ETV Bharat / entertainment

ପ୍ୟାରିସରୁ ରାଜ କୁନ୍ଦ୍ରାଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ ଶିଳ୍ପା - ଶିଳ୍ପା ଶେଟ୍ଟୀ ରାଜ କୁନ୍ଦ୍ରା ଫଟୋ

ପ୍ୟାରିସରେ ଶିଳ୍ପା ଶେଟ୍ଟୀ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଖୁବ୍‌ ଏନ୍‌ଜୟ କରୁଛନ୍ତି । ସେଠାରୁ ସୁନ୍ଦର ସୁନ୍ଦର ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରୁଛନ୍ତି। ଅଧିକ ପଢନ୍ତୁ

ପ୍ୟାରିସରୁ ରାଜ କୁନ୍ଦ୍ରାଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ ଶିଳ୍ପା

author img

By

Published : Jul 5, 2022, 10:30 PM IST

ହାଇଦ୍ରାବାଦ: ବଲିଉଡର ଅନେକ ସେଲିବ୍ରିଟି ଦମ୍ପତି ବର୍ତ୍ତମାନ ସମର ଭେକେସନ୍‌ରେ ଏନ୍‌ଜୟ କରୁଛନ୍ତି । କିଛି ସେଲିବ୍ରିଟି ଲଣ୍ଡନରେ ତ ଆଉ କିଛି ପ୍ୟାରିସରେ ମସ୍ତି କରୁଛନ୍ତି। ବର୍ତ୍ତମାନ ଶିଳ୍ପା ଶେଟ୍ଟୀ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ପ୍ୟାରିସରେ ପହଞ୍ଚି ସେଠାରୁ ସୁନ୍ଦର ସୁନ୍ଦର ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। ନିକଟରେ ଅର୍ଜୁନ କପୁର ଏବଂ ମଲାଇକା ଆରୋରା ପ୍ୟାରିସରେ ଜନ୍ମଦିନ ପାଳନ କରିବା ପରେ ସେଠାରୁ ଫେରିଛନ୍ତି।

ଶିଳ୍ପା ଶେଟ୍ଟୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ୟାରିସର ଆଇଫେଲ ଟାୱାର ସାମ୍ନାରୁ ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଏଠାରୁ ଦମ୍ପତିଙ୍କର ବହୁ ମଜାଦାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସ୍ୱାମୀଙ୍କ ସହ ଛୁଟିଦିନ କାଟିବାକୁ ଶିଳ୍ପା ଏଠାକୁ ଯାଇଛନ୍ତି।

ଶିଳ୍ପା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କର ଆଉ ଦୁଇଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋ ହେଉଛି ତାଙ୍କ ସେଲଫି, ଯେଉଁଥିରେ ସେ ଆଇଫେଲ୍ ଟାୱାର ସମ୍ମୁଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଦ୍ୱିତୀୟ ଫଟୋରେ ସେ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଏକ ରୋମାଣ୍ଟିକ୍ ପୋଜରେ ନଜର ଆସିଛନ୍ତି। ଫଟୋଗୁଡିକ ସେୟାର କରି ଶିଳ୍ପା କ୍ୟାପସନରେ ଲେଖିଛନ୍ତି, "#parisdiaries" ।

ରାଜ କୁନ୍ଦ୍ରାଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ ଶିଳ୍ପା

ଫଟୋ ବ୍ୟତୀତ ଶିଳ୍ପା ପ୍ୟାରିସର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏହି ଭିଡିଓରେ ଶିଳ୍ପା ଖୁସିରେ ଝୁମି ଉଠୁଛନ୍ତି। ଶିଳ୍ପା ଆଇଫେଲ ଟାୱାର ନିକଟରେ ବୁଲୁଥିବାର ନଜର ଆସିଛନ୍ତି। ଏହି ପୋଷାକରେ ଶିଳ୍ପା ସୁନ୍ଦର ଦେଖାଯାଉଛନ୍ତି । ଭିଡିଓ ସେୟାର କରି ଶିଳ୍ପା ଲେଖିଛନ୍ତି, Je t’aime Paris♥️ #love #gratitude #parisvibes #paris।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.