ETV Bharat / entertainment

'ଆଦିପୁରୁଷ' ନିର୍ମାତାଙ୍କ ଉପରେ ବର୍ଷିଲେ ଆହ୍ଲାବାଦ ହାଇକୋର୍ଟ, କହିଲେ ଧାର୍ମିକ ଗ୍ରନ୍ଥକୁ ତ ଛାଡିଦିଅ

author img

By

Published : Jun 27, 2023, 1:08 PM IST

ଫିଲ୍ମ "ଆଦିପୁରୁଷ"ର ସଂଳାପକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଛି । ଏହାରି ମଧ୍ୟରେ ଫିଲ୍ମକୁ ବ୍ୟାନ କରିବାକୁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଯାହାର ଶୁଣାଣି କରି ହାଇକୋର୍ଟ ଫିଲ୍ମ ନିର୍ମାତାଙ୍କୁ କଡା ଭତ୍ସନା କରିବା ସହ ସେନସର ବୋର୍ଡଙ୍କ ଉପରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

'ଆଦିପୁରୁଷ' ନିର୍ମାତାଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ କଡା ଭତ୍ସନା

ହ୍ରାଇଦ୍ରାବାଦ: ଓମ୍ ରାଉତଙ୍କ ନିର୍ଦ୍ଦେଶିତ 'ଆଦିପୁରୁଷ' ଫିଲ୍ମକୁ ନେଇ ସାରା ଦେଶରେ ଚାଲିଥିବା ବିବାଦ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଏହାର ନିର୍ମାତାମାନଙ୍କୁ କଡା ଭତ୍ସନା କରିଛନ୍ତି । ସେନସର ବୋର୍ଡ ଉପରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୋର୍ଟ । ଆଦିପୁରୁଷ ବିରୋଧରେ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ନିର୍ମାତାଙ୍କ ଉପରେ ବର୍ଷିବା ସହ ପରବର୍ତ୍ତୀ ପୀଢିକୁ କ’ଣ ଶିକ୍ଷା ଦେବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ 'ଆଦିପୁରୁଷ' ଅନେକ ଦିନ ଧରି ବିବାଦରେ ଛନ୍ଦି ହୋଇଛି । ଫିଲ୍ମକୁ ନେଇ ଆବେଦନକାରୀ କୁଲଦୀପ ତିୱାରୀ ଫିଲ୍ମ ନିର୍ମାତାଙ୍କ ବିରୋଧରେ ବଡ ଅଭିଯୋଗ ଆଣିଥିଲେ । ଏପରିକି କୁଲଦୀପ ଆହ୍ଲାବାଦ ହାଇକୋର୍ଟରେ ଫିଲ୍ମ ବିରୋଧରେ ଏକ ଆବେଦନ କରିଥିଲେ । ଆବେଦନରେ କୁହାଯାଇଛି ଯେ, ଏହି ଚଳଚ୍ଚିତ୍ରରେ ଶ୍ରୀରାମ କଥାର ପରିବର୍ତ୍ତନ କରାଯାଇଛି ଏବଂ ନିମ୍ନ ସ୍ତରରେ ଫିଲ୍ମକୁ ପ୍ରଦର୍ଶନ କରାଯାଇଛି । ଯାହାର ଶୁଣାଣି ଗତକାଲି ଅର୍ଥାତ୍ ଜୁନ 26ରେ ଜଷ୍ଟିସ ରାଜେଶ ସିଂ ଚୌହାନ ଏବଂ ଜଷ୍ଟିସ ଶ୍ରୀପ୍ରକାଶ ସିଂଙ୍କ ଡିଭିଜନ ବେଞ୍ଚ କରିଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟ ସେନସର ବୋର୍ଡ ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ କଡ଼ା ଭତ୍ସନା କରିଛନ୍ତି ।

କୋର୍ଟରେ ବିତର୍କ ସମୟରେ ତାଙ୍କ ପକ୍ଷ ଉପସ୍ଥାପନ କରି ଫିଲ୍ମରେ ଦେଖାଯାଇଥିବା ଆପତ୍ତିଜନକ ତଥ୍ୟ ଏବଂ ସଂଳାପ ବିଷୟରେ ବରିଷ୍ଠ ଓକିଲ ରଂଜନ ଅଗ୍ନିହୋତ୍ରୀ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ । ଏହି ସମୟରେ ସେନସର ବୋର୍ଡ ପକ୍ଷରୁ ଓକିଲ ଅଶ୍ୱିନୀ କୁମାର ମଧ୍ୟ ଉପସ୍ଥିତ ଥିଲେ । ଜୁନ୍ 22ରେ ଦାଖଲ ହୋଇଥିବା ସଂଶୋଧନ ଆବେଦନକୁ ଗ୍ରହଣ କରି କୋର୍ଟ ସେନସର ବୋର୍ଡ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଅଶ୍ୱିନୀ ସିଂଙ୍କୁ ପଚାରିଥିଲେ, ସେନ୍ସର ବୋର୍ଡ କ’ଣ କରୁଛି ? ସିନେମା ହେଉଛି ସମାଜର ଦର୍ପଣ । ଆପଣ ଭବିଷ୍ୟତ ପୀଢିକୁ କ’ଣ ଶିଖାଇବାକୁ ଚାହୁଁଛନ୍ତି ? କ’ଣ ସେନ୍ସର ବୋର୍ଡ ଏହାର ଦାୟିତ୍ବ ବୁଝି ପାରୁନାହିଁ କି ?

