ETV Bharat / entertainment

ବାଜିବ ଅର୍ଜୁନ-ମଲାଇକାଙ୍କ ସାହାନାଇ, ଜାଣନ୍ତୁ କେବେ ପଡିବ ହାତଗଣ୍ଠି ? - ମଲାଇକା ଆରୋରା

ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଏହି ପ୍ରେମୀଯୁଗଳ ବର୍ତ୍ତମାନ ବିବାହ କରିବାକୁ ଯାଉଛନ୍ତି । ଜାଣନ୍ତୁ ବିବାହ କେବେ ଏବଂ କପୁଲଙ୍କ ବିବାହ ପୋଷାକ କ’ଣ ରହିଛି ? ଅଧିକ ପଢନ୍ତୁ

ଖୁବ୍ ଶୀଘ୍ର ବିବାହ କରିବେ ଅର୍ଜୁନ-ମଲାଇକା
ଖୁବ୍ ଶୀଘ୍ର ବିବାହ କରିବେ ଅର୍ଜୁନ-ମଲାଇକା
author img

By

Published : May 18, 2022, 1:06 PM IST

ହାଇଦ୍ରାବାଦ: ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ଯୋଡି ବଲିଉଡ ଟାଉନରେ ବହୁତ ଲୋକପ୍ରିୟ । ଏହି କପୁଲଙ୍କ ପ୍ରଶଂସକଙ୍କ ମଧ୍ୟ ଅଭାବ ନାହିଁ । ଏବେ ଏହି ଲଭବାର୍ଡଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି । ବଲିଉଡରେ ଚାଲିଥିବା ବିବାହ ଋତୁ ମଧ୍ୟରେ ଏବେ ଅର୍ଜୁନ ଏବଂ ମଲାଇକାଙ୍କ ବିବାହ ଖବର ସାମ୍ନାକୁ ଆସିଛି । ଗଣମାଧ୍ୟମ ଅନୁଯାୟୀ ଅର୍ଜୁନ କପୁର ଚଳିତ ବର୍ଷ ବିବାହ କରିବାକୁ ଯାଉଛନ୍ତି।

ଅର୍ଜୁନ ଏବଂ ମଲାଇକାଙ୍କ ପ୍ରେମ କାହାକୁ ଅଛପା ନାହିଁ । ଏମାନଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି ଏବଂ ଏମାନେ ଖୋଦ୍‌ ସୋସିଆଲ ମିଡିଆରେ ଏହି କଥା ସ୍ପଷ୍ଟ କରିସାରିଛନ୍ତି । ଏବେ ଲାଗୁଛି ଅର୍ଜୁନ ଏବଂ ମଲାଇକା ସେମାନଙ୍କ ସମ୍ପର୍କକୁ ମଜବୁତ କରିବା ମୁଡରେ ଅଛନ୍ତି ।

ଗଣମାଧ୍ୟମ ଅନୁଯାୟୀ, ଏହି ପ୍ରେମୀଯୁଗଳ ଚଳିତ ବର୍ଷ ଶେଷ ସୁଦ୍ଧା ମୁମ୍ବାଇରେ ବିବାହ କରିବେ । ଏଥି ସହିତ, ନଭେମ୍ବର ଏବଂ ଡିସେମ୍ବର ମାସ ଏମାନଙ୍କ ବିବାହ ପାଇଁ ଶୁଭ ବୋଲି କୁହାଯାଉଛି । ଏହା ଏକ ବ୍ୟକ୍ତିଗତ ସମାରୋହ ହେବ, ଯେଉଁଥିରେ କେବଳ ନିକଟ ସମ୍ପର୍କୀୟ ଏବଂ ବିଶେଷ ବନ୍ଧୁମାନେ ସାମିଲ ହେବେ । ଏଥିରେ କପୁର ପରିବାରର ଏବଂ ମଲାଇକାଙ୍କ ପରିବାର ସଦସ୍ୟ ରହିବେ ।

ମିଡିଆ ରିପୋର୍ଟ ଅନୁଯାୟୀ ଅର୍ଜୁନ ଏବଂ ମଲାଇକା ରାଜକୀୟ ବିବାହ ସପକ୍ଷରେ ନାହାଁନ୍ତି । ସେ ଏକ ସାଧାରଣ ବିବାହ କରିବାକୁ ଚାହୁଁଛନ୍ତି । ଏଥିସହିତ କୁହାଯାଉଛି ଯେ ଏହି କପୁଲ ପ୍ରଥମେ କୋର୍ଟ ମ୍ୟାରେଜ କରିବେ । ଏଥି ସହିତ ମଲାଇକା ତାଙ୍କ ବିବାହରେ ଏକ ସୁନ୍ଦର ଡିଜାଇନର୍ ଶାଢୀ ପିନ୍ଧିବାକୁ ଯାଉଛନ୍ତି ବୋଲି ମଧ୍ୟ କୁହାଯାଉଛି । ଏହି ସମୟରେ ଅର୍ଜୁନ ମଧ୍ୟ ଏକ ସିମ୍ପଲ କୁର୍ତ୍ତା କ୍ୟାରି କରିବେ । ତେବେ ପ୍ରଶଂସକମାନେ ସେମାନଙ୍କର ବିବାହ ତାରିଖକୁ ଅପେକ୍ଷା କରିଛନ୍ତି । ଅର୍ଜୁନ ଏବଂ ମଲାଇକା ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.