ETV Bharat / entertainment

Adipurush BO Collection Day 5: ବିବାଦ ପରେ କମିଲା କ୍ରେଜ, 5ମ ଦିନରେ କମାଇଲା 10 କୋଟି

author img

By

Published : Jun 21, 2023, 10:15 AM IST

ବିବାଦୀୟ ଫିଲ୍ମ 'ଆଦିପୁରୁଷ'କୁ ନେଇ ସବୁଆଡ଼େ ବିରୋଧ ପ୍ରଦର୍ଶନ । ଫଳରେ କମୁଛି ଲୋକପ୍ରିୟତା । ବର୍ତ୍ତମାନ ଏହାର ପ୍ରଭାବ ଫିଲ୍ମର ରୋଜଗାର ଉପରେ ପଡିଛି । ସୋମବାର ପରେ ମଙ୍ଗଳବାର ଦିନ ଫିଲ୍ମର ରୋଜଗାରରେ ମଧ୍ୟ ବହୁତ ହ୍ରାସ ଘଟିଛି । ଅଧିକ ପଢନ୍ତୁ

ବିବାଦ ପରେ କମୁଛି ଫିଲ୍ମର କ୍ରେଜ, 5ମ ଦିନରେ ହ୍ରାସ ହେଲା ଆୟ

ହାଇଦ୍ରାବାଦ: ପ୍ରଭାସ ଏବଂ କ୍ରିତି ସାନନ୍ ଷ୍ଟାରର୍ ଫିଲ୍ମ 'ଆଦିପୁରୁଷ' ଶିରୋନାମାରେ ରହିଛି । ସଂଳାପ ଏବଂ VFX ପାଇଁ ଫିଲ୍ମକୁ ବହୁତ ଟ୍ରୋଲ କରାଯାଉଛି । ତଥାପି, ନକରାତ୍ମକ ପ୍ରତିକ୍ରିୟା ସତ୍ତ୍ୱେ 'ଆଦିପୁରୁଷ' ରିଲିଜ୍ ହେବାର ପ୍ରଥମ ଦିନରେ ଏକ ବଡ଼ ସଂଗ୍ରହ କରିଥିଲା ​​। ଫିଲ୍ମଟି ସପ୍ତାହ ଶେଷରେ ମଧ୍ୟ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଥିଲା । କିନ୍ତୁ ବିବାଦର ପ୍ରଭାବ ଏବେ ପଡିଛି ବକ୍ସ ଅଫିସରେ । ପ୍ରଥମ ସପ୍ତାହ ଅପେକ୍ଷା ବକ୍ସ ଅଫିସରେ କମାଲ କରିବାରେ ବିଫଳ ହୋଇଛି ଫିଲ୍ମ । ପ୍ରଥମ ମଙ୍ଗଳବାର ଅର୍ଥାତ୍ ରିଲିଜ୍ ହେବାର 5 ଦିନରେ 'ଆଦିପୁରୁଷ' ମାତ୍ର 10କୋଟି ସଂଗ୍ରହ କରିଛି ।

