ହାଇଦ୍ରାବାଦ: ଫିଲ୍ମ 'ଆର୍ଯ୍ୟ 3'ରେ ଜବରଦସ୍ତ କମ ବ୍ୟାକ୍ କରିଛନ୍ତି ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ । ଆଉ ନିଜ ଫିଲ୍ମ କ୍ୟାରିଅର ସହ ବ୍ୟକ୍ତିଗତ ଜୀବନକୁ ନେଇ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛନ୍ତି ସୁସ୍ମିତା ସେନ । ଗୋଟିଏ ପଟେ ନିକଟରେ ରିଲିଜ୍ ହୋଇଥିବା ୱେବ ସିରିଜ୍ 'ଆର୍ଯ୍ୟ 3' ପାଇଁ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ହେଡଲାଇନରେ ରହୁଛନ୍ତି । ଅନ୍ୟପଟେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଲାଗି ରହିଛି ଚର୍ଚ୍ଚା । ଗତ ବର୍ଷ ବ୍ୟବସାୟୀ ଲଳିତ ମୋଦି ସୁସ୍ମିତାଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ । ଯାହାକି ପ୍ରଶଂସକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା ।
ତେବେ ପୁଣି ଥରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଆଉ ୟୁଜର୍ସମାନେ ଲଲିତ ମୋଦି ଏବଂ ସୁସ୍ମିତା ସେନଙ୍କ ସମ୍ପର୍କକୁ ନେଇ ସୁସ୍ମିତାଙ୍କୁ 'Gold Digger' ବୋଲି କହି ଟ୍ରୋଲ କରିଛନ୍ତି । ଯାହାର ଜବାବ ରଖିଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ । ସେ କହିଛନ୍ତି, "ଆପଣ ବୋଧହୁଏ ମୋତେ ଭଲଭାବେ ଜାଣିନାହାନ୍ତି । ମୁଁ ସୁନା ନୁହେଁ, ହୀରା ପସନ୍ଦ କରେ ।"
ଏହା ବି ପଢନ୍ତୁ...ବିବାଦରେ ସାଉଥ ଅଭିନେତା ମନସୁର ଅଲ୍ଲୀ, ବୟାନ ପାଇଁ ବିଭିନ୍ନ ମହଲରୁ ନିନ୍ଦା
ତେବେ କିଛି ଦିନ ପୂର୍ବରୁ ସୁସ୍ମିତା ତାଙ୍କ ଏକ୍ସ ବୟଫ୍ରେଣ୍ଡ ରେହମାନଙ୍କ ସହ ମଧ୍ୟ ନଜର ଆସିଥିଲେ । ଯାହାକୁ ନେଇ ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାକୁ ଆସିଥିଲା । ୟୁଜର୍ସମାନେ ସୁସ୍ମିତାଙ୍କୁ ଟ୍ରୋଲ କରିଥିଲେ । ସେ ଲଳିତ ମୋଦିଙ୍କୁ ଛାଡି ପୁଣି ଥରେ ରେହମାନଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ହୋଇଥିଲା । ହେଲେ ଏ ବିଷୟରେ ଅଭିନେତ୍ରୀ ସୁସ୍ମିତା ସେନଙ୍କ କୌଣସି ପ୍ରତିକ୍ରିୟା ସାମନାକୁ ଆସିନଥିଲା ।
ଏହା ବି ପଢନ୍ତୁ...ସୁସ୍ମିତାଙ୍କୁ ବିବାହ ପାଇଁ Propose କଲେ ଫ୍ୟାନ, ଏମିତି react କଲେ ବୟଫ୍ରେଣ୍ଡ
ଏକ ସାକ୍ଷାତକାରରେ ଯେତେବେଳେ ସୁସ୍ମିତାଙ୍କୁ ପଚରାଯାଇଥିଲା ଯେ, କେବେ ଓ କାହାକୁ ସେ ବିବାହ କରିବେ ? ଏଭଳି ପ୍ରଶ୍ନର ଉତ୍ତର ରଖି ସୁସ୍ମିତା କହିଥିଲେ, ବର୍ତ୍ତମାନ ମୋର ବିବାହ କରିବାର କିଛି ପ୍ଲାନ ନାହିଁ । ଏବେ ମୁଁ ମୋ କ୍ୟାରିଅରରେ ଧ୍ୟାନ ଦେଉଛି । ଗତ ୩ ତାରିଖରେ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହୋଇଥିଲା ସୁସ୍ମିତାଙ୍କ ଅଭିନୀତ 'ଆର୍ଯ୍ୟ-୩' । ଏହା ପୂର୍ବରୁ ସୁସ୍ମିତା ଫିଲ୍ମ 'ତାଲି'ରେ ନଜର ଆସିଥିଲେ ।