ଇସଲାମବାଦ: ପଡ଼ୋଶୀ ଦେଶ ପାକିସ୍ତାନର ଅଭିନେତ୍ରୀ ଉସ୍ନା ଶାହଙ୍କ ଉପରେ ଭଡ଼କିଲେ ପାକିସ୍ତାନ ବାସୀ । ଅଭିନେତ୍ରୀ ନିଜ ବିବାହ ଉତ୍ସବରେ ଭାରତୀୟ ନବବଧୂଙ୍କ ପରି ସଜେଇ ହେବା ସହ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପାକିସ୍ତାନ ବାସୀ । ଯେତେବେଳେ ବିବାହ ପରେ ଅଭିନେତ୍ରୀ ସୋସିଆଲ ମିଡିଆରେ ବିବାହ ବେଳର ଫଟୋ ସେୟାର କରିଥିଲେ ସେତେବେଳେ ତାଙ୍କୁ ପାକିସ୍ତାନବାସୀଙ୍କ ଆକ୍ରୋଶର ସାମନାକୁ କରିବାକୁ ପଡିଥିଲା । ପାକିସ୍ତାନୀମାନେ ତାଙ୍କୁ ବିବାହ ଲାଗି ଶୁଭେଚ୍ଛା ଦେବା ପରିବର୍ତ୍ତେ ତାଙ୍କ ଭାରତୀୟ ବ୍ରାଇଡାଲ ଲୁକ ପାଇଁ ଗାଳିଗୁଲଜ କରିଥିବା ଦେଖିବାକୁ ମିଳିଛି ।
- " class="align-text-top noRightClick twitterSection" data="
">
ଉସ୍ନା ଶାହ ଯାହାକୁ ନିଜର ଜୀବନସାଥୀ ଭାବେ ଚୟନ କରିଛନ୍ତି ସେ ହେଉଛନ୍ତି ଗୋଲ୍ଫ ପ୍ଲେୟାର ହମଜା ଆମିନ । ଆଜି ଅଭିନେତ୍ରୀ ବିବାହ ପରେ କିଛି ଭିଡିଓ ଓ ଫଟୋକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ତାଙ୍କ ବିବାହ ବେଳର ଆକର୍ଷଣୀୟ ଝଲକ ଦେଖିବାକୁ ମିଳିଛି । ଏହି ଭିଡିଓରେ ଯେଉଁ ଗୀତଟି ବାଜୁଛି ତାହା ମଧ୍ୟ ବଲିଉଡ ଫିଲ୍ମର । ଅଭିନେତ୍ରୀ ଦୀପିକା ପାଦୁକୋନାଙ୍କ ଅଭିନେତୀ 'ପଦ୍ମାବତ'ରେ ନୀତି ମୋହନ ଗାଇଥିବା 'ନେନୋୱାଲେ ନେ' ଗୀତଟି ବାଜୁଛି । ସେପଟେ ଉସ୍ନା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବହୁ ସୁନ୍ଦର ଦେଖାଯାଉଛନ୍ତି ।
![Ushna Shah wedding](https://etvbharatimages.akamaized.net/etvbharat/prod-images/17863629_one.png)
ଏହା ବି ପଢନ୍ତୁ- ସୌରଭ ଗାଙ୍ଗୁଲି ନୁହେଁ କିଶୋର କୁମାରଙ୍କ ବାୟୋପିକରେ ନଜର ଆସିବେ ରଣବୀର
ଉସ୍ନାଙ୍କ ବିବାହ ଫଟୋରେ ସେ ପାକ୍ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି, "ପାକିସ୍ତାନର ନିଜ ସଂସ୍କୃତି ନିଜ ଧର୍ମ ରହିଛି । ଭାରତୀୟ ସଂସ୍କୃତିକୁ ପାକିସ୍ତାନ ଆଣ ନାହିଁ ।" ଆଉ ଜଣେ ଲେଖିଛନ୍ତି, " ଆମ ଧର୍ମ ହେଉଛି ମୁସଲିମ । ଆମର ଧର୍ମ ଏପରି କାର୍ଯ୍ୟକଳାପକୁ ଅନୁମତି ଦିଏ ନାହିଁ । "ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, "କଣ ଆବଶ୍ୟକ ଥିଲା ଭାରତୀୟ ସଂସ୍କୃତିକୁ ଗ୍ରହଣ କରିବା । ଭାରତୀୟ ବ୍ରାଇଡାଲ ଲୁକ୍ ଧାରଣ କରିବାର ଆବଶ୍ୟକ ନଥିଲା ।" ଏହିପରି ଢଙ୍ଗରେ ଅଭିନେତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଅନେକ ପାକିସ୍ତାନୀ ୟୁଜର୍ସ ।
ଏମିତି ଜବାବ ଦଲେ ଅଭିନେତ୍ରୀ:- ଯେତେବେଳେ ପାକିସ୍ତାନୀ ୟୁଜର୍ସ ଉସ୍ନାଙ୍କୁ କମେଣ୍ଟ ସେକ୍ସନରେ ପ୍ରଶ୍ନ ଉପରେ ପ୍ରଶ୍ନ କରିଥିଲେ, ଅଭିନେତ୍ରୀ ମଧ୍ୟ ଚୁପ ବସିନାହାନ୍ତି । ଅଭିନେତ୍ରୀ କହିଛନ୍ତି, "ବିବାହ ମୋର, ଟଙ୍କା ମୋର, ମୋର ଇଚ୍ଛା ମୁଁ ଯାହା କରିବି, ଆପଣଙ୍କୁ କୌଣସି ଅସୁବିଧା ହେବା ଉଚିତ ନୁହେଁ । ନା ମୁଁ ଆପଣଙ୍କୁ ମୋ ବିବାହକୁ ନିମନ୍ତ୍ରଣ କରିଛି ନା ଏଥିଲାଗି ମୁଁ ଆପଣଙ୍କୁ ଅର୍ଥ ଦେଇଛି । କୌଣସି ବିବାହ ଉତ୍ସବରେ ବିନା ଅନୁମତିରେ ପ୍ରବେଶ କରିଥିବା ଫଟୋଗ୍ରାଫର୍ସଙ୍କୁ ସଲାମ ।"