ETV Bharat / entertainment

ମହିଳା ଭିକାରୀଙ୍କୁ 500 ଟଙ୍କିଆ ନୋଟ୍‌ ବାଣ୍ଟିଲେ ଶାହାରୁଖଙ୍କ ଝିଅ, ଭିଡିଓ ଭାଇରାଲ - ସୁହାନା ଖାନ ଏବଂ ଗୌରୀ ଖାନ

ମହିଳା ଭିକାରୀଙ୍କୁ ଟଙ୍କା ବାଣ୍ଟି ଉଦାରତାର ପରିଚୟ ଦେଲେ ଶାହରୁଖ ଖାନଙ୍କ ଝିଅ ସୁହାନା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ସୁହାନା ଖାନ୍‌
ସୁହାନା ଖାନ୍‌
author img

By

Published : Aug 12, 2023, 1:38 PM IST

ମୁମ୍ବାଇ: ପୁଣି ଚର୍ଚ୍ଚାରେ ସୁହାନା ଖାନ । ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ଝିଅ ସୁହାନା ବର୍ତ୍ତମାନ ତାଙ୍କର ଡେବ୍ୟୁ ଫିଲ୍ମ ‘ଦି ଆର୍କିଜ୍’ ରିଲିଜକୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ନେଟଫ୍ଲିକ୍ସରେ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଏହାପୂର୍ବରୁ ସୁହାନା ଖାନ ବାରମ୍ବାର ଲାଇମଲାଇଟରେ ଆସିବା ପାଇଁ ନୂଆ ନୂଆ କୌଶଳ ଆପଣାଉଛନ୍ତି। ଅଗଷ୍ଟ 11 ରାତିରେ ସୁହାନା ଖାନ ମାଆ ଗୌରୀ ଖାନଙ୍କ ସହ ମୁମ୍ବାଇରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ନଜର ଆସିଥିଲେ । ଏଥିରେ ଗ୍ଲାମରସ୍ ମାଆ ଝିଅ ଖୁବ୍‌ ସୁନ୍ଦର ଅନ୍ଦାଜରେ ଏଣ୍ଟ୍ରି ନେଇଥିଲେ । ସବୁଠୁ ଖାସ୍‌ କଥା ହେଉଛି ଏହି କାର୍ଯ୍ୟକ୍ରମରୁ ଫେରିବା ପରେ ରାସ୍ତାରେ ଜଣେ ମହିଳା ଭିକାରୀଙ୍କୁ ଟଙ୍କା ବାଣ୍ଟି ଉଦାରତାର ପରିଚୟ ଦେଇଛନ୍ତି ସୁହାନା ଖାନ୍‌ ।

ଉଲ୍ଲେଖନୀୟ ଯେ, ମୁମ୍ବାଇରେ ଏକ ନ୍ୟୁଜ୍ ଚ୍ୟାନେଲର ମାଲିକଙ୍କ ନୂତନ ପୁସ୍ତକ ଉନ୍ମୋଚନରେ ସୁହାନା ଖାନ ତାଙ୍କ ମାଆ ଗୌରୀଙ୍କ ସହ ନଜର ଆସିଥିଲେ । ଏଠାରେ ସୁହାନା ଖାନ ଏକ କଳା ବଡିକୋନ ଡ୍ରେସ ପିନ୍ଧି ପହଞ୍ଚିଥିଲେ ଏବଂ ଗୌରୀ ଖାନଙ୍କୁ ପୁରା ଅଫ ଷ୍ଟାଇଲିଶ ଲୁକରେ ଦେଖିବାକୁ ମିଳିଥିଲା ​​। ଗୌରୀ ଡେନିମ୍‌ ଧଳା ଟପ୍ ହଳଦିଆ ଜ୍ୟାକେଟ୍ ପିନ୍ଧିଥିଲେ ।

ଏଥି ସହିତ, ଇଭେଣ୍ଟରୁ ବାହାରିବା ପରେ ସୁହାନାଙ୍କ ପଛରେ ନାଲି ରଙ୍ଗର ଶାଢୀ ପିନ୍ଧିଥିବା ଜଣେ ମହିଳା ଭିକାରୀ ଟଙ୍କା ମାଗିଥିଲେ ଏବଂ ସୁହାନା ଖାନ ତାଙ୍କ ଉଦାରତା ଦେଖାଇ ତାଙ୍କୁ ହ୍ୟାଣ୍ଡ ପର୍ସରୁ ତିନି ଚାରି ଖଣ୍ଡ 500 ଟଙ୍କିଆ ନୋଟ୍‌ ଦେଇଥିଲେ । ବର୍ତ୍ତମାନ ପ୍ରଶଂସକମାନେ ସୁହାନା ଖାନଙ୍କ ଏହି ଉଦାରତାକୁ ଦେଖି ଖୁବ୍‌ ପ୍ରଶଂସା କରୁଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, ସୁନା ହୃଦୟ ଥିବା ଝିଅ । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ସୁହାନା ଖାନ ତାଙ୍କ ପିତାଙ୍କ ପରି ବହୁତ ସୁନ୍ଦର। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ୱା କଥା କ’ଣ, ଏହା ତ ବହୁତ ସୁନ୍ଦର । ସେହିଭଳି ପ୍ରଶଂସକମାନେ ହାର୍ଟ ଇମୋଜି ସେୟାର କରି ତାଙ୍କର ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଏହି ନିର୍ଦ୍ଦେଶକଙ୍କ ଫିଲ୍ମରେ ନଜର ଆସିବେ ଶାହାରୁଖଙ୍କ ଲାଡଲି, ମିଳିଲା ବଡ ଅଫର୍‌

ସୂଚନାଯୋଗ୍ୟ ଯେ, ସୁହାନା ଖାନ ଖୁବ ଶୀଘ୍ର ଫିଲ୍ମ 'ଦ ଆର୍ଚିଜ୍' ସହିତ ଡେବ୍ୟୁ କରିବାକୁ ଯାଉଛନ୍ତି । ସୁହାନା ତାଙ୍କର ପ୍ରଥମ ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ଅନ୍ୟ ଏକ ପ୍ରୋଜେକ୍ଟରେ ଦସ୍ତଖତ କରିସାରିଛନ୍ତି । ଖାସ୍‌ କଥା ହେଉଛି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା କରଣ ଜୋହର ଦେବେ । ତେବେ ନୂଆ ପ୍ରୋଜେକ୍ଟ ପାଇଁ କରଣ ଜୋହର ଏବଂ ସୁହାନା ଖାନ୍‌ ବହୁତ ଉତ୍ସାହିତ ଅଛନ୍ତି । ସୁହାନାକୁ ନେଇ କରଣ ଯେଉଁ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି, ତାହା କୌଣସି ପୁରୁଣା ଫ୍ରାଞ୍ଚାଇଜ୍ ଫିଲ୍ମ ହେବ ନାହିଁ, ବରଂ ନୂଆ ସ୍କ୍ରିପ୍ଟ ଉପରେ ଆଧାରିତ ଏକ ଫିଲ୍ମ ହେବ । ଏହା ମଧ୍ୟ କୁହାଯାଉଛି ଯେ ଏହା ଏକ ସମ୍ପୂର୍ଣ୍ଣ ରୋମାଣ୍ଟିକ ଫିଲ୍ମ ହେବାକୁ ଯାଉଛି । କାମ କେବେ ଆରମ୍ଭ ହେବ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସମସ୍ତ କାର୍ଯ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି କିନ୍ତୁ ଏମିତି ଲାଗୁଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଫିଲ୍ମର କାମ ଆରମ୍ଭ ହୋଇଯିବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.