କୋଲକତା: ଟିଭି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁ ପରେ ଝାଡଖଣ୍ଡର ଲୋକପ୍ରିୟ ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟା ଖବର ଆଲୋଡନ ସୃଷ୍ଟି କରିଛି । ଏହି ମାମଲା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତଦନ୍ତ ଜାରି ରଖିଛି । ବର୍ତ୍ତମାନ ଅଭିନେତ୍ରୀଙ୍କ ସ୍ୱାମୀ ପ୍ରକାଶ ସିଂଙ୍କୁ ହତ୍ୟା ମାମଲାରେ ଗିରଫ କରାଯାଇଛି । ହାୱଡା ଗ୍ରାମୀଣ ପୋଲିସର ଅଧୀକ୍ଷକ ସ୍ବାତି ଭଙ୍ଗାଲିଆ ଗୁରୁବାର ଏହା ନିଶ୍ଚିତ କରିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ପ୍ରକାଶ ସିଂ ହିଁ ହାଓ୍ବଡା ଅଞ୍ଚଳରେ ଏହି ଡକାୟତି ଷଡଯନ୍ତ୍ର ରଚିଥିଲେ । ପ୍ରକାଶ ରିୟାଙ୍କୁ ହତ୍ୟା କରିବାକୁ ଯୋଜନା କରିଛନ୍ତି ଏବଂ ପୋଲିସକୁ ଏକ ମିଥ୍ୟା କାହାଣୀ କହିଛନ୍ତି । ଏଥି ସହ ସ୍ବାତି ଭଙ୍ଗାଲିଆ କହିଛନ୍ତି ଯେ, ରିୟା କୁମାରୀଙ୍କ ହତ୍ୟା ମାମଲାରେ ସ୍ୱାମୀ ପ୍ରକାଶ ସିଂଙ୍କୁ ପୋଲିସ ଗିରଫ କରିଛି । ହତ୍ୟା ଘଟଣା ପରେ ପୋଲିସ ଅଭିନେତ୍ରୀଙ୍କ ସ୍ୱାମୀ ପ୍ରକାଶ ସିଂଙ୍କୁ ସନ୍ଦେହ କରି ଲଗାତାର ପଚରାଉଚରା କରୁଛି । ବର୍ତ୍ତମାନ ପ୍ରକାଶ ସିଂଙ୍କୁ କୋର୍ଟରେ ହାଜର କରାଯିବ ।
-
#UPDATE | West Bengal: Deceased Riya Kumari's husband Prakash Singh has been arrested in an incident where she was shot dead. He'll be produced in court: Howrah Rural Superintendent of Police Swati Bhangalia
— ANI (@ANI) December 29, 2022 " class="align-text-top noRightClick twitterSection" data="
">#UPDATE | West Bengal: Deceased Riya Kumari's husband Prakash Singh has been arrested in an incident where she was shot dead. He'll be produced in court: Howrah Rural Superintendent of Police Swati Bhangalia
— ANI (@ANI) December 29, 2022#UPDATE | West Bengal: Deceased Riya Kumari's husband Prakash Singh has been arrested in an incident where she was shot dead. He'll be produced in court: Howrah Rural Superintendent of Police Swati Bhangalia
— ANI (@ANI) December 29, 2022
