ETV Bharat / entertainment

Boycott Lal Singh Chadha: ସ୍ୱର୍ଣ୍ଣ ମନ୍ଦିରରେ ଅମିର ଖାନ୍‌, ଫିଲ୍ମର ସଫଳତା ପାଇଁ କଲେ ପ୍ରାର୍ଥନା

ଫିଲ୍ମ ଲାଲ ସିଂ ଚଢା ରିଲିଜ୍‌ ହେବାର ଗୋଟିଏ ଦିନ ପୂର୍ବରୁ ଅମିର ଖାନ ଶ୍ରୀ ହରମନ୍ଦିର ସାହିବ ଅମୃତସରରେ ପହଞ୍ଚିଛନ୍ତି। ବୁଧବାର ସକାଳେ ସ୍ବର୍ଣ୍ଣ ମନ୍ଦିରରେ ନତମସ୍ତକ ହୋଇ ଫିଲ୍ମର ସଫଳତା ପାଇଁ ଆଶୀର୍ବାଦ ନେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 10, 2022, 5:01 PM IST

ସ୍ବର୍ଣ୍ଣ ମନ୍ଦିରରେ ଅମିର ଖାନ୍‌, ଫିଲ୍ମର ସଫଳତା ପାଇଁ କଲେ ପ୍ରାର୍ଥନା

ଅମୃତସର: ବିବାଦ ଘେରକୁ ଆସିଥିବା ବଲିଉଡ ଅଭିନେତା ଅମିର ଖାନଙ୍କ ଫିଲ୍ମ 'ଲାଲ ସିଂ ଚଢା' ଆସନ୍ତାକାଲି (ଅଗଷ୍ଟ 11) ରିଲିଜ ହେବାକୁ ଯାଉଛି । ଫିଲ୍ମଟି ରିଲିଜ୍‌ ହେବାର ଗୋଟିଏ ଦିନ ପୂର୍ବରୁ ବଲିଉଡ ଅଭିନେତା ଅମିର ଖାନ ଶ୍ରୀ ହରମନ୍ଦିର ସାହିବ ଅମୃତସରରେ ପହଞ୍ଚିଛନ୍ତି । ବୁଧବାର ସକାଳ ପ୍ରାୟ 5.30 ରେ ସ୍ବର୍ଣ୍ଣ ମନ୍ଦିରରେ ନତମସ୍ତକ ହୋଇ ଫିଲ୍ମର ସଫଳତା ପାଇଁ ଆଶୀର୍ବାଦ ନେଇଛନ୍ତି । ତାଙ୍କର ପୁରୁଣା ବୟାନ ଯୋଗୁଁ ତାଙ୍କ ଚଳଚ୍ଚିତ୍ର କିଛି ଦିନ ଧରି ବିବାଦରେ ରହିଆସିଛି, ଯାହାକୁ ସାରା ଦେଶରେ ବୟକଟ୍‌ ପାଇଁ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ ଆରମ୍ଭ ହୋଇଛି ।

ସ୍ବର୍ଣ୍ଣ ମନ୍ଦିରରେ ଅମିର ଖାନ୍‌

ଅଗଷ୍ଟ 11 ରେ ଅମିର ଖାନଙ୍କ ଫିଲ୍ମ ଲାଲ ସିଂ ଚଢା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ଅଭିନେତା ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଅମିର ଖାନ ଏହି ଯାତ୍ରାକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିଥିଲେ। ତାଙ୍କ ସହ ଛୋଟ ପରଦାରେ ଅଭିନେତ୍ରୀ ମୋନା ସିଂ ଏବଂ ତାଙ୍କ କ୍ରୁ ସଦସ୍ୟମାନେ ଯୋଗ ଦେଇଥିଲେ।

କାହିଁକି ଲାଲ ସିଂ ଚଢା ବିବାଦରେ ?

ବାସ୍ତବରେ, ଅମିର ଖାନଙ୍କ ଏହି ଚଳଚ୍ଚିତ୍ରକୁ ବିରୋଧ କରିବାର କାରଣ ହେଉଛି ତାଙ୍କର ବୟାନ, ଯାହାକି ସେ କିଛି ବର୍ଷ ପୂର୍ବେ ଦେଇଥିଲେ। ସେତେବେଳେ ଅମିର ଖାନ କହିଥିଲେ ଯେ ଭାରତରେ ଅସହିଷ୍ଣୁତାର ଅନେକ ଘଟଣା ଯୋଗୁଁ ସେ ସତର୍କ ହୋଇଯାଇଛନ୍ତି । ସେତେବେଳେ ପତ୍ନୀ କିରଣ ରାଓ ତାଙ୍କୁ ଦେଶ ଛାଡି ଚାଲିଯିବାକୁ ପରାମର୍ଶ ଦେଇଥିଲେ । ଅମିର ଖାନଙ୍କ ସେହି ବୟାନ ପରେ ଏହା ପ୍ରଥମ ଫିଲ୍ମ ମୁକ୍ତିଲାଭ ହେଉଛି ଏବଂ ଏହି ଫିଲ୍ମ ସେତେବେଳେ ରିଲିଜ୍‌ ହେଉଛି, ଯେତେବେଳେ ଦେଶ 75 ତମ ସ୍ୱାଧୀନତା ମହୋତ୍ସବ ପାଳନ କରିବାକୁ ପ୍ରସ୍ତୁତ ହେଉଛି ।

ସୋସିଆଲ ମିଡିଆରେ ଲାଲ ସିଂ ଚଢା ବଏକଟ୍

ଅମିର ଖାନଙ୍କ ଏହି ବୟାନ ଯୋଗୁଁ ଏବେ ଫିଲ୍ମକୁ ବୟକଟ୍‌ର ସାମ୍ନା କରିବାକୁ ପଡୁଛି। ସୋସିଆଲ ମିଡିଆରେ #BoycottLalSinghChadha ଟ୍ରେଣ୍ଡ ଚାଲିଛି । ଲୋକମାନେ 'ଲାଲ ସିଂ ଚଢା' କୁ ବୟକଟ୍‌ କରିବାକୁ ଦାବି କରୁଛନ୍ତି। ଏପଟେ ଅମିର ଖାନ୍‌ ଅନୁରୋଧ କରି କହିଛନ୍ତି, ମୋ ଚଳଚ୍ଚିତ୍ରକୁ ବଏକଟ କରନ୍ତୁ ନାହିଁ। ଦୟାକରି ମୋର ଚଳଚ୍ଚିତ୍ର ଦେଖନ୍ତୁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.