ଜୁନ୍ 16ରେ ରିଲିଜ କରିଥିବା 'ଆଦିପୁରୁଷ'କୁ ଏବେ ସବୁଆଡେ ବିରୋଧ କରାଯାଉଛି । ନେପାଳ ପରେ ଏବେ ଭାରତରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ଉଠିଛି । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ଅଲ ଇଣ୍ଡିଆ ସିନେ ୱାର୍କସ ଆସୋସିଏନ୍ସ । ଏହି ସବୁ ବିବାଦର ପ୍ରଭାବ ଏବେ ଫିଲ୍ମର ରୋଜଗାର ଉପରେ ପଡ଼ୁଛି । ସୋମବାର 'ଆଦିପୁରୁଷ' ମାତ୍ର 20 କୋଟି ସଂଗ୍ରହ କରିଥିଲା । ଯାହା ରବିବାର ତୁଳନାରେ ଫିଲ୍ମର ରୋଜଗାରରେ 75 ପ୍ରତିଶତରୁ ଅଧିକ ହ୍ରାସ ରେକର୍ଡ କରାଯାଇଛି । ଏହି ଫିଲ୍ମ ରବିବାର ଦିନ 69 କୋଟି ସଂଗ୍ରହ କରିଛି । ମଙ୍ଗଳବାର ଅର୍ଥାତ ପଞ୍ଚମ ଦିନରେ ଫିଲ୍ମ କେବଳ 10.80 କୋଟି ସଂଗ୍ରହ କରିଛି । ଯାହା ପରେ ଫିଲ୍ମର ମୋଟ ଆୟ ବର୍ତ୍ତମାନ 247.90 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆଦିପୁରୁଷ'ରେ ପ୍ରଭାସ ରାଘବଙ୍କ ଭୂମିକାରେ ଅଭିନୟ କରିଛନ୍ତି । କ୍ରିତି ସାନନ୍ ଜାନକୀ, ସନ୍ନି ସିଂ ଲକ୍ଷ୍ମଣ, ଦେବଦତ୍ତ ନାଗେ ହନୁମାନ ଭୂମିକାରେ ଏବଂ ସୈଫ ଅଲି ଖାନ ରାବଣ ଭୂମିକାରେ ଅଭିନୟ କରିଛନ୍ତି । 500 କୋଟି ବଜେଟରେ ନିର୍ମିତ ହୋଇଛି ଫିଲ୍ମ । ରାମାୟଣ ଉପରେ ଆଧାରିତ ଫିଲ୍ମ 'ଆଦିପୁରୁଷ' ରିଲିଜ ହେବା ପର ଠାରୁ ବିବାଦରେ ଛନ୍ଦି ହୋଇଛି। ଫିଲ୍ମର ସଂଳାପ ଏବଂ VFXକୁ ନେଇ ନିର୍ମାତା ଏବଂ ଡାଇଲଗ ରାଇଟର ବିରୁଦ୍ଧରେ ବିରୋଧ ସହ କଡା ସମାଲୋଚନା କରାଯାଉଛି । ଏହି କାରଣରୁ ପ୍ରଥମେ ନେପାଳ ଏହି ବିବାଦୀୟ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏନେଇ ଫିଲ୍ମର ନିର୍ମାତା ଗତକାଲି ନେପାଳ ସରକାରଙ୍କୁ ଲିଖିତ ଭାବେ କ୍ଷମା ମାଗିଛନ୍ତି ।

ଏହା ପରେ ଅଲ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏସନ ପିଏମ ମୋଦିଙ୍କୁ ଏକ ଚିଠି ଲେଖି ଭାରତରେ ଫିଲ୍ମ ବ୍ୟାନ କରିବାକୁ ଅପିଲ କରିଛି ଏବଂ ନିର୍ଦ୍ଦେଶକ ଓମ ରାଉତ ଏବଂ ସଂଳାପ ଲେଖକ ମନୋଜ ମୁନ୍ତାଶିର ଶୁକ୍ଲାଙ୍କ ବିରୋଧରେ ଏତଲା ଦେବ ବୋଲି କହିଛି । ସେପଟେ ଉତ୍ତରପ୍ରଦେଶକ ଧାର୍ମିକ ସହର ବାରାଣାସୀରେ ଫିଲ୍ମକୁ ଜୋରଦାର ବିରୋଧ କରାଯାଇଛି । ଏଠାରେ ଲୋକମାନେ ଏହି ଚଳଚ୍ଚିତ୍ରକୁ ବିରୋଧ କରି ଏକ ଶୋଭାଯାତ୍ରା କରୁଛନ୍ତି ଏବଂ ଜୁନ୍ 19ରେ ହିନ୍ଦୁ ମହାସଭା ଲକ୍ଷ୍ନୌ ପୋଲିସ୍ ଷ୍ଟେସନରେ ଆଦିପୁରୁଷ ନିର୍ମାତାଙ୍କ ବିରୋଧରେ ଏତଲା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.