ETV Bharat / entertainment

ଗ୍ଲୋବାଲ ହେବା ପାଇଁ ଲୋକାଲ ହେବା ଆବଶ୍ୟକ: ପ୍ରଶାନ୍ତ ବର୍ମା - ଚଳଚ୍ଚିତ୍ର ହନୁମାନ

HanuMan director Prasanth Varma: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ହନୁମାନ'ର ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

HanuMan director Prasanth Varma
ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ହନୁମାନ
author img

By ETV Bharat Odisha Team

Published : Jan 9, 2024, 11:15 AM IST

ମୁମ୍ବାଇ: ପ୍ରଶାନ୍ତ ବର୍ମାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ହନୁମାନ' ପ୍ରେକ୍ଷାଳୟରେ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ସୋସିଆଲ ମିଡିଆରେ ତାହା ଖୁବ ଭାଇରାଲ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତା ତେଜା ସଜ୍ଜା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଏହାରି ମଧ୍ୟରେ ନିର୍ଦ୍ଦେଶକ ଫିଲ୍ମର କାହାଣୀକୁ ନେଇ ଖୋଲାଖୋଲି ଭାବେ କହିଛନ୍ତି । ସେ କହିଛନ୍ତି ଯେ, କୌଣସି କାହାଣୀର ଗ୍ଲୋବାଲ ଅପିଲ ପାଇଁ ଏହା ଜରୁରୀ ଯେ ନିଜ ସଂସ୍କୃତି ସହ ଜଡିତ ରହିବା । ଆଉ ଲୋକଙ୍କ ଜୀବନକୁ ପରଦାରେ ଆଣିବା ପାଇଁ ସେମାନଙ୍କ ସହ ଯୋଡି ହୋଇ ରହିବା ।

ନିର୍ଦ୍ଦେଶକ ଫିଲ୍ମ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମିଡିଆ ସହିତ କଥା ହୋଇଥିଲେ । ଯେଉଁଥିରେ ତେଲୁଗୁ ସୁପରଷ୍ଟାର ରାଣା ଦଗୁବାତି ମଧ୍ୟ ସାମିଲ ହୋଇଥିଲେ । ପ୍ରଶାନ୍ତ ମିଡିଆକୁ କହିଛନ୍ତି ଯେ, ବିଶ୍ବର ଦର୍ଶକ ପୂର୍ବରୁ ମାର୍ବଲ ଓ ଡିସିର ସୁପର ହିରୋଙ୍କୁ ଦେଖିଛନ୍ତି । ତେଣୁ ଦର୍ଶକଙ୍କ ପାଇଁ ନୂଆ ସୁପର ହିରୋ ଆଣିବା ପାଇଁ ଆପଣଙ୍କୁ ଗ୍ଲୋବାଲ ହେବାକୁ ହେଲେ ପ୍ରଥମେ ଲୋକାଲ ହେବାକୁ ପଡିବ । 'ଆରଆରଆର'ର ସଫଳତା ଏହାର ସବୁଠୁ ବଡ ଉଦାହରଣ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଆସିଲା ତେଲୁଗୁ ଫିଲ୍ମ 'ହନୁମାନ' ଟ୍ରେଲର, ଇଣ୍ଡିଆନ ସୁପରହିରୋ ଅବତାରରେ ତେଜା ସଜ୍ଜା

ଏହା ମଧ୍ୟ ପଢନ୍ତୁ- ସାମ୍ନାକୁ ଆସିଲା 'ଦେବରା'ର ପ୍ରଥମ ଝଲକ, ଏନଟିଆରଙ୍କ ଦବଙ୍ଗ ଅନ୍ଦାଜ ଜିତିଲା ଫ୍ୟାନ୍ସଙ୍କ ମନ

ସେ ଆହୁରି ମଧ୍ୟ କହିଛନ୍ତି ଯେ, 'RRR' ନିର୍ମାତାମାନେ ଏପରି ଏକ କାହାଣୀ କରିଥିଲେ ଯାହାକି ସଂସ୍କୃତି ସହ ଜଡିତ ଥିଲା । ସେମାନେ ଛୋଟ ଛୋଟ ଜିନିଷ, ଭାଷା, ପୋଷାକ ଇତ୍ୟାଦି ପ୍ରତି ଧ୍ୟାନ ଦେଇଥିଲେ ଆଉ ତାହାର ଫଳାଫଳ ସମସ୍ତେ ଦେଖିଥିଲେ । ନିଜର କାହାଣୀକୁ ବିଶ୍ବସ୍ତରୀୟ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଆପଣଙ୍କୁ ମୂଳରୁ ସେମାନଙ୍କ ସହ ଯୋଡି ହୋଇ ରହିବା ଆବଶ୍ୟକ । ସେମାନଙ୍କୁ 'ଜେମ୍ସ ବଣ୍ଡ'ଙ୍କ ଭଳି ଶୈଳୀରେ କାହାଣୀ କହିବା ଦ୍ବାରା ତାଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । କାରଣ ସେମାନଙ୍କ ପାଖରେ ପୂର୍ବରୁ ହିଁ ସେହିଭଳି ଫିଲ୍ମ ରହିଛି । ଫଲ୍ମ 'ହନୁମାନ' ଜାନୁଆରୀ ୧୨ ତାରିଖରେ ଅନେକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.