ETV Bharat / entertainment

ଲୋକପ୍ରିୟ ଗୀତିକାର ନାସିର ଫରାଜଙ୍କ ପରଲୋକ

ଆଉ ନାହାନ୍ତି ବଲିଉଡର ପ୍ରସିଦ୍ଧ ଗୀତିକାର ନାସିର ଫରାଜ । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

nasir faraj
lyricist nasir faraj passes away
author img

By

Published : Jan 17, 2023, 7:34 AM IST

ମୁମ୍ବାଇ: ବର୍ଷ 2023 ଆରମ୍ଭରୁ ବଲିଉଡ ଜଗତକୁ ଏକ ବଡ ଝଟକା ଲାଗିଛି । ପ୍ରସିଦ୍ଧ ଗୀତିକାର ନାସିର ଫରାଜଙ୍କ ପରଲୋକ ହୋଇଛି । ବଲିଉଡ ପାଇଁ ଅନେକ ସୁପରହିଟ ଗୀତ ଲେଖିଥିବା ନାସିର ଫରାଜଙ୍କର ହୃଦଘାତଜନିତ ମୃତ୍ୟୁ ହୋଇଛି । ନାଜିରଙ୍କ ବନ୍ଧୁ ଅଜିଜ ନାଜା ତାଙ୍କ ବିୟୋଗ ହୋଇଥିବା ନେଇ ସୂଚନା ଦେଇଛନ୍ତି ।

ବଲିଉଡ ପାଇଁ ଅନେକ ହିଟ ଗୀତ ଲେଖିଥିବା ନାସିର ହୃଦ୍‌ରୋଗରେ ପୀଡିତ ଥିଲେ । ନାସିର ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକାଧିକ ଗୀତ ଲେଖିଛନ୍ତି । ତାଙ୍କର ପ୍ରତିଟି ଶଦ୍ଦକୁ ନେଇ ଲେଖା ଗୀତ କଣ୍ଠଶିଳ୍ପୀଙ୍କ ଦ୍ବାରା ଲୋକଙ୍କ ହୃଦୟରେ ପହଞ୍ଚି ପାରୁଥିଲା । ସେ ଦୀର୍ଘ ଦିନ ହେବ ଏକ ଗୁରୁତର ରୋଗରେ ପଡି ଜୀବନ ସହ ସଂଗ୍ରାମ କରୁଥିଲେ । ତାଙ୍କର ହୃଦ୍‌ ସମସ୍ୟା ରହିଥିଲା । ରବିବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିଲା । ଛାତିରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ରବିବାର ବିଳମ୍ବିତ ରାତିରେ ତାଙ୍କର ବିୟୋଗ ହୋଇଛି । ସୋମବାର ମୁମ୍ବାଇର ନାଲାସୋପାରା ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।

ଏହା ବି ପଢନ୍ତୁ....ବିଶ୍ବ ଦରବାରରେ ଚମକିଲା RRR, ବିଦେଶୀ ଭାଷା ଚଳଚ୍ଚିତ୍ର ପାଇଁ ହାତେଇଲା କ୍ରିଟିକ୍ସ ଚଏସ ଆଓ୍ବାର୍ଡ

ନାସିରଙ୍କ ବନ୍ଧୁ ଅଜିଜ ନାଜ ସୋସିଆଲ ମିଡିଆରେ ନାସିରଙ୍କ କିଛି ଫଟୋ ସେୟାର କରି ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ''ଆଜି ନାସିର ଫରାଜ ଆମ ଗହଣରେ ନାହାନ୍ତି । ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ପ୍ରସିଦ୍ଧ ଗୀତିକାର ଭାବେ ତାଙ୍କ ପରିଚୟ ଥିଲା । ବାଜିରାଓ ମସ୍ତାନୀରେ ଆମେ ଏକାଠୀ କାମ କରିଛୁ । ସେ ମୋ ପାଇଁ ବନ୍ଧୁ ଥିଲା । ଭଗବାନ ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ ।''

ଏହା ବି ପଢନ୍ତୁ...କ୍ରିଟିକ୍ସ ଚଏସ୍ ଆଓ୍ୱାର୍ଡ ହାତେଇବା ପରେ ରାମୋଜୀ ରାଓଙ୍କୁ କୃତଜ୍ଞତା ଜଣାଇଲେ MM KEERAVAANI

2010ରେ ମୁକ୍ତିଲାଭ କରିଥିବା ଫିଲ୍ମ 'କାଇଟ୍ସ'ର ଦୁଇଟି ସୁପରହିଚ ଗୀତ 'ଦିଲ କ୍ୟୁଁ ମେରା ସୋର କରେ' 'ଜିନ୍ଦେଗୀ ଦୋ ପଲ କି' ଲେଖିଥିଲେ । ଏହା ଛଡା ବାଜିରାଓ ମସ୍ତାନୀ, କ୍ରିସ, କାବିଲ ଓ ଏତବାର ଭଳି ବଲିଉଡ ଚଳଚ୍ଚିତ୍ର ପାଇଁ ମଧ୍ୟ ଗୀତ ଲେଖିଛନ୍ତି ନାସିର ଫରାଜ । ନାସିର ଏକାଧାରରେ ଜଣେ ସଙ୍ଗୀତକାର ଓ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.