ETV Bharat / entertainment

12th Fail: ଦମଦାର ଟିଜର ରିଲିଜ, IAS ହେବାର ସ୍ବପ୍ନକୁ ଉତ୍ସାହିତ କରିବ ଫିଲ୍ମ

ବଲିଉଡ ଚଳଚ୍ଚିତ୍ର 12th ଫେଲର ଟିଜର ରିଲିଜ ହୋଇଛି । ବିଧୁ ବିନୋଦ ଚୋପ୍ରା ଏବଂ ଜି ଷ୍ଟୁଡିଓ ଦ୍ବାରା ପ୍ରସ୍ତୁତ ଏହି ଫିଲ୍ମ । ରିଲିଜ ହୋଇଥିବା ଏହି ଟିଜର ଦେଖିବା ପରେ ଆପଣ ମଧ୍ୟ IAS ହେବାକୁ ଉତ୍ସାହିତ ହେବେ । ଅଧିକ ପଢନ୍ତୁ,

12th Fail: ଦମଦାର ଟିଜର ରିଲିଜ, IAS ହେବାର ସ୍ବପ୍ନକୁ ଉତ୍ସାହିତ କରିବ ଫିଲ୍ମ
12th Fail: ଦମଦାର ଟିଜର ରିଲିଜ, IAS ହେବାର ସ୍ବପ୍ନକୁ ଉତ୍ସାହିତ କରିବ ଫିଲ୍ମ
author img

By

Published : Aug 10, 2023, 2:25 PM IST

ମୁମ୍ବାଇ: ପୁଣି ଥରେ ବଲିଉଡରେ ଏକ ଶିକ୍ଷଣୀୟ ଚଳଚ୍ଚିତ୍ର ଦେଖିବାକୁ ମିଳିବ । 3 Idiots, Sanju ଏବଂ Munna Bhai MBBS ପରି ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ମାତା ବିଧୁ ବିନୋଦ ଚୋପ୍ରା ବର୍ତ୍ତମାନ 12th ଫେଲ ଫିଲ୍ମ ସହ କମବ୍ୟାକ କରୁଛନ୍ତି । ବର୍ତ୍ତମାନ ଫିଲ୍ମର ଟିଜର ରିଲିଜ କରିଛନ୍ତି ନିର୍ମାତା । ଏହି ଚଳଚ୍ଚିତ୍ରଟି ଆଇଏଏସ୍ ପାଇଁ ପ୍ରସ୍ତୁତ ଛାତ୍ରମାନଙ୍କ ଉପରେ ଆଧାରିତ ।

  • " class="align-text-top noRightClick twitterSection" data="">

1.49 ମିନିଟର ଟିଜରରେ ଏହା ଦେଖିବାକୁ ମିଳିଛି ଯେ, ଦୃଷ୍ଟି ଆଇଏସ୍ ପ୍ରତିଷ୍ଠାତା ତଥା କୋଚିଂ ମାଷ୍ଟର ଡକ୍ଟର ବିକାଶ ଦିବ୍ୟାକିର୍ତ୍ତୀ ତାଙ୍କ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି ଏବଂ ଜୀବନ ଶିକ୍ଷା ବିଷୟରେ ବର୍ଣ୍ଣନା କରୁଛନ୍ତି । ଏହା ପରେ ଦିଲ୍ଲୀର ମୁଖାର୍ଜୀ ନଗରର ଚିତ୍ର ଉପସ୍ଥାପିତ ହେଉଛି, ଯେଉଁଠାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲା ଆଇଏଏସ୍ ପାଇଁ ପ୍ରସ୍ତୁତ ହେବାକୁ ଆସନ୍ତି । ଏହି ଚଳଚ୍ଚିତ୍ର ସେହି ସମସ୍ତ ଲୋକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି, ଯେଉଁମାନେ ବିଫଳତା ପରେ ମଧ୍ୟ ଆଗକୁ ବଢିବାକୁ ସାହସ କରନ୍ତି ଏବଂ କେବେ ହାର ମାନନ୍ତି ନାହିଁ । 12th ଫେଲର ଟିଜର ଗଦର 2 ସହ ଶୁକ୍ରବାର ଠାରୁ ସିନେମା ହଲରେ ଦେଖାଯିବ ।

ଅନୁରାଗ ପାଠକଙ୍କ ଲିଖିତ ସମାନ ନାମର ସବୁଠାରୁ ଅଧିକ ବିକ୍ରି ହୋଇଥିବା ଉପନ୍ୟାସ ଉପରେ ଆଧାର କରି 12th ଫେଲ, ଆଇପିଏସ୍ ଅଧିକାରୀ ମନୋଜ କୁମାର ଶର୍ମା ଏବଂ ଆଇଆରଏସ ଅଧିକାରୀ ଶ୍ରଦ୍ଧା ଯୋଶୀଙ୍କ ଦମଦାର ଯାତ୍ରା ଉପରେ ପ୍ରସ୍ତୁତ ଅଟେ। ଏହି ଚଳଚ୍ଚିତ୍ରଟି UPSC ପାଇଁ ପ୍ରସ୍ତୁତ ହେଉଥିବା UPSC ଛାତ୍ରମାନଙ୍କ ଜୀବନ, ​​ସେମାନଙ୍କର ଧୌର୍ଯ୍ୟ, କଠିନ ପରିଶ୍ରମ, ମନୋଭାବ ଏବଂ ବନ୍ଧୁତା ଉପରେ ଆଧାରିତ ।

12th ଫେଲ ବିଧୁ ବିନୋଦ ଚୋପ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏବଂ ଜି ଷ୍ଟୁଡିଓ ଦ୍ବାରା ନିର୍ମିତ । ଏହି ଚଳଚ୍ଚିତ୍ରଟି 27 ଅକ୍ଟୋବର 2023ରେ ବିଶ୍ବର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ହିନ୍ଦୀ ସହିତ ଫିଲ୍ମ ତାମିଲ, ତେଲୁଗୁ ଏବଂ ମାଲାୟାଲମରେ ମଧ୍ୟ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ବିକ୍ରାନ୍ତ ମାସି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କ ବ୍ୟତିତ ସଞ୍ଜୟ ବିଷ୍ଣୁ, ହରିଶ ଖନ୍ନା ଏବଂ ସୁକୁମାର ଟୁଡୁ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ 3 ଇଡିଅଡ୍ସକୁ ଯେପରି ଲୋକପ୍ରିୟତା ହାସଲ କରିଥିଲା ସେହିପରି ଏହି ଫିଲ୍ମକୁ ମଧ୍ୟ ହିଟ ହେବା ସହ ଦଶକ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ବଡ ପରଦାରେ ସୀମା-ସଚିନଙ୍କ ପ୍ରେମ କାହାଣୀ, ଆସିଲା ପୋଷ୍ଟର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.