ETV Bharat / entertainment

Adipurush Teaser launch: ଥମିନି ଚର୍ଚ୍ଚା, ହାତରେ ହାତ ଛନ୍ଦି ଚାଲିଲେ କ୍ରିତି-ପ୍ରଭାସ

author img

By

Published : Oct 3, 2022, 1:30 PM IST

ଆଦିପୁରୁଷ ଟିଜର ଲଞ୍ଚ ସମୟରେ, ସୋସିଆଲ ମିଡିଆରେ ଏକ ଭାଇରାଲ ହୋଇଥିଲା । ଯେଉଁଥିରେ କ୍ରିତି ସାନନ ଏବଂ ପ୍ରଭାସଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

ଥମିନି ରିଲେସନସିପ୍‌ ଚର୍ଚ୍ଚା, ହାତରେ ହାତ ଛନ୍ଦି ଚାଲିଲେ କ୍ରିତି-ପ୍ରଭାସ

ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର୍ ପ୍ରଭାସ ଏବଂ କ୍ରିତି ସାନନ୍ ଆଜିକାଲି ଫିଲ୍ମ 'ଆଦିପୁରୁଷ' (Adipurush)କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟିଜର ଭିଡିଓ ରିଲିଜ୍ କରାଯାଇଛି । ଏହି ଅବସରରେ ଉଭୟ କଳାକାର ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ରାମଙ୍କ ଆଶୀର୍ବାଦ ନେଇଥିଲେ, ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାରି ମଧ୍ୟରେ ଟିଜର ଲଞ୍ଚ ସମୟର ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ପ୍ରଭାସ ତାଙ୍କ କୋ-ଷ୍ଟାର କ୍ରିତିଙ୍କ ହାତ ଧରିଥିବାର ନଜର ଆସିଛି ।

'ଆଦିପୁରୁଷ'ର ଟିଜର ଲଞ୍ଚ ପୂର୍ବରୁ ପ୍ରଭାସ ଏବଂ କ୍ରିତି ସାନନ ଅଯୋଧ୍ୟାରେ ଶ୍ରୀରାମଙ୍କୁ ଦର୍ଶନ କରିଛନ୍ତି । ଉଭୟ ତାରକା ଭଗବାନ ରାମଙ୍କ ଆଶୀର୍ବାଦ ନେଇଛନ୍ତି । ଚଳଚ୍ଚିତ୍ରର ଟିଜର ଭିଡିଓ ମୁମ୍ବାଇରେ ରିଲିଜ ହୋଇଛି । ଏହି ସମୟରେ ତାଙ୍କୁ ଏକ ସୁନ୍ଦର ଲେହେଙ୍ଗାରେ ଦେଖିବାକୁ ମିଳିଥିଲା । ଏଥି ସହିତ କ୍ରିତିଙ୍କ ସହ ଅଭିନେତା ପ୍ରଭାସଙ୍କୁ ଧଳା କୁର୍ତ୍ତା ଏବଂ ପାଇଜାମାରେ ଦେଖିବାକୁ ମିଳିଥିଲା । ଏହି ସମୟରେ ସମସ୍ତଙ୍କ ନଜର ଏହି ଯୋଡିଙ୍କ ଉପରେ ଲାଖି ରହିଥିଲା ।

ଉଭୟ ତାରକା ଏକାଠି ମଞ୍ଚ ଉପରେ ପାଦ ରଖିଥିଲେ ଏବଂ ସମସ୍ତ ଆଖି ଏହି ଯୋଡି ଉପରେ ରହିଥିଲା । କୌତୁହଳର ବିଷୟ ହେଉଛି ଯେ, ପ୍ରଭାସ ଅଭିନେତ୍ରୀ କ୍ରିତି ସାନନ୍ (Prabhas-Kriti Sanon Pics)ଙ୍କ ହାତ ଧରିଥିବାର ନଜର ଆସିଥିଲେ । ତାଙ୍କର ଭିଡିଓ ଏବଂ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯାହା ତାଙ୍କ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ​​। ଏହା ଦେଖି ଲାଗୁଥିଲା ଯେମିତି ଦୁହେଁ ଏକ କପଲ ଅଟନ୍ତି । ଯେଉଁ ଫଟୋ ଏବଂ ଭିଡିଓରେ ସାମ୍ନାକୁ ଆସିଛି, ସେଥିରେ ଅଭିନେତା କ୍ରିତିଙ୍କ ହାତକୁ ଅତି ସୁନ୍ଦର ଭାବରେ ଧରିବା ସହ ତାଙ୍କ ସହ କଥା ହେଉଛନ୍ତି । 'ଆଦିପୁରୁଷ'ର ନିର୍ଦ୍ଦେଶକ ତଥା ନିର୍ମାତା ମଧ୍ୟ ସେହି ସମୟରେ ତାଙ୍କ ସହ ଥିଲେ।

ଉଲ୍ଲେଖନୀୟ ଯେ, କ୍ରିତି ସାନନ୍ ଏବଂ ପ୍ରଭାସଙ୍କ ସମ୍ପର୍କକୁ ନେଇ ଆଜିକାଲି ଚର୍ଚ୍ଚା ଜୋର ଧରିଛି । ମିଡିଆ ରିପୋର୍ଟ ଅନୁଯାୟୀ, ସେମାନଙ୍କ ମଧ୍ୟରେ ଘନିଷ୍ଠତା ଫିଲ୍ମର ସେଟରୁ ହିଁ ବୃଦ୍ଧି ପାଇଛି ବୋଲି କୁହାଯାଉଛି । ତଥାପି, ସେମାନଙ୍କ ମଧ୍ୟରୁ କେହି କେବେ ନିଜ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହି ନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.