ହାଇଦ୍ରାବାଦ: ଅଭିନେତ୍ରୀ ଉର୍ଫୀ ଜାଭେଦ୍ଙ୍କ ପୋଷାକ ପିନ୍ଧା ଶୈଳୀ(Dressing Sense)କୁ ନେଇ କମେଣ୍ଟ କରିଥିଲେ ଜଣାଶୁଣା ଲେଖକ ଚେତନ ଭଗତ । ଏହାପରେ ତାଙ୍କୁ କାଉଣ୍ଟର କରିଛନ୍ତି ଅଭିନେତ୍ରୀ ଉର୍ଫୀ ଜାଭେଦ । ଉର୍ଫୀ ପିନ୍ଧୁଥିବା ପୋଷାକ ଦ୍ବାରା ଯୁବଗୋଷ୍ଠୀ ବାଟବଣା ହେଉଥିବା କଥା କହିଥିଲେ ଚେତନ ଭଗତ । ଏହାପରେ ମିଠୁ ମୁଭ୍ମେଣ୍ଟ୍ ସମୟରେ ଭାଇରାଲ୍ ହେଉଥିବା ଏକ ହ୍ବାଟ୍ସ୍ ଆପ୍ ଚାଟ୍କୁ ସେୟାର କରି ଟାର୍ଗେଟ୍ କରିଛନ୍ତି ଉର୍ଫୀ ଜାଭେଦ ।
ଉର୍ଫୀଙ୍କୁ ଚେତନଙ୍କ କମେଣ୍ଟ୍ ପରେ ପ୍ରତିକ୍ରିୟା ଦେଇଛନ୍ତି ଉର୍ଫୀ । ନିକଟରେ ଏକ ସାହିତ୍ୟ ଉତ୍ସବରେ ଯୋଗ ଦେଇଥିଲେ ଚେତନ ଭଗତ । ଏହି ସମୟରେ ସେ କୌଣସି ଏକ ପ୍ରଶ୍ନର ଉତ୍ତର ଦେଇ ଉର୍ଫୀ ଜାଭେଦଙ୍କ ପୋଷାକ ପିନ୍ଧା ଶୈଳୀକୁ ନେଇ ଟିପ୍ପଣୀ କରିଥିଲେ । ଉର୍ଫୀ ଜାଭେଦଙ୍କ ଡ୍ରେସିଂ ସେନ୍ସ ଯୋଗୁଁ ଯୁବଗୋଷ୍ଠୀ ବାଟବଣା ହେଉଥିବା କଥା କହିଥିଲେ ଚେତନ ଭଗତ ।
ଚେତନ ଭଗତ କହିଥିଲେ, "ବର୍ତ୍ତମାନ ସ୍ଥିତିରେ ମୋବାଇଲ୍ ଫୋନ୍ ଯୁବଗୋଷ୍ଠୀ ବାଟବଣାର ହେବାର ମୂଳ କାରଣ । ମୁଖ୍ୟତଃ କିଶୋର ଓ ଯୁବକଙ୍କ କ୍ଷେତ୍ରରେ ଏହାର ଅଧିକ ଦେଖିବାକୁ ମିଳୁଛି । ଏମାନେ ଘଣ୍ଟାଘଣ୍ଟା ଧରି ଇନ୍ଷ୍ଟାଗ୍ରାମ୍ ରିଲ୍ସ ଦେଖିବାରେ ବିତାଉଛନ୍ତି । ପ୍ରତ୍ୟେକ ଜାଣିଥିବେ ଉର୍ଫୀ ଜାଭେଦ୍ କିଏ । ଆମ ଯବାନମାନେ ସୀମାରେ ରହି ଦେଶକୁ ସରୁକ୍ଷା ଯୋଗାଉ ଥିବା ଆମ ଯୁବଗୋଷ୍ଠୀ ଉର୍ଫୀ ଜାଭେଦ୍ର ଫଟୋ ଲାଇକ କରିବାରେ ବ୍ୟସ୍ତ ରହିଛନ୍ତି ।"
ଚେତନ ଭଗତଙ୍କ ଏଭଳି ଟିପ୍ପଣୀ ପରେ ଉର୍ଫୀ ଜାଭେଦ୍ ତାଙ୍କୁ ନେଇ ଅନେକ ଇନ୍ଷ୍ଟାଗ୍ରାମ ଷ୍ଟୋରୀ ସେୟାର କରିଥିଲେ । ଉର୍ଫୀ ଏକ ଭିଡିଓ ପୋଷ୍ଟ କରି ଚେତନଙ୍କୁ ଟାର୍ଗେଟ୍ କରିଛନ୍ତି । ଏକ ସାହିତ୍ୟ ଉତ୍ସବରେ ଯୋଗ ଦେଇ ଏଭଳି ଟିପ୍ପଣୀକୁ ପସନ୍ଦ କରି ନାହାନ୍ତି ଉର୍ଫୀ । ସେ କହିଛନ୍ତି, "ଏଭଳି ପୁରୁଷ କେବଳ ମହିଳାଙ୍କୁ ଦୋଷ ଦେବା ଶିଖିଛନ୍ତି । ନିଜ ଦୋଷ ଲୁଚାଇବାକୁ ଯାଇ ଏମାନେ ଏଭଳି କରନ୍ତି ।"
ନିଜ ଡ୍ରେସିଂ ସେନ୍ସ ଓ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ଉର୍ଫୀ ଜାଭେଦ । ସେ ଚେତନ ଭଗତଙ୍କ ପ୍ରତି କଡ଼ା ଶବ୍ଦର ପ୍ରୟୋଗ କରିଛନ୍ତି । ତାଙ୍କୁ ବିକୃତ କହିବାକୁ ପଛାଇ ନାହାନ୍ତି । ମିଠୁ ମୁଭ୍ମେଣ୍ଟ୍ ବେଳେ ଭାଇରାଲ୍ ହେଉଥିବା ଚେତନ ଭଗତଙ୍କ ଏକ ହ୍ବାଟ୍ସ୍ ଆପ୍ ଚାଟ୍ ସେୟାର କରିବାକୁ ପଛାଇ ନାହାନ୍ତି ।