ETV Bharat / entertainment

ପ୍ରଭାସକୁ ପଛରେ ପକାଇଲେ କିଙ୍ଗ ଖାନ, ଆଡଭାନ୍ସ ବୁକିଂରେ ଏତିକି ଆୟ କଲା 'ଡଙ୍କି'-'ସାଲାର'

author img

By ETV Bharat Odisha Team

Published : Dec 18, 2023, 1:50 PM IST

Updated : Dec 18, 2023, 10:22 PM IST

Salaar vs Dunki advance booking collection: ଶାହାରୁଖ ଖାନଙ୍କ 'ଡଙ୍କି' ଏବଂ ପ୍ରଭାସଙ୍କ 'ସାଲାର' ବକ୍ସ ଅଫିସରେ ଏକାସାଙ୍ଗେ ରିଲିଜ ହେବାକୁ ଯାଉଛି । ବର୍ତ୍ତମାନ ଉଭୟ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ପ୍ରି-ଟିକେଟ୍ ବିକ୍ରିରେ କେଉଁ ଫିଲ୍ମ ଆଗରେ ଅଛି? ଜାଣନ୍ତୁ,

ପ୍ରଭାସକୁ ଫଛରେ ପକାଇଲେ କିଙ୍ଗ ଖାନ, ଆଡଭାନ୍ସ ବୁକିଂରେ ଏତିକି ଆୟ କଲା 'ଡଙ୍କି'-'ସାଲାର'

ହାଇଦ୍ରାବାଦ: ବକ୍ସ ଅଫିସରେ ଅନେକ ଫିଲ୍ମର ଟକ୍କର ଦେଉଥିବା ନଜର ଆସିଛି । ନିକଟରେ 'ଆନିମଲ' ସହ 'ସାମ ବାହାଦୂର' କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ କିଙ୍ଗ ଖାନଙ୍କ ମଲ୍ଟି ଷ୍ଟାରର୍‌ ଫିଲ୍ମ 'ଡଙ୍କି' ସହ ପ୍ରଭାସଙ୍କ ଫିଲ୍ମ 'ସାଲାର'ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ । 'ଡଙ୍କି' ଡିସେମ୍ବର ୨୧ରେ ରିଲିଜ୍‌ ହେବାକୁ ଥିବା ବେଳେ 'ସାଲାର' ଡିସେମ୍ବର ୨୨ରେ ପରଦାକୁ ଆସିବ । ଉଭୟ ଫିଲ୍ମ ପାଇଁ ଦର୍ଶକ ବେଶ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମର ଆଡବାନ୍ସ ବୁକିଂ ଆରମ୍ଭ ହୋଇଛି । ତେବେ ଆଡଭାନ୍ସ ଟିକେଟ୍ ବିକ୍ରୟରୁ ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି ଯେ 'ସାଲାର' ତୁଳନାରେ 'ଡଙ୍କି' ଆଗରେ ରହିଛି ।

  • " class="align-text-top noRightClick twitterSection" data="">

'ସାଲାର' ଏବଂ 'ଡଙ୍କି' ରିଲିଜ୍‌ ପାଇଁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ଆଡଭାନ୍ସ ବୁକିଂ ଡିସେମ୍ବର ୧୫ରୁ ଆରମ୍ଭ ହୋଇଛି । ସାକନିକଙ୍କ ରିପୋର୍ଟ ଅନୁସାରେ, ବାହୁବଲୀ ତାରକା ପ୍ରଭାସଙ୍କ ଫିଲ୍ମ 'ସାଲାର' ତେଲୁଗୁ ଭାଷାଭାଷୀ ଅଞ୍ଚଳରେ ପ୍ରାୟ ୮୬,୯୯୬ ବିକ୍ରି କରିଛି । ମାଲାୟଲମ୍ ଭାଷାଭାଷୀ ଅଞ୍ଚଳରେ ୪୩,୨୭୬ରୁ ଅଧିକ ଟିକେଟ୍ ବିକ୍ରି କରିବା ସହ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ୨୦,୨୦୪ରୁ ଅଧିକ ବୁକିଂ କରାଯାଇଛି । ଏହି କ୍ରମରେ ଫିଲ୍ମ ପାଇଁ ମୋଟ ୧୫ଲକ୍ଷ ୯ ହଜାର ୮୯୭ ଟିକେଟ ବିକ୍ରି ହୋଇଛି । ଫଳରେ ଫିଲ୍ମ ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ମୋଟ ୩.୮୬ କୋଟି ଆୟ କରିସାରିଲାଣି ।

ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' କଥା କହିବାକୁ ଗଲେ, ସାକନିକଙ୍କ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଡଙ୍କି ୧୫ ଲକ୍ଷ ୨ଦଜାର ୩୬ ଅଗ୍ରିମ ଟିକେଟ ବିକ୍ରି କରିସାରିଥିବା ବେଳେ ଫିଲ୍ମ ମୋଟ ୪.୭୧ କୋଟି ଆୟ କରିସାରିଲାଣି । ଏହି କ୍ରମରେ ଆଡଭାନ୍ସ ବୁକିଂ କ୍ଷେତ୍ରରେ ପ୍ରଭାସଙ୍କୁ ଫଛରେ ପକାଇଛନ୍ତି ଶାହାରୁଖ ଖାନ୍‌ । ତେବେ ବକ୍ସ ଅଫିସରେ କିଏ ବାଜି ମାରୁଛି, ତାହା ଉପରେ ସମସ୍ତଙ୍କ ନଜର । କାରଣ ପ୍ରଭାସ ସାଉଥର ଲୋକପ୍ରିୟ ସୁପରଷ୍ଟାର ହୋଇଥିବା ବେଳେ ଶାହାରୁଖ ବଲିଉଡର କିଙ୍ଗ ଖାନ । ଉଭୟ ଷ୍ଟାରଙ୍କ ପାଇଁ ଉଭୟଙ୍କ ଫ୍ୟାନ୍ସଙ୍କ ଜବରଦସ୍ତ କ୍ରେଜ ରହିଛି । ତେବ ବକ୍ସ ଅଫିସରେ କିଏ ଜଲୱା ଦାଖାଇପାରୁଛି ତାହା ଫିଲ୍ମ ରିଲିଜ ପରେ ହିଁ ଜଣାପଡିବ ।

'ଆଦିପୁରୁଷ' ଫ୍ଲପ୍‌ ହେବା ପରେ ପ୍ରଭାସ ସାଲାର ସହ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମ ଡିସେମ୍ବର ୨୨ରେ ତେଲୁଗୁ, କନ୍ନଡ଼, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହେବ । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ ।

ଏହା ମଧ୍ୟ ପଢନ୍ତୁ: 'ସାଲାର' ରିଲିଜ ପୂର୍ବରୁ ବଢିଲାଣି କ୍ରେଜ୍, ମୁମ୍ବାଇରେ ଲାଗିଲା ପ୍ରଭାସଙ୍କ ୧୨୦ ଫୁଟ୍‌ର କଟଆଉଟ୍

ଅନ୍ୟପଟେ ପଠାନ ଏବଂ ଜବାନ ପରି ହିଟ ଫିଲ୍ମ ପରେ ଶାହାରୁଖ ଖାନ ଚଳିତ ବର୍ଷ 'ଡଙ୍କି' ସହ ପୁଣି ଦର୍ଶକଙ୍କ ମନ ଜିତିବାକୁ ଯାଉଛନ୍ତି । ତେବେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଶାହାରୁଖ ଖାନଙ୍କ ବ୍ୟତୀତ ବିକି କୌଶଲ, ତାପସୀ ପନ୍ନୁ, ବୋମନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ୍‌ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି ।

Last Updated : Dec 18, 2023, 10:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.