ହାଇଦ୍ରାବାଦ: ନିର୍ଦ୍ଦେଶକ ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ 'ଦ କେରଳ ଷ୍ଟୋରୀ' ଚଳିତ ବର୍ଷର ସୁପରହିଟ୍ ଫିଲ୍ମ ତାଲିକାରେ ସ୍ଥାନ ପାଇଛି । ଏହା ଅଭିନେତ୍ରୀ ଅଦା ଶର୍ମାଙ୍କ କ୍ୟାରିୟରର ସବୁଠାରୁ ସଫଳ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ । ଏଭଳି ପରିସ୍ଥିତିରେ, 'ଦ କେରଳ ଷ୍ଟୋରୀ'ର ସଫଳତା ପରେ ନିର୍ମାତା ଭିପୁଲ ଅମୃତଲାଲ ଶାହା, ଅଦା ଶର୍ମା ଏବଂ ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍ ପୁଣି ଏକ ଦମଦାର ଫିଲ୍ମ ସହ ପରଦାକୁ ଫେରୁଛନ୍ତି । ଏହି ତିନିଜଣ ଆଗାମୀ ସମୟରେ ଫିଲ୍ମ 'ବସ୍ତର-ଦ ନକ୍ସଲ ଷ୍ଟୋରୀ' ସହ ଧମାକା କରିବାକୁ ଯାଉଛନ୍ତି । ତେବେ ଫିଲ୍ମର ସୁଟିଂ ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି ।
ନିର୍ମାତା ଭିପୁଲ ଅମୃତଲାଲ ଶାହା, ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍ ଏବଂ ଅଭିନେତ୍ରୀ ଅଦା ଶର୍ମା 'ବସ୍ତର: ନକ୍ସଲ ଷ୍ଟୋରୀ' ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଫିଲ୍ମ ଶୁଭମହୁରତ ପୂଜା ସହ ସୁଟିଂ ଆରମ୍ଭ ହୋଇଛି । ଅଦା ଶର୍ମା ଇନଷ୍ଟାଗ୍ରାମରେ ଶୁଭମହୁରତର ଫଟୋ ସେୟାର କରି ଫିଲ୍ମ ବିଷୟରେ ଅପଡେଟ ସେୟାର କରିଛନ୍ତି । ସେ ଏହି ସମୟର ଅନେକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ବସ୍ତର- ନକ୍ସଲ ଷ୍ଟୋରୀ' 'କେରଳ ଷ୍ଟୋରୀ' ଟିମ୍ ଦ୍ବାରା ନିର୍ମିତ । 'କେରଳ ଷ୍ଟୋରୀ'ରେ ସାଲିନୀ ଉନିକ୍ରିଷ୍ଣନ ପାଇଁ ଆପଣ ଯେତିକି ମୋତେ ଭଲପାଇବା ଦେଇଥିଲେ ସେତିକି 'ବସ୍ତର- ନକ୍ସଲ ଷ୍ଟୋରୀ'ରେ ନୀରଜା ମାଧବନ ପାଇଁ ମଧ୍ୟ ଦେବେ ବୋଲି ମୋର ଆଶା । ଫିଲ୍ମର ସୁଟିଂ ଆରମ୍ଭ ହୋଇଛି ।
ଜୁନ୍ ମାସରେ ନିର୍ମାତାମାନେ ଏହି ଚଳଚ୍ଚିତ୍ରର ଏକ ଅଫିସିଆଲି ଘୋଷଣା କରିଥିଲେ ଏବଂ ସୋସିଆଲ ମିଡିଆରେ ଲେଖିଥିଲେ, “ଲୁକ୍କାୟିତ ସତ୍ୟ ଯାହା ଦେଶକୁ ଝଡ଼ରେ ପରିଣତ କରିବ..ବସ୍ତର।' ଭିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ନିର୍ମିତ ଏବଂ ଆଶିନ୍ ଏ ଶାହାଙ୍କ ଦ୍ବାରା ପ୍ରଯୋଜିତ ବସ୍ତର: ନକ୍ସଲ ଷ୍ଟୋରୀ ସୁଦୀପ୍ତୋ ସେନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଲାଷ୍ଟ ମଙ୍କ ମିଡିଆ ଓ ସୂର୍ଯ୍ୟକିରଣ ପିକ୍ଚର୍ ବ୍ୟାନରରେ ନିର୍ମିତ ହୋଇଛି ଫିଲ୍ମ । ଏହା 5 ଏପ୍ରିଲ 2024 ରେ ମୁକ୍ତିଲାଭ କରିବ ।
ଏହା ମଧ୍ୟ ପଢନ୍ତୁ: କେରଳ ଷ୍ଟୋରୀ ପରେ ପୁଣି ଏକାଠି କାମ କରିବେ ଭିପୁଲ ଶାହା-ସୁଦୀପ୍ତୋ ସେନ୍
ମେ 2023 ମସିହାରେ ମୁକ୍ତିଲାଭ କରିଥିବା ଅଦା ଶର୍ମାଙ୍କ ଫିଲ୍ମ 'ଦ କେରଳ ଷ୍ଟୋରୀ' ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିଥିଲା । ଫିଲ୍ମ ବିବାଦ ଘେରକୁ ଆସିଥିଲେ ସୁଦ୍ଧା ଦର୍ଶକଙ୍କ ଠାରୁ ପ୍ରଶଂସା ସାଉଁଟିବା ସହ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା । ରିପୋର୍ଟ ଅନୁଯାୟୀ, ଫିଲ୍ମ ଏହି ଫିଲ୍ମଟି ବକ୍ସ ଅଫିସର 242 କୋଟି ଟଙ୍କାର ବମ୍ପର କଲେକ୍ସନ କରିଥିଲା । ତେବେ ଦ କେରଳ ଷ୍ଟୋରୀ'ରେ ମୁଖ୍ୟ ଭୂମିକାରେ ଅଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧ ଇଡନୀ ଏବଂ ସୋନିଆ ବାଲାନି ପ୍ରମୁଖ ଅଭିନୟ କରିଛନ୍ତି ।