ETV Bharat / entertainment

ହ୍ରିତିକଙ୍କ ଜନ୍ମଦିନ ପୂର୍ବରୁ ଫ୍ୟାନ୍ସଙ୍କୁ ଭେଟି, ଏହି ଦିନ ରିଲିଜ ହେବ 'ଫାଇଟର' ଟ୍ରେଲର

author img

By ETV Bharat Odisha Team

Published : Jan 9, 2024, 8:46 PM IST

Fighters Trailer Date Out: ଆସନ୍ତାକାଲି ହ୍ରିତିକ ରୋଶନ ନିଜ ୫୦ତମ ଜନ୍ମଦିନ ପାଳନ କରିବେ । ତେବେ ଜନ୍ମଦିନ ପୂର୍ବରୁ ଫ୍ୟାନ୍ସଙ୍କୁ ଉପହାର ମିଳିଛି । ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ଡେଟ୍ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ଜନ୍ମଦିନ ପୂର୍ବରୁ ହ୍ରିତିକଙ୍କ ଫ୍ୟାନ୍ସଙ୍କୁ ଭେଟି, ଏହି ଦିନ ରିଲିଜ ହେବ 'ଫାଇଟର' ଟ୍ରେଲର

ହାଇଦ୍ରାବାଦ: ଦୀପିକା ପାଦୁକୋନ ଏବଂ ହ୍ରିତିକ ରୋଶନ ଖୁବଶୀଘ୍ର ବହୁ ପ୍ରତିକ୍ଷୀତ ଫିଲ୍ମ 'ଫାଇଟର' ସହ ପରଦାକୁ ଫେରୁଛନ୍ତି । ନିକଟରେ ଫିଲ୍ମର ସମସ୍ତ ଚରିତ୍ରର ଲୁକ, ଟିଜର ଏବଂ ୩ଟି ଗୀତ ରିଲିଜ ହୋଇଥିଲା । ଯାହା ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସିଥିଲା । ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ଡେଟ୍ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଜାନୁଆରୀ ୧୫ରେ ରିଲିଜ ହେବ ଫାଇଟର ଟ୍ରେଲର ।

  • " class="align-text-top noRightClick twitterSection" data="">

ମିଡିଆ ରିପୋର୍ଟ ଅନୁସାରେ, ହ୍ରିତିକ ରୋଶନଙ୍କ ଜନ୍ମଦିନ ପୂର୍ବରୁ ଟ୍ରେଲର ରିଲିଜ ତାରିଖ ସାମ୍ନାକୁ ଆସିଛି । ଫିଲ୍ମ ଜାନୁଆରୀ ୨୬ରେ ଗଣତନ୍ତ୍ର ଅବସରରେ ରିଲିଜ ହେବାକୁ ଥିବା ବେଳେ ଫାଇଟର ଟ୍ରେଲର ଆସନ୍ତା ୧୫ରେ ରିଲିଜ ହେବ । ତେବେ ଆସନ୍ତାକାଲି ହ୍ରିତିକ ରୋଶନ ନିଜ ୫୦ତମ ଜନ୍ମଦିନ ପାଳନ କରିବେ । କୁହାଯାଉଥିଲା ଯେ, ଏହି ଅବସରରେ ନିର୍ମାତା ଟ୍ରେଲର ରିଲିଜ କରିଥାନ୍ତେ ନିର୍ମାତା । ହେଲେ ଏବେ ମିଳିଥିବା ସୂଚନା ଅନୁସାରେ, ଜାନୁଆରୀ ୧୫ରେ ଟ୍ରେଲର ରିଲିଜ ହେବ ବୋଲି ଜଣାପଡିଛି ।

'ଫାଇଟର' ନିର୍ଦ୍ଦେଶନା ଦେଇଛନ୍ତି 'ପଠାନ ଏବଂ ୱାର' ଫିଲ୍ମ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । ୱାର ଏବଂ ପଠାନଙ୍କ ଦମଦାର ସଫଳତା ପରେ ସିଦ୍ଧାର୍ଥ ପୁଣି ଏହି ଫିଲ୍ମ ସହ ଇତିହାସ ରଚିବାକୁ ପ୍ରସ୍ତୁତ ଅଛନ୍ତି । ଏବଂ ଭିଆକମ୍ 18 ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସ ଦ୍ୱାରା ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ, ସୁନୀଲ ଗ୍ରୋଭର ଏବଂ ଅନୀଲ କପୁର, ଅକ୍ଷୟ ଅବରୋଏ ନଜର ଆସିବେ । ତେବେ ଦୀପିକା, ଅନୀଲଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ହ୍ରିତିକ ।

ଏହା ମଧ୍ୟ ପଢନ୍ତୁ: ହ୍ରିତିକ-ଦୀପିକାଙ୍କ ରୋମାନ୍ସ ଦେଖି ଫ୍ୟାନ୍ସ ଫିଦା, ଏମିତି କହିଲେ ନେଟିଜେନ୍ସ

ତେବେ ୨୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ୨୫ ଜାନୁଆରୀ ୨୦୨୪ରେ ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି । ସୂଚନା ଥାଉ କି, ଚଳିତ ବର୍ଷ ଜାନୁଆରୀ ୨୫ରେ ସିଦ୍ଧାର୍ଥ ଆନନ୍ଦ ତାଙ୍କ ଚଳଚ୍ଚିତ୍ର ପଠାନ ମୁକ୍ତିଲାଭ କରିଥିଲେ ଯାହା ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମ ମଧ୍ୟ ସମାନ ତାରିଖରେ ରିଲିଜ ହେଉଥିବା ନେଇ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.