ଅଦାଲତ ଏହାମଧ୍ୟ କହିଛନ୍ତି ଯେ, କେବଳ ରାମାୟଣ ନୁହେଁ, ବରଂ ପବିତ୍ର କୋରାନ, ଗୁରୁ ଗ୍ରନ୍ଥ ସାହେବ ଏବଂ ଗୀତା ଭଳି ଧାର୍ମିକ ଗ୍ରନ୍ଥଗୁଡ଼ିକୁ ତ ଛାଡି ଦିଅନ୍ତୁ । ଫିଲ୍ମର ନିର୍ମାତା, ନିର୍ଦ୍ଦେଶକ ଏବଂ ଅନ୍ୟ ପ୍ରତିବାଦ ଟିମଙ୍କ ଅନୁପସ୍ଥିତିରେ କୋର୍ଟ ଏକ ଦୃଢ ଆଭିମୁଖ୍ୟ ମଧ୍ୟ ଦର୍ଶାଇଛନ୍ତି । ବରିଷ୍ଠ ଓକିଲ ରଞ୍ଜନ ଅଗ୍ନିହୋତ୍ରୀ ସେନ୍ସର୍ ବୋର୍ଡ ଏହାର ଉତ୍ତର ଦାଖଲ ନକରିଥିବା ନେଇ ଆପତ୍ତି କରିଛନ୍ତି ଏବଂ ଫିଲ୍ମର ଆପତ୍ତିଜନକ ତଥ୍ୟ ସମ୍ପର୍କରେ କୋର୍ଟଙ୍କୁ ଜଣାଇଛନ୍ତି ।

ରାବଣ ବାଦୁଡିକୁ ମାଂସ ଖାଇବାକୁ ଦେବା, କଳା ରଙ୍ଗର ଲଙ୍କା, ବାଦୁଡିକୁ ରାବଣର ବାହନ ବୋଲି କୁହାଯିବା ଏବଂ ସୁଶେନ ବୈଦ୍ୟଙ୍କ ବଦଳରେ ବିଭୀଷଣଙ୍କ ପତ୍ନୀ ଲକ୍ଷ୍ମଣଙ୍କୁ ସଂଜୀବନୀ ଦେଉଥିବାର ଫିଲ୍ମରେ ଦର୍ଶାଯାଇଛି । ଏହିଭଳି ଚରିତ୍ର ଏବଂ ଆପତ୍ତିଜନକ ସଂଳାପ ସହ ଅନ୍ୟାନ୍ୟ ତଥ୍ୟ କୋର୍ଟଙ୍କୁ ଅବଗତ କରାଯାଇଥିଲା । ଯେଉଁଥିରେ କୋର୍ଟ ସହମତି ଜଣାଇଛନ୍ତି । ତେବେ ଆଜି ପୁଣିଥରେ ଏହି ମାମଲାର ଶୁଣାଣି ହେବ ।

'ଆଦିପୁରୁଷ'ରେ ହନୁମାନ, ରାବଣ, ଇନ୍ଦ୍ରଜିତଙ୍କ ପରି ଚରିତ୍ରମାନଙ୍କ ସଂଳାପ ଉପରେ ଆପତ୍ତି ଉଠାଯାଇଥିଲା । ଯେତେବେଳେ ଦର୍ଶକମାନେ ଏହାକୁ ବୟକଟ କରିବାକୁ ଦାବି ଉଠାଇଲେ, ନିର୍ମାତାମାନେ ସଂଳାପ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ଫିଲ୍ମର ସଂଳାପଗୁଡ଼ିକ ପରିବର୍ତ୍ତନ କରାଯାଇଛି, କିନ୍ତୁ ଫିଲ୍ମ ଏଥିରୁ କୌଣସି ବିଶେଷ ଲାଭ ପାଇନାହିଁ । ଏହି ଚଳଚ୍ଚିତ୍ରରେ କ୍ରିତି ସାନନ, ସୈଫ ଅଲି ଖାନ୍ ଏବଂ ସନ୍ନି ସିଂ, ପ୍ରଭାସଙ୍କ ସହ କାମ କରିଛନ୍ତି । ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଓମ୍ ରାଉତ ଏବଂ ଲେଖକ ମନୋଜ ମୁନ୍ତାଶୀର।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.