥିଲେ ସୁଦ୍ଧା ଫିଲ୍ମର ମୋଟ ସଂଗ୍ରହ ବର୍ତ୍ତମାନ 30.73 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଜରା ହଟକେ ଜରା ବଚକେ: ବକ୍ସ ଅଫିସ କଲେକ୍ସନ

ଜୁନ୍ 2 ଅର୍ଥାତ୍ ଶୁକ୍ରବାର(ପ୍ରଥମ ଦିନ) 5.40 କୋଟି

ଜୁନ୍ 3 ଅର୍ଥାତ୍ ଶନିବାର (ଦ୍ୱିତୀୟ ଦିନ) 7.20 କୋଟି

ଜୁନ୍ 4 ଅର୍ଥାତ୍ ରବିବାର (ତୃତୀୟ ଦିନ) 9.90 କୋଟି

ଜୁନ୍ 5 ଅର୍ଥାତ୍ ସୋମବାର (ଚତୁର୍ଥ ଦିନ) 4.14 କୋଟି

ଜୁନ୍ 6 ଅର୍ଥାତ୍ ମଙ୍ଗଳବାର (ପଞ୍ଚମ ଦିନ) 3.87 କୋଟି

ଫିଲ୍ମର ମୋଟ ଆୟ 30.60 କୋଟି ଟଙ୍କାକୁ ବୃଦ୍ଧି ପାଇଛି

ବିକି-ସାରାଙ୍କ ଅଭିନୀତ ଫିଲ୍ମ ଜରା ହଟକେ ଜରା ବଚକେରେ ଉଭୟ ପ୍ରଥମ ଥର ପାଇଁ ବଡ ପରଦାରେ ଏକାଠି ନଜର ଆସିଛନ୍ତି । ଫିଲ୍ମରେ ଉଭୟଙ୍କ ଅନସ୍କ୍ରିନ ଯୋଡିକୁ ବେଶ ପସନ୍ଦ କରୁଥିବା ବେଳେ ସିନେମାହଲରେ ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ ଆକର୍ଷିତ କରୁଛି । 'ଜରା ହଟକେ ଜରା ବଚକେ' ଫିଲ୍ମ ସହ ଏହାର ଗୀତକୁ ଲୋକମାନେ ବେଶ ପସନ୍ଦ କରୁଛନ୍ତି । ତେବେ ଖୁବଶୀଘ୍ର ଫିଲ୍ମ 50 କୋଟି ଉପରେ ଆୟ କରିବ ବୋଲି ଅନୁମାନ କରାଯାଉଛି।

ସେପଟେ ଫିଲ୍ମର ସଫଳତା ଦେଖି ସିଦ୍ଧିବିନାୟକଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ବିକି ଏବଂ ସାରା । ନିଜ ଇନଷ୍ଟାଗ୍ରାମରେ ଉଭୟ ଫଟୋ ସେୟାର କରି ବିକି ଲେଖିଛନ୍ତି, "ମଙ୍ଗଲମୂର୍ତ୍ତି ମୋରିଆ! ଧନ୍ୟବାଦ ବାପ୍ପା! ସେପଟେ ସାରା ଲେଖିଛନ୍ତି ,"ଗଣପତି ବାପ୍ପା ମୋରିଆ ସବୁକିଛି ପାଇଁ ଆପଣଙ୍କୁ ଧନ୍ୟବାଦ । ଏଥିସହ ବିକି ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଲକ୍ଷ୍ମଣ ସାରଙ୍କ ସହ କାମ କରି ବହୁତ ଭଲ ଅଭିଜ୍ଞତା ମିଳିଛି । ଫିଲ୍ମ ସୁଟିଂ ସମୟରେ ଭଲ ସମୟ ଅତିବାହିତ କରିଛୁ । ସାରାଙ୍କ ସହ କାମ କରି ବହୁତ ଭଲ ଲାଗିଛି । ଫିଲ୍ମକୁ ଲୋକେ ଉପଭୋଗ କରିବେ ବୋଲି ମୋର ଆଶା । ସେପଟେ ସାରା କହିଛନ୍ତି, ମୋତେ ଏହି ଫିଲ୍ମରେ ଅଭିଜ୍ଞ ଟିମ ସହ କାମ କରିବାର ସୁଯୋଗ ଦେଇଥିବାରୁ ନିଜକୁ ଧନ୍ୟ ମନେ କରୁଛି । ଫିଲ୍ମରେ ମ୍ୟାରେଜ ଏବଂ ସମ୍ପର୍କକୁ ଟିକେ ଅଲଗା ରୂପ ଦିଆଯାଇଛି । ଯାହାକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ଦେଖି ମୁଁ ବେଶ ଉତ୍ସାହିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.