ETV Bharat / entertainment

Tiger 3 Bo Collection: ୨୫୦ କୋଟି କ୍ଲବରେ ସାମିଲ ହେଲା ଟାଇଗର ୩, ସଫଳତା ନେଇ ଏମିତି କହିଲେ ଭାଇଜାନ

author img

By ETV Bharat Odisha Team

Published : Nov 24, 2023, 10:25 AM IST

ଟାଇଗର ୩ ସାରା ବିଶ୍ବରେ ୪୦୦କୋଟିରୁ ଅଧିକ ଆୟ କରିଥିବା ବେଳେ ଭାରତରେ ୨୫୦କୋଟି କ୍ଲବରେ ସାମିଲ ହୋଇଛି । ସେପଟେ ଫିଲ୍ମର ସଫଳତା ନେଇ ସଲମାନ ନିଜର ଖୁସି ଜାହିର କରିଛନ୍ତି । ଅଧିକ ପଢନ୍ତୁ,

Tiger 3 Bo Collection: ୨୫୦ କୋଟି କ୍ଲବରେ ସାମିଲ ହେଲା ଟାଇଗର ୩, ସଫଳତା ନେଇ ଏମିତି କହିଲେ ଭାଇଜାନ
Tiger 3 Bo Collection: ୨୫୦ କୋଟି କ୍ଲବରେ ସାମିଲ ହେଲା ଟାଇଗର ୩, ସଫଳତା ନେଇ ଏମିତି କହିଲେ ଭାଇଜାନ

ହାଇଦ୍ରାବାଦ: ଆଜିକାଲି ସୁପରଷ୍ଟାର ସଲମାନ ଖାନ ତାଙ୍କର ରିଲିଜ ହୋଇଥିବା ଆକ୍ସନ୍ ଥ୍ରୀଲର ଫିଲ୍ମ 'ଟାଇଗର 3'କୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଓପନିଂ ଦିନଠାରୁ ଫିଲ୍ମ ଭଲ ପ୍ରତିକ୍ରିୟା ପାଉଛି । ତେବେ ନିର୍ମାତା ୟଶରାଜ ଫିଲ୍ମସ୍ ଅନୁଯାୟୀ, ଫିଲ୍ମ ରିଲିଜ ହେବାର ମାତ୍ର ୧୦ ଦିନ ମଧ୍ୟରେ ସାରା ବିଶ୍ବରେ ୪୦୦.୫୦ କୋଟି ଟଙ୍କା ରୋଜଗାର କରି ସଫଳତା ହାସଲ କରିଛି । ସେପଟେ ଭାରତରେ ଫିଲ୍ମର ଆୟରେ ହ୍ରାସ ଘଟିଥିବା ବେଳ କିନ୍ତୁ ଫିଲ୍ମ ୧୨ଦିନ ମଧ୍ୟରେ ୨୫୦କୋଟି କ୍ଲବରେ ସାମିଲ ହୋଇଛି । ଯାହାକୁ ନେଇ ବର୍ତ୍ତମାନ ଖୁସି ଜାହିର କରିଛନ୍ତି ଭାଇଜାନ ।

ନିକଟରେ ଏକ ସାକ୍ଷାତକାରରେ 'ଟାଇଗର ୩'ର ବକ୍ସ ଅଫିସ୍ କଲେକ୍ସନ ବିଷୟରେ କଥାବାର୍ତ୍ତା କରି ସଲମାନ ଖାନ କହିଛନ୍ତି, ଏହା ଦିୱାଲୀ ସମୟ ଥିଲା ଏବଂ ବିଶ୍ବକପ୍ ମଧ୍ୟ ଚାଲିଥିଲା । ତଥାପି ସମସ୍ତଙ୍କ ଫିଲ୍ମ ଉପରେ ଆଗ୍ରହ ଥିଲା । ଦିୱାଲୀ, ବିଶ୍ୱକପ୍‌ ସତ୍ତ୍ୱେ ଆମେ ପାଇଥିବା ସଂଖ୍ୟା ଆଶ୍ଚର୍ଯ୍ୟଜନକ ଅଟେ । ଏଥିପାଇଁ ଆମେ ବହୁତ କୃତଜ୍ଞ ଏବଂ ଖୁସି ।

