ETV Bharat / entertainment

ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ସାମିଲ ହେବେ ଏହି ସେଲିବ୍ରିଟି, ପଠାଯାଇଛି ନିମନ୍ତ୍ରଣ - ଅକ୍ଷୟ କୁମାର

Celebs May Attend Ram Mandir Inauguration: ଅଯୋଧ୍ୟାରେ ପ୍ରଭୁ ରାମ ମନ୍ଦିରର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଏହି ସମୟରେ ଅନେକ ରାଜନୈତିକ ବ୍ୟକ୍ତିବିଶେଷ ସାମିଲ ହେବାକୁ ଥିବା ବେଳେ ବର୍ତ୍ତମାନ ବଲିଉଡ ସେଲିବ୍ରିଟି ମଧ୍ୟ ଏହି ମହାନ ସମାରୋହରେ ସାମିଲ ହେବେ ବୋଲି କୁହାଯାଉଛି । ଅଧିକ ପଢନ୍ତୁ

ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ସାମିଲ ହେବେ ଏହି ସେଲିବ୍ରିଟି

author img

By ETV Bharat Odisha Team

Published : Dec 15, 2023, 5:32 PM IST

ହାଇଦ୍ରାବାଦ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭଗବାନ ଶ୍ରୀରାମ ମନ୍ଦିର ଖୁବଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି । ଆସନ୍ତା ମାସ ଅର୍ଥାତ୍ ଜାନୁଆରୀ 22, 2024ରେ, ରାମ ମନ୍ଦିରର ବିଶାଳ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହେବ । ଯାହା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ପ୍ରାୟ ପ୍ରତ୍ୟେକ କ୍ଷେତ୍ରର ବରିଷ୍ଠ ବ୍ୟକ୍ତିତ୍ୱ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଥିବା ବେଳେ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ଭେଟେରାନ ତାରକାଙ୍କ ନାମ ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି । ରଜନୀକାନ୍ତଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର ଯାଏଁ ତାରକା ଏଥିରେ ସାମିଲ ହୋଇପାରନ୍ତି ।

ରିପୋର୍ଟ ଅନୁଯାୟୀ, ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମନୋରଞ୍ଜନ ଜଗତର ଅନେକ ସେଲିବ୍ରିଟ ଯୋଗ ଦେବେ । ଯାହାଙ୍କ ନାଁର ତାଲିକା ବର୍ତ୍ତମାନ ସାମ୍ନାକୁ ଆସିଛି । ଏଥିରେ ଅମିତାଭ ବଚ୍ଚନ, ମାଧୁରୀ ଦୀକ୍ଷିତ, ଅନୁପମ ଖେର ଏବଂ ଅକ୍ଷୟ କୁମାରଙ୍କ ନାମ ରହିଛି । ଏହି ସମୟରେ ବଲିଉଡର ବହୁ ପ୍ରସିଦ୍ଧ ନିର୍ଦ୍ଦେଶକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି । ଏହି ତାଲିକାରେ ରାଜକୁମାର ହିରାନୀ, ସଞ୍ଜୟ ଲୀଲା ବଂଶାଲୀ, ରୋହିତ ଶେଟ୍ଟୀ ଏବଂ ନିର୍ମାତା ମହାବୀର ଜୈନଙ୍କ ନାମ ରହିଛି ।

ଏହା ବ୍ୟତୀତ ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ତାରକା ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଦିବସରରେ ସାମିଲ ହେବେ । ସୁପରଷ୍ଟାର ରଜନୀକାନ୍ତ, ଚିରଞ୍ଜୀବୀ, ମୋହନଲାଲ, ଧନୁଷ ଏବଂ ଋଷଭ ଶେଟ୍ଟୀଙ୍କୁ ନିମନ୍ତ୍ରଣ ପଠାଯାଇଛି । ରିପୋର୍ଟ ଅନୁଯାୟୀ, ପ୍ରସିଦ୍ଧ ଟିଭି ଶୋ 'ରାମାୟଣ'ରେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବଂ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖାଲିଆଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି ।

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: ସଚିନ ଓ କୋହଲିଙ୍କୁ ନିମନ୍ତ୍ରଣ

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଅଯୋଧ୍ୟାରେ ରାମ ମନ୍ଦିର (ରାମ ମନ୍ଦିର ଉଦଘାଟନୀ ସମାରୋହ)ର ଉଦଘାଟନ ପୂର୍ବରୁ ଅନେକ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯାହା ଜାନୁଆରୀ ୧୬,୨୦୨୪ ରୁ ଆରମ୍ଭ ହେବ । ଏହି ଉତ୍ସବ ପାଇଁ ୪ହଜାର ସାଧୁ ଏବଂ ସାଧୁଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭ ହଜାର ଅତିଥିଙ୍କୁ ନିମନ୍ତ୍ରଣ ପଠାଯାଇଛି । ସେପଟେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ବିରାଜମାନ କରିଥିବା ସ୍ଥାନରୁ ଏକ କଳସରେ ଅକ୍ଷତ ଅଣାଯାଇ ଭାରତର ପ୍ରତି ଗ୍ରାମ ପଞ୍ଚାୟତରେ ଏହାକୁ ପହଞ୍ଚାଇ ଲୋକଙ୍କୁ ଅଯୋଧ୍ୟା ଯିବା ନେଇ ନିମନ୍ତ୍ରଣ କରାଯାଉଛି । ଅଯୋଧ୍ୟାରୁ ଶ୍ରୀରାମଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ସାମିଲ ହେବା ସହ ରାମଲାଲାଙ୍କ ଦର୍ଶନ କରିବା ପାଇଁ ନିମନ୍ତ୍ରଣ ଦେଇ ଅକ୍ଷତ କଳସ ପଠାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.