ସୂଚନାଯୋଗ୍ୟ ଯେ, ଝାଡଖଣ୍ଡର ଆଞ୍ଚଳିକ ଚଳଚ୍ଚିତ୍ର ଓ ଆଲବମ୍ରେ କାମ କରିଥିବା 22 ବର୍ଷୀୟା ରିୟା ଓରଫ୍ ଇଶା ଆଲିଆଙ୍କୁ ବୁଧବାର (ଡିସେମ୍ବର 28) ସକାଳେ ରାଞ୍ଚି-କୋଲକାତା ରାସ୍ତାରେ ଗୁଳି କରି ହତ୍ୟା କରାଯାଇଛି । ପଶ୍ଚିମବଙ୍ଗର ହାଓଡା ଜିଲ୍ଲା ସ୍ଥିତ ବଗନାମ ଅନ୍ତର୍ଗତ ମହିଷରେଖା ସେତୁ ପାଖରେ ସକାଳ 6ଟାରେ ଏହି ଘଟଣା ଘଟିଥିଲା । ରିୟା ତାଙ୍କ ସ୍ୱାମୀ ପ୍ରକାଶ କୁମାର ଏବଂ ୨ ବର୍ଷର ଝିଅ ସହିତ କାରରେ ଯାତ୍ରା କରୁଥିଲେ । ତାଙ୍କ ସ୍ୱାମୀ କାର ଚଳାଉଥିଲେ । ବାଗନାନ ମହେଶ ଖେଡା ବ୍ରିଜ୍ ନିକଟରେ ଅଭିନେତ୍ରୀଙ୍କ ସ୍ଵାମୀ କାରକୁ ଅଟକାଇ ଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଲୁଟ୍ପାଟ କରିଥିଲେ। ତା’ପରେ ଅଭିନେତ୍ରୀ ମଝିରେ ଆସି ଦୁର୍ବୃତ୍ତଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ଏହା ଦେଖି ସେମାନେ ରାଗି ଯାଇଥିଲେ ସେମାନଙ୍କ ଉପରେ ଗୁଳି ଚଳାଇ ଦେଇଥିଲେ । ଯେଉଁଠାରେ ରିୟାଙ୍କର ମୃତ୍ୟୁ ହୋଇଥିଲା ।
ଏହି ଘଟଣା ପରେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ କେହି ଆସି ନଥିଲେ, ପ୍ରକାଶ କୁମାର ନିଜେ ଗାଡି ଚଳାଇବା ସମୟରେ ରାଜପୁର ପୋଲିସ ଷ୍ଟେସନ ପିର୍ତାଲାରେ ପହଞ୍ଚି ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ବର୍ତ୍ତମାନ ପୋଲିସ ରିୟା କୁମାରୀଙ୍କ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସେହି ଅଞ୍ଚଳର ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ଯାଞ୍ଚ କରୁଛି।
ରିୟାଙ୍କ ପରିବାର ପ୍ରକାଶଙ୍କ ବିରୋଧରେ ମାମଲା ଦାୟର କରିଥିଲେ
ପୋଲିସ ଅଧୀକ୍ଷକ କହିଛନ୍ତି ଯେ, ରିୟା କୁମାରୀଙ୍କ ପରିବାର ପକ୍ଷରୁ ପ୍ରକାଶ କୁମାରଙ୍କ ବିରୋଧରେ ମାମଲା ଦାୟର ହେବା ପରେ ତାଙ୍କୁ ଗିରଫ କରାଯାଇଛି । ସେ କହିଛନ୍ତି ଯେ ତାଙ୍କ ବିରୋଧରେ ଅନେକ ମାମଲା ଅଛି, ଯେପରିକି ମାଡ଼ ମାରିବା, ନିର୍ଯାତନା ଇତ୍ୟାଦି । ହତ୍ୟା ଘଟଣା ପରେ ରିୟାଙ୍କ ପରିବାର ସଦସ୍ୟ ପ୍ରକାଶ କୁମାର ଏବଂ ତାଙ୍କ ଭାଇଙ୍କ ବିରୋଧରେ ପୋଲିସ ଅଭିଯୋଗ କରିଛନ୍ତି।
ମୃତ୍ୟୁ ରହସ୍ୟ
ରିୟାଙ୍କ ମୃତ୍ୟୁକୁ ନେଇ ଏକ ରହସ୍ୟ ରହିଛି । ସ୍ୱାମୀଙ୍କ ବିବୃତ୍ତିରେ ପୋଲିସ ସନ୍ତୁଷ୍ଟ ନୁହେଁ । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗୁଳି ଚାଳନା ଦାବି ସତ୍ତ୍ୱେ ଗାଡିରେ କୌଣସି ରକ୍ତ ଦାଗ ମିଳିନାହିଁ । ପୋଲିସ ସବୁ ଦିଗରୁ ଅନୁସନ୍ଧାନ କରୁଛି ।