  • " class="align-text-top noRightClick twitterSection" data="">

ସେପଟେ ଫିଲ୍ମର କଲେକ୍ସନ ବିଷୟରେ କହିବାକୁ ଗଲେ, ସାକ୍‌ନିକଙ୍କ ରିପୋର୍ଟ ଅନୁସାରେ, ୧୨ ଦିନରେ ଫିଲ୍ମର କେଲକ୍ସନ ବହୁତ କମ ରହିଥିଲା । ଏହା ୧୨ ଦିନ ଅର୍ଥାତ୍ ୨ୟ ଗୁରୁବାର ଦିନ ମାତ୍ର ୪.୭୦ କୋଟି ଆୟ କରିଛି । ଏହା ପରେ ବି କିନ୍ତଦୁ ଫିଲ୍ମ ୨୫୦ କୋଟି କ୍ଲବରେ ସାମିଲ ହୋଇଛି । ତେବେ ଫିଲ୍ମର ମୋଟ ଆୟ ୨୫୪.୪୬ କୋଟିକୁ ବୃଦ୍ଧି ପାଇଛି ।

ଟାଇଗର ୩: ବକ୍ସ ଅଫିସ କଲେକ୍ସନ

  • ପ୍ରଥମ ଦିନ (ନଭେମ୍ବର ୧୨, ରବିବାର)- ୪୪.୫ କୋଟି
  • ୨ୟ ଦିନ (ନଭେମ୍ବର ୧୩, ସୋମବାର)- ୫୯.୨୫ କୋଟି
  • ୩ୟ ଦିନ (ନଭେମ୍ବର ୧୪, ମଙ୍ଗଳବାର)-୪୪.୩ କୋଟି
  • ୪ର୍ଥ ଦିନ (ନଭେମ୍ବର ୧୫, ବୁଧବାର)- ୨୧.୧ କୋଟି
  • ୫ମ ଦିନ (ନଭେମ୍ବର ୧୬, ଗୁରୁବାର)- ୧୮.୫ କୋଟି
  • ୬ଷ୍ଠ ଦିନ (ନଭେମ୍ବର ୧୭, ଶୁକ୍ରବାର)- ୧୩.୨୫ କୋଟି
  • ୭ମ ଦିନ (ନଭେମ୍ବର ୧୮, ଶନିବାର)- ୧୮.୫ କୋଟି
  • ୮ମ ଦିନ (ନଭେମ୍ବର ୧୯, ରବିବାର)- ୧୦.୫ କୋଟି
  • ୯ମ ଦିନ (ନଭେମ୍ବର ୨୦, ସୋମବାର)- ୭.୩୫ କୋଟି
  • ୧୦ମ ଦିନ (ନଭେମ୍ବର ୨୧, ମଙ୍ଗଳବାର)- ୬.୭ କୋଟି
  • ୧୧ତମ ଦିନ (ନଭେମ୍ବର ୨୨, ବୁଧବାର)- ୫.୮୧ କୋଟି
  • ୧୨ତମ ଦିନ (ନଭେମ୍ବର ୨୩, ଗୁରୁବାର)- ୪.୭୦ କୋଟି

ଫିଲ୍ମର ମୋଟ କଲେକ୍ସନ ୨୫୪.୪୬ କୋଟିକୁ ବୃଦ୍ଧି

ଏହା ମଧ୍ୟ ପଢନ୍ତୁ: ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ ଦେଲେ ଭାଇଜାନ

'ଟାଇଗର' 'ବିଷୟରେ କହିବାକୁ ଗଲେ, ୟଶରାଜ ସ୍ପାଏ ୟୁନିଭର୍ସର ବ୍ୟାନରରେ ନିର୍ମିତ ଟାଇଗର ଫ୍ରାଞ୍ଚାଇଜର ଏହା ହେଉଛି ତୃତୀୟ ସିକ୍ୱେଲ । ଏହା ପୂର୍ବରୁ ଏହାର ପ୍ରଥମ ଭାଗ କବୀର ଖାନ ନିର୍ଦ୍ଦେଶିତ 'ଏକ ଥା ଟାଇଗର' ୨୦୧୨ରେ ମୁକ୍ତିଲାଭ କରିଥିଲା । ୨ୟ ଭାଗ ଅଲି ଅବ୍ବାସ ଜାଫର ନିର୍ଦ୍ଦେଶିତ 'ଟାଇଗର ଜିନ୍ଦା ହେ' ୨୦୧୭ରେ ମୁକ୍ତିଲାଭ କରିଥିଲା । ଟାଇଗର ଫ୍ରାଞ୍ଚାଇଜର ସିକ୍ୱେଲ ହିସାବରେ ବର୍ତ୍ତମାନ 'ଟାଇଗର 3' ୫ ବର୍ଷ ପରେ ପ୍ରେକ୍ଷାଳୟରେ ରିଲିଜ ହୋଇଛି । ଟାଇଗର ୩ କୁ ମନୀଷ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ କ୍ୟାଟ୍ରିନା କୈଫଙ୍କୁ ସଲମାନ ଖାନଙ୍କୁ ପୁଣି ଅବିନାଶ ସିଂ ରାଠୋର ଏବେ ଜୟା ଭୂମିକାରେ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ଇମ୍ରାନ ହାଶମୀଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.